Breaking
News
Breaking
News
30-Aug-2026
ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ସବଇନସ୍ପେକ୍ଟର ଗିରଫ |
ଓଡିଶା ଜନ ମତ ବ୍ୟୁରୋ,
ଭଦ୍ରକ ସହର ରେ ଦେଖାଦେଇଛି ଏକ ଅମାନୁଷିକ ଘଟଣା | ଖାକି ପୋଷାକରେ ଲାଗିଛି ଦାଗ | ପୋଲିସ ହିଁ ପୋଲିସ କୁ ଗିରଫ କରିଛି!| କାର୍ଯ୍ୟରେ ଯୋଗଦେଲାବେଳେ ଦେଶମାତୃକାର ସେବାକରି ଜନସାଧାରଣ ଙ୍କୁ ଉଚିତ ନ୍ୟୟ ପ୍ରଦାନ କରିବାକୁ ଶପଥ ନେଇ ବର୍ଦୀ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଥିବା ପୋଲିସ ଅଫିସର ଙ୍କ ଭଦ୍ର ମୁଖା ଲୋକଙ୍କ ସାମ୍ନାରେ ହାଟରେ ପଡି ବାଟରେ ଗଡୁଛି | ଜନ ସାଧାରଣ ଙ୍କୁ ନ୍ୟାୟ ଦେବା ଛାଡ଼ ଆଗ ଯାହାର ହାତ ଧରି ଅଗ୍ନି କୁ ସାକ୍ଷୀ ରଖି ସାତଜନ୍ମ ସାଥିରେ ରହିବାକୁ ଏବଂ ସ୍ତ୍ରୀର ଦଶ ଦୋଷ କ୍ଷମା କରିବାକୁ ଦେଇଥିବା ବଚନ କୁ ଭୁଲି ଯିଏ ରକ୍ଷକ ହୋଇ ଭକ୍ଷକ ସାଜେ ତାକୁ କେଇଁ ଦେଶ ସେବକ ବା ରକ୍ଷକ କୁହାଯାଇ ପାରିବ | ଏପରି ଏକ ଅମାନୁଷିକ ଘଟଣା ଘଟିଛି ଭଦ୍ରକ ଟାଉନ ଥାନାରେ କାର୍ଯ୍ୟରତ ସବ ଇନସ୍ପେକ୍ଟର ଗଣନାଥ ସେଠୀ ଦୀର୍ଘ ଦିନ ଧରି ପତ୍ନୀଙ୍କୁ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିଲେ। ଗଣନାଥଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଟାଉନ ଥାନା ପୁଲିସ ତାଙ୍କୁ ଗିରଫ କରିଥିବାର ସୂଚନା ରହିଛି।
ଭଦ୍ରକ ପୁଲିସକୁ ଗିରଫ କଲା ପୁଲିସ। ସୂଚନା ଅନୁଯାୟୀ, ଭଦ୍ରକ ଟାଉନ ଥାନାରେ କାର୍ଯ୍ୟରତ ସବ ଇନସ୍ପେକ୍ଟର ଗଣନାଥ ସେଠୀ ଦୀର୍ଘ ଦିନ ଧରି ପତ୍ନୀଙ୍କୁ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିଲେ। ବାରମ୍ବାର ସମାଧାନ କରାଯିବାକୁ ଚେଷ୍ଟା ହୋଇଥିବା ବେଳେ କୌଣସି କଥାକୁ ଖାତିରି ନକରି ପୋଲିସ ଅଫିସର ଭୟ ଦେଖାଇ ବାରମ୍ବାର ପତ୍ନୀଙ୍କୁ ନିର୍ଯ୍ୟାତନା ଦେଇ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଉ ଥିଲେ | ଗଣନାଥଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଟାଉନ ଥାନା ପୁଲିସ ତାଙ୍କୁ ଗିରଫ କରିଥିବାର ସୂଚନା ମିଳିଛି!| ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି |
BACK TO TOP