Breaking News

ବୁଗୁଡ଼ା ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ପକ୍ଷରୁ ପଣା ବଣ୍ଟନ |    (23-Apr-2026)       ||      ପ୍ଲଟ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ରେ ସାମିଲ ଅଭିଯୁକ୍ତ କୁ ଗିରଫକଲା ପୋଲିସ |   (23-Apr-2026)       ||      ଟିକାବାଲି ଥାନା ରେ ପୂର୍ବରୁ ତିନୋଟି ଚୋରି ଘଟଣା ରେ ଫେରାର ହୋଇଥିବା ଅଭିଯୁକ୍ତ ଗିରଫ |    (23-Apr-2026)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ, ଦୁଇ ପକ୍ଷରୁ ଚାରି ଜଣ ଗିରଫ |    (23-Apr-2026)       ||      ରୁକ୍ମୁଣୀ ନଗର ବାସିନ୍ଦା ବୁଦ୍ଧିମନ୍ତ ପାଢ଼ୀଙ୍କର ଦେହାନ୍ତ |   (22-Apr-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||      କଞ୍ଚଣା ଛକରେ ସ୍କୁଟି କାର ଧକ୍କା ଜଣେ ଯୁବକ ଗୁରୁତର |    (21-Apr-2026)       ||      ବିଗୁଡା ମେଡିକାଲ ରେ ଅଗ୍ନିଶମ ବିଭାଗ ତରଫରୁ ଆସୁ ବିପଦ ରୁ ରକ୍ଷା ପାଈଁ ମକ ଡ୍ରିଲ!   (21-Apr-2026)       ||      ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |    (21-Apr-2026)       ||      ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||      "କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||     

ଭଞ୍ଜନଗର ଠାରେ ପାଲେ ଷ୍ଟାଇନ ସଂହତି ଦିବସ ପାଳିତ |

19-Jun-2025

ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ, ଭଞ୍ଜନଗର, ଗଞ୍ଜାମ ତରଫରୁ ପାଲେଷ୍ଟାଇନ ସଂହତି ଦିବସ ପାଳନ, ଓଡିଶା ଜନମତ, ଭଞ୍ଜ ନଗର, ସପୁନ କୁମାର ସେଠୀ ,

 "ପାଲେଷ୍ଟାଇନ ସଂହତି ଦିବସ ପାଳନ " ଅବସରରେ ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ ତରଫରୁ "ଯୁଦ୍ଧ ନୁହେଁ ମୁକ୍ତ ପାଲେଷ୍ଟାଇନ "ପ୍ରସଙ୍ଗ ଭିତ୍ତିକ ଏକ ଆଲୋଚନା ଚକ୍ର ସାମ୍ମୁଖ୍ୟର ବରିଷ୍ଠ ଆଇନଜୀବୀ ଅଭିମନ୍ୟୁ ଗୌଡ଼ଙ୍କ ସଭାପତିତ୍ୱରେ କୂର୍ମିକ୍ଷତ୍ରୀୟ କୁଳଘର ବାଉଁଶଲୁଣ୍ଡି ଠାରେ ଅପରାହ୍ନ 4 ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବାରଆସୋସିଏସନର ସଭାପତି ତଥା ବରିଷ୍ଠ ଆଇନଜୀବୀ ଲଷ୍ମୀକାନ୍ତ ମହାପାତ୍ର ଓ ସମ୍ମାନିତ ଅତିଥି ରୂପେ କବି ପ୍ରଶାନ୍ତ ମହାନ୍ତି ମଞ୍ଚାସିନ ଥିଲେ।
          ସଭାପତି ମହୋଦୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କ୍ରମେ କହିଥିଲେ ଯେ, ତା 7 ଅକ୍ଟୋବର 2023 ଠାରୁ ଆଜସୁଦ୍ଧା ସାମ୍ରାଜ୍ୟ ବାଦୀ ଆମେରିକାର ସହଯୋଗରେ ଇସ୍ରାଇଲ ଏକ ପାଖିଆ ଭାବେ ଯୁଦ୍ଧ କରି ପ୍ରାୟ 60,000 ଶିଶୁ,ମହିଳା,ନିରୀହ ଜନସାଧାରଣ ଙ୍କୁ ହତ୍ୟା କରିଛି। ତତସଙ୍ଗେ ସଙ୍ଗେ ସ୍କୁଲ, ବିଶ୍ୱ ବିଦ୍ୟାଳୟ, ଚିକିତ୍ସାଳୟ ସମେତ ବହୁ ଉଚ୍ଚ
ଅଟାଳିକାକୁ ହଜାର ହଜାର ଟନ ର ବୋମା ମାଡ଼ରେ ଧ୍ଯସ୍ତ ବିଧ୍ୱସ୍ତ କରି ଅଧିକାଂଶ ଆଞ୍ଚଳକୁ ନିଜର ଦଖଲ କୁ ନେଇଯାଇଛି।ତେଣୁ ଏହି ଯୁଦ୍ଧକୁ ତୁରନ୍ତ ବନ୍ଦ କରାଯାଉ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ।
     ସମ୍ମାନିତ ଅତିଥି କବି ପ୍ରଶାନ୍ତ ମହାନ୍ତି କହିଥିଲେ ଯେ ପଣ୍ଡିତ ନେହେରୁଙ୍କ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ଵ ଶାନ୍ତି ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ସମସ୍ତ ଙ୍କୁ ହୃଦବୋଧ ହୁଏ ।ଭାରତ ସବୁବେଳେ ପାଲେଷ୍ଟାଇନ କୁ ଏକ ସ୍ୱତନ୍ତ୍ର ଦେଶ ର ମାନ୍ୟତା ଦେଇଆସୁଛି।
ଏସ. ଏନ. ପ୍ରଧାନ ଆଲୋଚନା କ୍ରମେ ବିଶ୍ୱର ସାମ୍ରାଜ୍ୟବାଦୀ ତଥା ଧନୀ ରାଷ୍ଟ୍ର ମାନଙ୍କ ଆଧିପତ୍ୟ ଓ ଔଧ୍ୟତ୍ୟ ଯୋଗୁଁ ସାରା ବିଶ୍ୱରେ ଯୁଦ୍ଧର ବାତାବରଣ ସୃଷ୍ଟି କରି ଯୁଦ୍ଧାସ୍ତ୍ର ବିକ୍ରୟ ପାଇଁ ସଦା ଚେଷ୍ଟିତ।
     କୂର୍ମିକ୍ଷତ୍ରୀୟ ସଂସ୍ଥାର ସମ୍ପାଦକ ବୈଦ୍ୟ ପ୍ରଧାନ ଓ ନଗର କଂଗ୍ରେସ,ଭଂଜନଗର ସଭାପତି ସୁକାନ୍ତ ଦିଗାଲ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
              ସର୍ବଶେଷରେ ମତ‌ଐକ‌ ପ୍ରକାଶ ପାଇଥିଲା ଯେ,ଭାରତର ବୈଦେଶିକ ନୀତି ଆମେରିକା ଓ ଇସ୍ରାଏଲ ସପକ୍ଷବାଦୀ ହେବା ଯୋଗୁଁ ଆମେ ନିନ୍ଦିତ ହେଉଛେ।ଏଣୁ ଭାରତ ଆମେରିକାର ଗୋଡାଣିଆ ହେବାରୁ ନିବୃତ ରହୁ ।ଜାତିସଙ୍ଘରେ ଇସ୍ରାଏଲ -ପାଲେଷ୍ଟାଇନ ପ୍ରସଙ୍ଗ ଉପରେ ଆଲୋଚନା ବେଳେ ସେଥିରୁ ଭାରତ ନିବୃତ ରହିବା ଦୂର୍ଭାଗ୍ୟଜନକ। ଭାରତ ଯୁଦ୍ଧ ବନ୍ଦ କରିବା ପାଇଁ ଇସ୍ରାଏଲ ଉପରେ ଚାପ ପକାଉ ଓ ଯୁଦ୍ଧ ରେ ଧ୍ୱସ୍ତ ବିଧ୍ୱସ୍ତ ପାଲେଷ୍ଟାଇନ ନାଗରିକଙ୍କ ପାଇଁ ଖାଦ୍ୟ ଓ  ଔଷଧ ପଠାଇବାର ବ୍ୟବସ୍ତା କରୁ।
       କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷକ ଦିବାକର ଲେଙ୍କା, ପ୍ରସନ୍ନ ତ୍ରିପାଠୀ, ବିକ୍ରମ ବିଷୋୟୀ, ତାରିଣୀ ନାୟକ, କୃଷ୍ଣ ବାଡ଼ତ୍ୟା ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ। ନିଖିଳ ଉତ୍କଳ ଖଡୁରା ସମାଜର ସମ୍ପାଦକ ସୁରେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP