Breaking
News
Breaking
News
28-Aug-2026
ଗଞ୍ଜାମ ବିସ୍ଥାପିତଙ୍କ ପାଇଁ ବଡ଼ ଘୋଷଣା: ୭୫.୬୦ କୋଟିର ପୁନର୍ବାସ ପ୍ୟାକେଜ୍ ସହ ଜମିପଟ୍ଟା ବଣ୍ଟନ; ବାହୁଦା ବନ୍ଦର ଓ ଶିଳ୍ପ ନିବେଶ ଦ୍ୱାରା ବଦଳିବ ଜିଲ୍ଲାର ଭାଗ୍ୟ
।ଓଡିଶା ଜନ ମତ, ବ୍ରହ୍ମପୁର,
ଗଞ୍ଜାମ ଗୋଳାବନ୍ଧ ସେନା ତାଲିମ କେନ୍ଦ୍ର ପାଇଁ ଭିଟାମାଟି ତ୍ୟାଗ କରିଥିବା ୧,୩୭୧ଟି ଯୋଗ୍ୟ ନୋଳିଆ ପରିବାରଙ୍କ ପାଇଁ ରାଜ୍ୟ ସରକାର ୭୫.୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ମଞ୍ଜୁର କରିଛନ୍ତି। ଏହା ଅଧୀନରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ସହ ଗୃହ ନିର୍ମାଣ ଓ ଭିତ୍ତିଭୂମି ସହାୟତା ପ୍ରଦାନ କରାଯାଉଛି।
ଏହା ସହିତ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ୯୬ଟି ବିସ୍ଥାପିତ ପରିବାରକୁ ସାନ୍ତରାପୁର କଲୋନୀରେ ୧୦ ଡିସିମିଲ୍ ଘରବାରି ଓ ୨ ଏକର ଲେଖାଏଁ ଚାଷଜମି ପଟ୍ଟା ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏବଂ ମତ୍ସ୍ୟ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଗଞ୍ଜାମର ବିକାଶ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି।
ବାହୁଦାଠାରେ ୨୧,୫୦୦ କୋଟିର ନୂଆ ବନ୍ଦର, ଗୋପାଳପୁର ଶିଳ୍ପ ପାର୍କରେ ୪୦,୦୦୦ କୋଟିରୁ ଊର୍ଦ୍ଧ୍ୱ ନିବେଶ, ମତ୍ସ୍ୟଜୀବୀଙ୍କ ପାଇଁ ୬୫୦ କୋଟିର ଅନୁଦାନ ଏବଂ ୫୦ କୋଟି ବ୍ୟୟରେ ଫୁଡ୍ ପ୍ରୋସେସିଂ ପାର୍କ ସ୍ଥାପନ ନେଇ ମନ୍ତ୍ରୀମାନେ ପ୍ରକାଶ କରିଛନ୍ତି।
ସମାବେଶରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ, ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ, ଜିଲ୍ଲାର ବହୁ ବିଧାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
BACK TO TOP