Breaking
News
Breaking
News
26-Aug-2026
ରାଗପୁର ଓଡିଶା ଆଦର୍ଶ ବିଦ୍ୟାଳୟ ରାସ୍ତା ମରଣ ଯନ୍ତା l
ଓଡିଶା ଜନମତ, ବେଗୁନିଆପଡା,26/08/26,
ଭଞ୍ଜ କିଶୋର ମହାରଣା :-----
ଏହି ବ୍ଲକ ଅନ୍ତର୍ଗତ ବଡ଼ ଖଇରଖମା ପଞ୍ଚାୟତର ରାଗପୁର ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟକୁ ରାସ୍ତା ମରଣ ଯନ୍ତା ପାଲଟିଛି। ଏହି ବିଦ୍ୟାଳୟକୁ ବ୍ଲକର ବିଭିନ୍ନ ଗ୍ରାମରୁ ଦୈନିକ 500 ରୁ ଅଧିକ ଛାତ୍ରଛାତ୍ରୀ ଯାତ୍ରୀବାହି ଗାଡ଼ିରେ ଆସୁଥିବା ବେଳେ ରାସ୍ତାର ଏହି ଅବସ୍ଥା ପିଲାଙ୍କୁ ବିପଦ ଆଡକୁ ଟାଣୁଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଏହି ରାସ୍ତା ଆସୁଥିବା ବେଳେ ଛଚିନା ଠାରୁ ବୁରୁଝରୀ ମୁଖ୍ୟ ରାସ୍ତାରୁ ଏହି ଶାଖା ରାସ୍ତାର ଅବସ୍ଥା ଉପରେ ବାରମ୍ବାର ଅଭିଯୋଗ କଲେ ବି ରାସ୍ତା ମରାମତି କିମ୍ବା ନିର୍ମାଣ ହୋଇପାରୁନି। ଏହି ରାସ୍ତା ପାର୍ଶ୍ୱରେ କେନାଲ ଯାଇଥିବା ସହ ରାସ୍ତା ପାର୍ଶ୍ୱରେ ଲଟା ବୁଦା ମାଡି ରହିଛି। ଏଣୁ ପିଲାଙ୍କ ସ୍ୱାର୍ଥ ପାଇଁ ତୁରନ୍ତ ଏହି ରାସ୍ତା ନିର୍ମାଣ କରିବା ସହ କେନାଲ ପାର୍ଶ୍ଵରେ ଗାର୍ଡ ୱାଲ ନିର୍ମାଣ ପାଇଁ ଦାବୀ ହେଉଛି।
BACK TO TOP