Breaking
News
Breaking
News
14-Jun-2025
ଦୀର୍ଘ ପଚାଶ ବର୍ଷ ର ଦାବି, ବ୍ରହ୍ମପୁର ରେଢ଼ାଖୋଲ ରେଳ ଲାଇନ କେବେ?
ଓଡିଶା ଜନମତ, ଭଞ୍ଜନଗର, ସପନ କୁମାର ସେଠୀ
ତା-14/06/25
ଭଞ୍ଜନଗର-ଦୀର୍ଘ ପଚାଶ ବର୍ଷ ହେବ ଘୁମୁସର ଓ କନ୍ଧମାଳ କୁ ରେଳପଥ ନିର୍ମାଣ କାର୍ଯ୍ଯ କେବଳ ସର୍ଭେ କାଗଜ ପତ୍ର ରହିଗଲା, ଭଞ୍ଜନଗର ଅଂଚଳ ବାସୀଙ୍କୁ ଅଣଦେଖା ଓ ଅବହେଳା ବାରମ୍ବାର ହୋଇ ଆସୁଛି।ବ୍ରହ୍ମପୁର ଠାରୁ ସମ୍ବଲପୁର କୁ ରେଳ ପଥ ନିର୍ମାଣ ପାଇଁ ବହୁ ସଙ୍ଗଠନ ବାରମ୍ବାର ଧାରଣା, ଅନଶନ ତଥା ବନ୍ଦ କରି ଆସୁଛନ୍ତି, କିନ୍ତୁ ସେତେବେଳର ସରକାର କିମ୍ବା ବର୍ତ୍ତମାନ ର ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଗୋପାଳପୁର ସମ୍ବଲପୁର ରେଲୱେପଥ ନିର୍ମାଣ ଦାବୀ ରେ ମିଳିତ କ୍ରିୟାନୁଷ୍ଠାନ କମିଟି ,ଓକିଲ ସଂଘ, ସିଭିଲ ସୋସାଇଟି,ଘୁମୁସର ବିକାଶ ପରିଷଦ,ଭଞ୍ଜନଗର ଘୁମୁସର ବାହିନୀ, ସମ୍ବାଦିକ ସଂଘ,ଭଞ୍ଜନଗର କବି ସମ୍ରାଟ ମିଡ଼ିଆ କ୍ଲବ ସହ ଶତାଧିକ କର୍ମୀ ବିରାଟ ମୋଟର ସାଇକେଲ ରାଲି ରେ ବାହାରିବା ପରେ ମହାବୀର ଛକ ଠାରେ ସଭାଅନୁଷ୍ଠିତ ହୋଇଥିଲା ମିଳିତଏହା ପରେ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯ ରେ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।ପ୍ରଥମେ ବାଉଁଶ ଲୁଣ୍ଡି ଠାରେ ଭଞ୍ଜ କିଶୋର ପ୍ରଧାନ ଙ୍କ ନେତୃତ୍ୱ ବ୍ରହ୍ମପୁର ରୁ ଆସିଥିବା ସଚେତନ ରଥ କୁ ବାଉଁଶ ଲୁଣ୍ଡି ଗ୍ରାମ ବାସୀଙ୍କ ସହଯୋଗରେ ଫୁଲ ଦେଇ କର୍ମକର୍ତ୍ତା ଙ୍କୁ ସ୍ୱାଗତ କରାଯାଇଥିଲା ଆଜିର ବାଇକ ରାଲି ବାଉଁଶ ଲୁଣ୍ଡି ଠାରୁ ବାହାରି ଚକରା ବିଷୋୟୀ ଛକ ,ଖଲା ସାହି, ମେଇନ ରୋଡ ହୋଇ ମହାବୀର ଛକରେ ପହଞ୍ଚି ଥିଲା।ଏହି ଆନ୍ଦୋଳନ ରେ ସୋମନାଥ ନାୟକ, ବାଳକୃଷ୍ଣ ପଣ୍ଡା,ସରୋଜ ପଟ୍ଟନାୟକ, ଖିତିଶ ସାହୁ,ଜୋତୀରାଜପତି ,ଲଷ୍ମୀ କାନ୍ତ ମହାପାତ୍ର,ପ୍ରକାଶ ସାହୁ,ଶୁସାନ୍ତ ପାତ୍ର ପ୍ରମୁଖ ନିଜର ଅଭିଭାଷଣ ରଖି ଥିଲେ ।ସୂଚନାଯୋଗ୍ୟ ପ୍ରତ୍ୟେକ ବର୍ଷ ରେଳ ବଜେଟ ଆସୁଛି କିନ୍ତୁ ସବୁବେଳେ ରେଳ ବଜେଟ ରେ ଏହି ବହୁ ପ୍ରତିକ୍ଷିତ ରେଳ ପ୍ରକଳ୍ପ କୁ ସରକାର ଭୁଲି ଯାଉଛନ୍ତି।ସେହିପରି ସବୁ ପ୍ରକାର ଆନୁଷଙ୍ଗିକ ଭିତ୍ତିଭୂମି ଥିଲେ ସୁଦ୍ଧା ଘୁମୁସର ଜିଲ୍ଲା ଦାବି ପୂରଣ ହୋଇ ପାରୁନାହିଁ।ଏ ସଂକ୍ରାନ୍ତରେ ଘୁମୁସର ଅଞ୍ଚଳରେ ଥିବା ବହୁ ସଂଗଠନ ବାରମ୍ବାର ଦାବି ଭୁବନେଶ୍ୱର ଠାରୁ ଦିଲ୍ଲୀ ପ୍ରଯ୍ୟନ୍ତ ମନ୍ତ୍ରୀ ଠାରୁ ଅଫିସର ମାନଙ୍କୁ ଜଣାଇଥିଲେ ସୁଦ୍ଧା ଫଳ ସୁନ।ଆଜି ସର୍ବଶେଷରେ ସମସ୍ତ ଅନୁଷ୍ଠାନ ଙ୍କ ଅନୁମୋଦନ ଅନୁସାରେ ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତା ହେଲେ ଆଗାମୀ ଦିନରେ ଚବିଶ ଘଣ୍ଟିଆ ବନ୍ଦ ହେବା ସହ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ନିଷ୍ପତି ହୋଇଥିଲା।
BACK TO TOP