Breaking
News
Breaking
News
17-Jun-2025
ସିଂହାସିନୀ ପୀଠରେ କର୍ତ୍ତବ୍ୟରତ ଆଇଆଇସିଙ୍କୁ ଆକ୍ରମଣ, ୪ ଆସାମୀ ଗିରଫ,
ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା
୧୭/୬/୨୫ :
ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନା ଅନ୍ତର୍ଗତ ମା` ସିଂହାସିନୀ ପୀଠରେ ଜୁନ ୧୫ ତାରିଖ ଦିନ ଦ୍ଵିତୀୟ ରଜପର୍ବ ଉପଲକ୍ଷେ ପ୍ରବଳ ଜନସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ବେଗୁନିଆପଡା ପୋଲିସ ଥାନା ଆଇଆଇସି ଭଗବାନ ପୂଜାରୀ ନିୟୋଜିତ ଥିଲେ। ସେହିଦିନ କବିସୂର୍ଯ୍ୟ ନଗର ପୋଲିସ ଥାନା ଅନ୍ତର୍ଗତ ଖଜାପଲ୍ଲୀ ଗ୍ରାମର ସନ୍ତୋଷ ସ୍ୱାଇଁ(୩୪), ଦିଲ୍ଳୀପ ବିଷୋୟୀ(୩୪), ମଙ୍ଗୁଳୁ ସ୍ୱାଇଁ(୫୩) ଓ କାଳିଆ ବିଷୋୟୀ(୩୦) ସିଂହାସିନୀ ପୀଠରେ ଆଇନ ଶୃଙ୍ଖଳା ଭଙ୍ଗ କରି କର୍ତ୍ତବ୍ୟରତ ଆଇଆଇସି ଭଗବାନ ପୂଜାରୀଙ୍କୁ ମାଡ଼ ମାରିଥିବା ନେଇ ପୋଲସରା ପୋଲିସ ଥାନାରେ ବେଗୁନିଆପଡା ଆଇଆଇସି ଶ୍ରୀ ପୂଜାରୀ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୋଲସରା ଥାନା କେଶ ନଂ ୪୨୫/୨୦୨୫ ତାରିଖ ୧୫/୬/୨୫ ପ୍ରକାରେ ଦଫା ୟୁ/ଏସ ୧୨୬(୨)/ ୧୨୭(୨)/ ୨୯୬/ ୧୩୨/ ୧୧୫(୨)/ ୩୫୧ ବିଏନଏସ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା। ଅନୁସନ୍ଧାନ ପରେ ଜୁନ ୧୭ ତାରିଖ ଦିନ ଉପରୋକ୍ତ ଚାରି ଜଣ ଆସାମୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୋଲସରା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।
BACK TO TOP