Breaking
News
Breaking
News
27-Aug-2026
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ l
ଓଡିଶା ଜନମତ,କୋଦଳା :27/08/26,
ଭଞ୍ଜ କିଶୋର ମହାରଣା :-------
କୋଦଳା ଥାନା ଅନ୍ତର୍ଗତ ମଠ ସରସିଂ ପଂଚାୟତର ଶାଳବଣ ଠାରେ ଆଜି ସନ୍ଧ୍ୟାରେ ଜଣେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଗୁରୁତର ଆହତଙ୍କୁ ପ୍ରଥମେ କୋଦଳା ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ରାନୁ ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ ସେହି ଗ୍ରାମର ବାଦଲ ଦତ୍ତ କିଛି ଦିନ ପୂର୍ବେ ମାଡ ମାରିବା ସହ ଆଜି ପୁଣି ରାନୁକୁ ମାଡ ମାରିବା ପାଇଁ ଯିବା ପରେ ରାନୁର ବଡ ଭାଇ କାହ୍ନୁ ବାରିକ ବାଦଲ ଘରକୁ ଯାଇ ଭାଇକୁ ଆକ୍ରମଣ କରିବାର କାରଣ ପଚାରିବା ପରେ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ବାଦଲ କାହ୍ନୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ କାହ୍ଣୁଙ୍କୁ କୋଦଳା ମେଡିକାଲ ନେବା ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
BACK TO TOP