Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ଆମେରିକୀୟ ଗବେଷକ ଦଳଙ୍କ ମଡେଲ ବିଦ୍ୟାଳୟ ପରିଦର୍ଶନ |

22-Dec-2025

ଆମେରିକୀୟ ଗବେଷକ ଦଳଙ୍କ ମଡେଲ୍ ବିଦ୍ୟାଳୟ ପରିଦର୍ଶନ : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଆୟୋଜିତ ସମୀକ୍ଷା ବୈଠକରେ ପ୍ରାଥମିକ ଶିକ୍ଷା ସମ୍ପର୍କୀତ ଆଲୋଚନା

ଜାତୀୟ ଶିକ୍ଷା ନୀତି ଆଧାରରେ ପରିଚାଳିତ ପ୍ରାଥମିକ ଶିକ୍ଷା କ୍ରମରେ ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନର କାର୍ଯ୍ୟକାରିତା, ବିଦ୍ୟାଳୟ ସ୍ତରରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ପରୀକ୍ଷା ମୂଳକ ଭାବେ ବହୁବିଧ କାର୍ଯ୍ୟକ୍ରମରୁ କିଭଳି ସୁଫଳ ମିଳୁଛି, ସେ ନେଇ ୟୁନାଇଟେଡ ଷ୍ଟେଟ ଅଫ୍ ଆମେରିକାର ଦୁଇଗୋଟି ସ୍ୱତନ୍ତ୍ର ଦଳ ଖଲ୍ଲିକୋଟ ବ୍ଲକ ଅଧୀନସ୍ଥ ଦୁଇଗୋଟି ମଡେଲ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ପଠନ ଦକ୍ଷତା, ନିୟମିତତା, ଶିକ୍ଷଣ ସାମଗ୍ରୀର ବହୁଳ ବ୍ୟବହାର, ଅଭିନବ ଶିକ୍ଷଣ ଶୈଳୀ ଆଦି ଅନେକ ଦିଗ ସମ୍ପର୍କରେ ଗବେଷଣାତ୍ମକ ତଥ୍ୟ ସଂଗ୍ରହ କରିଥିଲେ । ଉଭୟ ଟିମର ସଦସ୍ୟ ସଦସ୍ୟା ବ୍ଲକ୍ ଅନ୍ତର୍ଗତ କହ୍ନେଇପୁର କ୍ଲଷ୍ଟରର ମାଣିକ୍ୟପୁର ଏବଂ ପତଳା କ୍ଲଷ୍ଟରର ପଣ୍ଡିତ ଗାଁ ବିଦ୍ୟାଳୟ ଭ୍ରମଣ କରି ଖଲ୍ଲିକୋଟ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସତ୍ୟନାରାୟଣ ଦାସଙ୍କ ସହିତ ଆଲୋଚନା କରିଥିଲେ । ଜର୍ଜ ଟାଉନ ବିଶ୍ୱବିଦ୍ୟାଳୟ, ୟୁ. ଏସ୍ .ଏ. ର ଗବେଷକ ପ୍ରଫେସର ଜିସ୍ନୁ ଦାସ ଏବଂ ତାଙ୍କ ଟିମର ରୁବି ଫ୍ରେଜର-ଡାଲବି, ଆଭା କାରୋଲିନା ଲଙ୍ଗବେନ୍, ଦାସ୍ ନିଖିଲେଶ ଧୁଲଧୋୟା ପ୍ରମୁଖ ଏଥିରେ ସାମିଲ ହୋଇ ବହୁ ଉପାଦେୟ ତଥ୍ୟ ଆହରଣ କରିଥିଲେ । ସି ଏସ୍ ଏଫର ନିର୍ଦ୍ଦେଶକ ଡକ୍ଟର ପାର୍ଥଜିତ୍ ଦାସ, ସହ ନିର୍ଦ୍ଦେଶକ ଅମରଜିତ୍ ଜେନା, ରାଜ୍ୟ ସ୍ତରୀୟ ନେତୃ ସ୍ଥାନୀୟ କର୍ମକର୍ତ୍ତା ସୁସ୍ମିତ ବିଶ୍ୱାସ, ମିସ୍ ସେହଲତ ଜୋସ, ବରିଷ୍ଠ ପ୍ରକଳ୍ପ ପରିଚାଳିକା ଚାନ୍ଦିନୀ କାର୍ଲା ପ୍ରମୁଖ ଟିମରେ ନିୟୋଜିତ ହୋଇଥିଲେ । ଛାତ୍ରଛାତ୍ରୀମାନଙ୍କ ସହିତ ପ୍ରତ୍ୟକ୍ଷ ଭାବ ବିନିମୟ କରି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଟିମର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମେତ କର୍ମକର୍ତ୍ତାବୃନ୍ଦ । ବିଦ୍ୟାଳୟ ପରିଦର୍ଶନ ସମୟରେ କହ୍ନେଇପୁର କ୍ଲଷ୍ଟରର ସି. ଆର. ସି. ସି. ଲିପନ ପଣ୍ଡା, ପଥରା କ୍ଲଷ୍ଟରର ସି ଆର ସି ସି ପ୍ରକାଶ ଚନ୍ଦ୍ର ସେଠୀ, ଆଭାସ ସି ଆର୍ ସି ସି କୃଷ୍ଣଚନ୍ଦ୍ର ପରିଡ଼ା, କନକା କ୍ଲଷ୍ଟରର ସି ଆର ସି ସି ଡକ୍ଟର ଦ୍ବାରିକାନାଥ ମହାରଣା, ବହୁ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ ।
ପରିଶେଷରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ସନ୍ତୋଷ କୁମାର ପରିଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଭାତୀ ମହାପାତ୍ରଙ୍କ ସମେତ ବହୁ ଶିକ୍ଷକ ପ୍ରଶିକ୍ଷକଙ୍କ ସହିତ ଏଫ୍ ଏଲ୍ ଏନ୍ ତଥା ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ।

News Comment

You Might Also Like

BACK TO TOP