Breaking
News
Breaking
News
19-Jun-2025
ବୁଗୁଡ଼ା ଏନଏସି ରେ ବିକାଶ ମେଳା ସହ ୧୮ ଗୋଟି ପ୍ରକଳ୍ପର ଶିଳାନ୍ୟାସ।
ଓଡ଼ିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା
ବୁଗୁଡ଼ା ୧୮/୦୬/୨୫ : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପରେ ଜୁନ ୧୮ ତାରିଖ ଦିନ ବୁଗୁଡା ଏନଏସି ପକ୍ଷରୁ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି। ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରତାପ ଚନ୍ଦ୍ର ପ୍ରଧାନ, ଶିଶୁ ପ୍ରକଳ୍ପ ଅଧିକାରୀଣୀ ବବିତା କୁମାରୀ ପଣ୍ଡାଙ୍କ ସମେତ ସାତ ଜଣ କାଉନସିଲର ମଞ୍ଚାସିନ ଥିଲେ। ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ଏହାର ସୁଯୋଗ ନେବାପାଇଁ ନିବେଦନ କରିଥିଲେ। ଏଥିସହ ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସୁନ୍ଦର ଭାବେ ଗଠନ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏଥି ଅବସରରେ ଏନଏସି ର ୨୭ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ମାନ୍ୟବର ମନ୍ତ୍ରୀ ଏନଏସି ର ୧୮ ଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାପରେ ମାନ୍ୟବର ମନ୍ତ୍ରୀ ବିକାଶ ବାହନ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବିକାଶ ବାହନ ରଥ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ ଓ୍ବାର୍ଡ ପରିକ୍ରମା କରି ରାଜ୍ୟ ସରକାରଙ୍କ ଏକ ବର୍ଷର ବିକାଶ ବାର୍ତ୍ତା ପ୍ରଚାର କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାର୍ତ୍ତା ଭିଡିଓ ମାଧ୍ଯମରେ ଜନସାଧରଣଙ୍କୁ ପ୍ରଦର୍ଶିତ କରାଯାଇଥିଲା।
BACK TO TOP