Breaking
News
Breaking
News
28-May-2025
ଓୟୁଜେ ଗଞ୍ଜାମ ଜିଲ୍ଲା କର୍ମକର୍ତ୍ତା ବୈଠକ ଅନୁଷ୍ଠିତ।
ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା
----------------------------------
ପୋଲସରା ତା.୨୮/୦୫/୨୦୨୫
ଓୟୁଜେ ଗଞ୍ଜାମ ଜିଲ୍ଲା କର୍ମକର୍ତ୍ତା ବୈଠକ ବ୍ରହ୍ମପୁର ସର୍କିଟ ହାଉସ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲ୍ଲା ସଭାପତି ସଦାଶିବ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକ ରେ ସାଂଗଠନିକ ଆଲୋଚନା ହେବା ସହିତ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଉଥିଲା। ସର୍ବ ଶ୍ରୀ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ , ରବିନ୍ଦ୍ର କୁମାର ମିଶ୍ର , ହରିହର ପାତ୍ର ଓ ରବିନ୍ଦ୍ର କୁମାର ପଣ୍ଡା ଙ୍କୁ ଉପଦେଷ୍ଟା ଭାବେ ନିଆଯାଇଥିବା ବେଳେ ଏଲ ସୁଦାମ ଦାସ , ସୁବାଷ ଚନ୍ଦ୍ର ପାଢି , ଅର୍ଜୁନ ପଣ୍ଡା , ରାଜୀବ ଲୋଚନ ମିଶ୍ର , ବାଳକୃଷ୍ଣ ପଟ୍ଟନାୟକ , ଦ୍ବିତୀକୃଷ୍ଣ ପଣ୍ଡା , କେ ସୁମିତା ପାତ୍ର , କ୍ଷୀରୋଦ ଚନ୍ଦ୍ର ସାହୁ ଏବଂ ରମେଶ ଚନ୍ଦ୍ର ପ୍ରଧାନ ଙ୍କୁ ସର୍ବ ସମ୍ମତ କ୍ରମେ କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ମନୋନୀତ କରା ଯାଇଥିଲା। ବୈଠକରେ ବଲାଙ୍ଗୀରର ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ ଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରାଯିବା ସହିତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରାଯାଇଥିଲା। ଏଥି ସହିତ ରାଜ୍ୟ ସରକାର ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରନ୍ତୁ ବୋଲି ଦାବୀ ଉପସ୍ଥାପନ କରାଯାଇଥିଲା। ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ସଂଘ ଉପସଭାପତି ଏ.ରାଜାରାଓ ଓ ରାଜ ଗୋପାଳ ପାଢ଼ୀ,ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମିଶ୍ର ,ସମ୍ପାଦକ ମେଘନାଦ ଦାସ,ସନ୍ତୋଷ କୁମାର ପଣ୍ଡା,ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଅଶୋକ କୁମାର ମହାଙ୍କୁଡ଼,ସଦସ୍ୟ ସୁଦର୍ଶନ ନାୟକ , ଅରୁଣ କୁମାର ପଣ୍ଡା , ଶ୍ରୀପଦ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
BACK TO TOP