Breaking
News
Breaking
News
27-May-2025
ସ୍ୱଦେଶୀ ଜାଗରଣ ମଞ୍ଚ, ଗଂଜାମ ପକ୍ଷରୁ ତୁର୍କୀର ସାମଗ୍ରୀ ବର୍ଜନ ସଚେତନତା ରାଲି।
ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା
ପୋଲସରା ତା.୨୭/୦୫/୨୦୨୫:- ଆଜି ଗଂଜାମ ଜିଲ୍ଲା ପୋଲସରା ଠାରେ ସ୍ୱଦେଶୀ ଜାଗରଣ ମଞ୍ଚ, ଗଂଜାମ ପକ୍ଷରୁ ତୁର୍କୀ ଦେଶର ସମସ୍ତ ସାମଗ୍ରୀକୁ ବର୍ଜନ କରିବା ଉଦ୍ଧେଶ୍ୟରେ ଏକ ସଚେତନତା ରାଲୀ ଅନୁଷ୍ଠିତ ହୋଇଥିଲା। ଯୁବ ସ°ଯୋଜକ ଗଞ୍ଜାମର ସୁନୀଲ ପଣ୍ଡା ଏବଂ ଯୁବ ସ°ଗଠକ ପୋଲସରାର ନାରାୟଣ ସାହୁ ଉଭୟଙ୍କ ନେତୃତ୍ୱରେ ଏକ ରାଲି ସ୍ଥାନୀୟ ତହସିଲ ଛକରୁ ବାହାରକରାଯାଇ ବ୍ଲକ୍ କାର୍ଯ୍ୟାଳୟ ଛକ ପଯ୍ୟନ୍ତ ଯାଇଥିଲା। ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଆର୍. ପବିତ୍ରା, ଛାତ୍ର ନେତା ରାକେଶ ଜେନା, ଜିଲ୍ଲା ପ୍ରଶିକ୍ଷକ ସ୍ବାଗତ କୁମାର ତ୍ରିପାଠୀ, ଯୁବନେତା ସିମାଞ୍ଚଳ ସାହୁ, ଶଙ୍କର୍ଷଣ ପ୍ରଧାନ ପ୍ରମୁଖ ଯୋଗଦେଇ ସହରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ରାଲିର ଉଦ୍ଦେଶ୍ୟ ଏଵଂ ନିକଟରେ ଭାରତ ଓ ପାକିସ୍ତାନ ଯୁଦ୍ଧରେ ତୁର୍କୀ ଦେଶ ଶତ୍ରୁରାଷ୍ଟ୍ର ପାକିସ୍ଥାନକୁ ସାମରିକ ସାହାଯ୍ୟ କରି
ଭାରତ ଦେଶ ବିରୁଦ୍ଧରେ କାର୍ଯ୍ୟକରିବା ପରିପ୍ରେକ୍ଷୀରେ ସମଗ୍ର ଦେଶରେ ତୁର୍କୀ ଦେଶର ସମସ୍ତ ସାମଗ୍ରୀକୁ ବର୍ଜନ କରିବା ସମର୍ଥନରେ ପୋଲସରାରେ ମଧ୍ୟ ବର୍ଜନ କରିବାକୁ ବ୍ୟାପାରୀ ଓ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଏନସିସି ଛାତ୍ରୀଙ୍କ ସମେତ ଏବିଭିପିର ସଦସ୍ୟମାନେ ଯୋଗଦେଇଥିଲେ।
BACK TO TOP