Breaking News

ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||     

ସେଲ୍ଫ ଫାଇନାନଶ ଫେରସ୍ତ ଦାବିରେ ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ଙ୍କ ବିକ୍ଷୋଭ ||

30-Aug-2026

(ପୋଲସରା ବିଜ୍ଞାନ ମହାବିଦ୍ୟାଳୟ) 
ସେଲ୍ଫ ଫାଇନାନ୍ସିଂ କୋର୍ସ ଫିସ ଫେରସ୍ତ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ।

ଓଡ଼ିଶା ଜନମତ,ପୋଲସରା,30/08/26,

ସନ୍ତୋଷ କୁମାର ପଣ୍ଡା:-----

ସେଲ୍ଫଫାଇନାନ୍ସିଂ ନାମରେ ଅତିରିକ୍ତ ଫିସ ଏବଂ ଅସମାନତାକୁ ନେଇ  ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚଳିତ ମାସ ୨୯ ତାରିଖ ଶନିବାର ଦିନ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ମହାବିଦ୍ୟାଳୟର କେତେକ ବିଭାଗକୁ ସେଲ୍ଫ ଫାଇନାନ୍ସିଂ କୋର୍ସ ଭାବେ ଦର୍ଶାଇ ସାଧାରଣ ଫିସ ତୁଳନାରେ ଅତିରିକ୍ତ ଅର୍ଥ ଆଦାୟ କରାଯାଉଛି। ଏହି ଅତିରିକ୍ତ ଅଧିକା  ଫିସ ଦେବା ଫଳରେ ଛାତ୍ରଛାତ୍ରୀଙ୍କୁ ଉପରେ  ଅତିରିକ୍ତ ଆର୍ଥିକ ଚାପ ପଡ଼ୁଥିବା ଯୋଗୁଁ  ଅନେକ ଅଭିଭାବକଙ୍କ ପାଇଁ ଏକ ନଳିତା ବିଡ଼ା ବୋଝ୍ ସଦୃଶ ହୋଇଛି। ବିଶେଷକରି ଏକାଧିକ ବିଭାଗର ଛାତ୍ରଛାତ୍ରୀମାନେ ଏହି ଫିସରେ ଥିବା ଅସମାନତାକୁ ନେଇ ପ୍ରଶ୍ନ ଉଠାଇବା ସହ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭାଗ  ଅନୁସାରେ ଫିସରେ ଏତେ ତଫାତ୍ କାହିଁକି  ରହିଛି, ଅତିରିକ୍ତ ଫିସ ଆଦାୟର ନିୟମ କ`ଣ ଏବଂ  ଏହି ଅର୍ଥ କେଉଁ କାର୍ଯ୍ୟରେ ବ୍ୟୟ ହେଉଛି, ସେନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ  ସ୍ପଷ୍ଟତା ଦାବି କରିଛନ୍ତି । ପୁଣି  ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ ଉଚ୍ଚଶିକ୍ଷା ପାଇବାପାଇଁ  ଅନେକ ପରିବାର ନିଜ ନିଜର ପିଲାମାନଙ୍କର ଇଚ୍ଛା ପୂରଣ ସକାଶେ  ନିଜ ସାମର୍ଥ୍ୟ ଅନୁଯାୟୀ ଖର୍ଚ୍ଚ ବହନ କରିଆସୁଥିବା ବେଳେ ଏହି ଅତିରିକ୍ତ ଫିସ ଯୋଗୁ  ସେମାନଙ୍କ ଶିକ୍ଷା ପାଇଁ   ଖର୍ଚ୍ଚ ବଢୁଛି।  ଏଥିସହିତ ଗରିବ ଓ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି।  ଏଣୁ ଛାତ୍ରଛାତ୍ରୀଙ୍କ ମୁଖ୍ୟ ଦାବି ମଧ୍ୟରୁ ମହାବିଦ୍ୟାଳୟର ଉକ୍ତ ୭ ଗୋଟି ବିଭାଗରେ ସେଲ୍ଫ ଫାଇନାନ୍ସିଂ କୋର୍ସ ନାମରେ ଆଦାୟ କରାଯାଉଥିବା ଅତିରିକ୍ତ ଫିସ ବ୍ୟବସ୍ଥାର ସମ୍ପୂର୍ଣ୍ଣ ପୁନଃବିଚାର  କରାଯାଉ, ପୂର୍ବରୁ ଆଦାୟ ହୋଇଥିବା ଉକ୍ତ ଅତିରିକ୍ତ ଅର୍ଥ ଛାତ୍ରଛାତ୍ରୀଙ୍କୁ ଫେରସ୍ତ କରାଯାଉ, ସମସ୍ତ ବିଭାଗ ପାଇଁ ସମାନ, ସ୍ପଷ୍ଟ, ସ୍ୱଚ୍ଛ ଓ ନ୍ୟାୟସ°ଗତ ଫିସ ବ୍ୟବସ୍ଥା ଲାଗୁ କରାଯାଉ ବୋଲି ଦାବିଗୁଡ଼ିକୁ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରେ ଦାବିପତ୍ର ଜରିଆରେ ଉପସ୍ଥାନ କରିଥିଲେ । ପରେ ଏହି ଦାବୀ ସମସ୍ୟାକୁ ନେଇ ଅଧ୍ୟକ୍ଷ ଡଃ ଭଗବାନ ତ୍ରିପାଠୀଙ୍କୁ ପ୍ରଶ୍ନ  ପଚାରିବାରୁ ସେ କହିଛନ୍ତି ଯେ, ସେ ଛାତ୍ରଛାତ୍ରୀଙ୍କ ଦାବିକୁ ସମୀକ୍ଷା କରିଛନ୍ତି ଏବଂ ଅତିରିକ୍ତ ଫିସ କିପରି ଛାତ୍ରଛାତ୍ରୀଙ୍କୁ ଫେରସ୍ତ କରାଯାଇପାରିବ ସେନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ତେବେ ବର୍ତ୍ତମାନ ଦେଖିବାକୁ ରହିଲା  ଅସନ୍ତୁଷ୍ଟ ଛାତ୍ରଛାତ୍ରଙ୍କୁ  ସେମାନଙ୍କ ସମସ୍ତ ଦାବିଗୁଡ଼ିକ ପ୍ରତି କେତେଶିଘ୍ର ବିଚାର କରାଯାଇ ଉଚ୍ଚକର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଇ ଏହି ସୃଷ୍ଟ ସମସ୍ୟାକୁ  ସମାଧାନ କରିବାରେ  ଚେଷ୍ଟା କରୁଛନ୍ତି।

News Comment

You Might Also Like

BACK TO TOP