Breaking
News
Breaking
News
07-Jun-2025
ଭଞ୍ଜନଗର ରାଜନୀତିରେ ବଢ଼ିଲା ଉଷ୍ମତା,ବଳ ଗୋଟାଉଛି କଂଗ୍ରେସ,
ଓଡିଶା ଜନମତ, ଭଞ୍ଜ ନଗର ସପୁନ କୁମାର ସେଠୀ, ତା-07/06/25--
ଗଞ୍ଜାମ ଜିଲ୍ଲାର ଜିଲ୍ଲାର ଭଞ୍ଜନଗର ରାଜନୀତି ରେ ଦେଖୁବାକୁ ମିଳିଛି ବଡ ହଟଚମଟା |ପୁର୍ବତନ ଭଞ୍ଜନଗର ଭଞ୍ଜନଗର ବ୍ଲକ ବିଜେଡ଼ି ଯୁବ ସଭାପତି ତଥା ଅଞ୍ଚଳର ଯୁବ ସମାଜସେବୀ କୁଲୁ ଭୁୟାଁଙ୍କ ସମେତ ଶତାକ ସମର୍ଥକ ଙ୍କ ସହ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି I ହିଞ୍ଜିଳିକାଟୁରେ ଆୟୋଜିତ ସମ୍ବିଧାନ ବଞ୍ଚାଓ ସମାବେଶ ରେ ପିସିସି ସଭାପତି ଭକ୍ତ ଚରଣ ଦାସ ସମସ୍ତ ଙ୍କୁ କଂଗ୍ରେସ ଦଳକୁ ସ୍ଵାଗତ କରିଛନ୍ତି I କୁଲୁଙ୍କ ସମେତ ଭଞ୍ଜନଗର ବ୍ଲକ ଯୁବ ବିଜେଡ଼ି ସଭାପତି ରବିନ୍ଦ୍ର ପ୍ରଧାନ ଓ ନିର୍ବାଚନମଣ୍ଡଳୀର ଶତାଧୂକ ବିଜେପି ଏବଂ ବିଜେଡ଼ି କର୍ମୀ କଂଗ୍ରେସ ରେ ସାମିଲ ହୋଇଛନ୍ତି I କଂଗ୍ରେସ ରେ କୁଲୁଙ୍କ ଯୋଗଦାନ ପରେ ହେବ ବୋଲି କଂଗ୍ରେସ କର୍ମୀ ଆଶା କରିଛନ୍ତି Iମିଶ୍ରଣ ପର୍ବରେ ପିସିସି ପ୍ରଭାରୀ ଅଜୟ କୁମାର,ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମେତ ଦଳୀୟ ନେତାଉପସ୍ଥିତଥିଲେ Iରାଜ୍ୟ ରାଜନୀତି ର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ କୁ ପିସିସି ସଭାପତି ଭକ୍ତ ଚରଣ ଦାସ ଗସ୍ତ କରିଛନ୍ତି। ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ଠାରେ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଥିଲା। ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଙ୍କ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ଠାରେ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଉକ୍ତ ସମ୍ମିଳନୀ ରେ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ଅଜୟ କୁମାର ଲାଲୁ ଙ୍କ ସମତେ କଂଗ୍ରେସ ସାନ ଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ମୋହନା ବିଧାୟକ ଦାଶରଥି ଗମାଙ୍ଗ, କୋରାପୁଟ ବିଧାୟକ ତାରା ବାହିନୀ ପତି ପ୍ରମୁଖଙ୍କ ବହୁ ବରିଷ୍ଠ ବିଧ୍ୟାୟକ ମାନେ ଯୋଗ ଥିଲେ l ପିସିସି ସଭାପତି ଭକ୍ତ ଚରଣ ଦାସ ଗଞ୍ଜାମ ବାସିଙ୍କୁ ହିଞ୍ଜିଳି ରୁ ସମ୍ବୋର୍ଦ୍ଧନ କରି କହିଛନ୍ତି ଯେ ସମ୍ବିଧାନର ସୁରକ୍ଷା ପାଇଁ କଂଗ୍ରେସ ସର୍ବଦା ତତ୍ପର ରହିଛି l ସମ୍ବିଧାନର ସୁରକ୍ଷା ପାଇଁ ଜାତି ଭର୍ତ୍ତିକ ଜନଗଣନା କରିବାକୁ ସରକାରଙ୍କୁ ବାଧ୍ୟ କରିଛି l ବରିଷ୍ଠ ବିଧାୟକ ତାରାପତି ବାହିନୀ ହିଞ୍ଜିଳି ରୁ ବିଜେପି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି l ବିଜେପି ଗୋଟେ ରଙ୍ଗମରା ସରକାର ଦିର୍ଘ ଏକ ବର୍ଷ ହେଲା କେବଳ ଯୋଜନା ପରିବର୍ତ୍ତନ କରି ରଙ୍ଗ ମାରୁଛି l ବିଜେପି ସରକାର ନିର୍ବାଚନ ପୂର୍ବରୁ ୩ ଶହ ୟୁନିଟ ବିଜୁଳି ମାଗଣା ଦେବାକୁ କହି ଲୋକ ମାନଙ୍କୁ ଠକି ଦେଇଛି l ସୁଭଦ୍ରା ଯୋଜନା ନାଆଁ ରେ ମା ମାଉସୀ ମାନଙ୍କୁ ଠକିଛି l ଏଥର କଂଗେସ ଗଞ୍ଜାମ ରୁ ନିଜର ପ୍ରତିବାଦ କରୁଛି ଆଉ ଆଗାମୀ ଦିନରେ ଓଡ଼ିଶାରେ କଂଗ୍ରେସ ସରକାର ହେବ l ତେବେ ଏହି ସମ୍ବିଧାନ ବଞ୍ଚାଅ ସମ୍ମିଳନୀ ସମାବେଶ ସଭାରେ ଗଞ୍ଜାମ ଜିଲ୍ଲାର ବିଜେପି ଓ ବିଜେଡି ର ହାତ ଗଣତି ନେତା ନିଜ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।
BACK TO TOP