Breaking
News
Breaking
News
07-Apr-2026
ନୂଆଗଡ ଗ୍ରାମରେ ଚୋରୀ ଘଟଣା, ୭ ଗିରଫ
ଓଡିଶା ଜନ ମତ, ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ନୂଆଗଡ଼ ଗାଁ ରେ ଏକ ବଡ଼ ଧରଣର ଚୋରୀ ମାମଲାର ପର୍ଦ୍ଦାଫାସ କରିଛି ବେଗୁନିଆପଡ଼ା ପୋଲିସ ।ଗତ ୨୦ ମାର୍ଚ୍ଚ ୨୦୨୬ ରେ ନୂଆଗଡ ଗ୍ରାମରେ ଏକ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ନୂଆଗଡ ଗ୍ରାମର ପ୍ରଭାତ କୁମାର ସ୍ବାଇଁଙ୍କ ଘରୁ ନଗଦ ଟଙ୍କା, ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ ଦୁବୃର୍ତ୍ତ। ବିଳମ୍ବିତ ରାତିରେ ଘରେ ପଶି ଆଲମିରା ଭାଗିଂ ପ୍ରାୟ ଅଢେଇ ଲକ୍ଷ ଟଙ୍କାର ସୁନା ରୂପା ଅଳଙ୍କାର ଲୁଟ୍ ନେଇ ବେଗୁନିଆପଡ଼ା ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ତତ୍ବାବଧାନରେ ଚୋରୀ ଘଟଣାର ଛାନଭିନ୍ ଆରମ୍ଭ ହୋଇଥିଲା। ଗତକାଲି ଏହି ଚୋରୀ ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ନୂଆଗଡ ଗ୍ରାମର ନାଗା ଓରଫ ସୁଧିର ଜେନା ଓ ରମେଶ ସ୍ବାଇଁ , ଜେ ଛଚିନାର ରାଜୁ ଜେନା, ଭଗବାନ ପରିଡା ଓରଫ କୋରା, ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମର ସରୋଜ କୁମାର ବିଷୋୟୀ ଓରଫ୍ ମୁନା, ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡି ଦେଉଳି ଗ୍ରାମର ସନ୍ତୋଷ କୁମାର ବେହେରା, ଶେରଗଡ଼ ଥାନା ଅନ୍ତର୍ଗତ କୁରୁଳା ଗ୍ରାମର ଟୁକୁନା ବେହେରା ବୋଲି ବେଗୁନିଆପଡ଼ା ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି। ସମସ୍ତ ଅଭିଯୁକ୍ତଙ୍କ ଠାରୁ ମୋବାଇଲ ଫୋନ୍, ୩୦ ହଜାର ନଗଦ ଟଙ୍କା ସହ ୫୩୫ ଗ୍ରାମ ରୂପା ଅଳଙ୍କାର ଜବତ କରିଛି ପୋଲିସ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
BACK TO TOP