Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |

30-Sep-2026

ଗୁଆଳିପୁର ଅଙ୍ଗନୱାଡି କେନ୍ଦ୍ରରେ ତିନି ଦିନିଆ ଚାଲିଥିବା ଆଙ୍ଗନ କା ଉତ୍ସବ ସମାପନ l 

ଓଡିଶା ଜନମତ,ଜଗତସିଂହପୁର 
ଜ୍ୟୋତିରଞ୍ଜନ ପଟ୍ଟନାୟକ.... 

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ଥିବା 120 ଅଙ୍ଗନୱାଡି କେନ୍ଦ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଆଙ୍ଗନ କା ଉତ୍ସବ ତିନି ଦିନିଆ କାର୍ଯ୍ୟକ୍ରମ ସମାପନ ହୋଇଛି l ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଗୁଡିକ ବେଶ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇ ଥିବା ବେଳେ ଗୁଆଳିପୁର ଗ୍ରାମର ଦୁଇ ଗୋଟି ଅଙ୍ଗନୱାଡି କେନ୍ଦ୍ର ରେ ଏହି କାର୍ଯ୍ୟକ୍ରମ ଟି ଏକ ନିଆରା ଢଙ୍ଗରେ ପାଳନ ହୋଇଥିଲା l  ରାଜ୍ୟ ସରକାର ଙ୍କ ଏହି ତିନିଦିନ ବ୍ୟାପି କାର୍ଯ୍ୟକ୍ରମ ହେବାଦ୍ୱାରା କୋମଳମତି ଛୁଆ ମାନଙ୍କ ସହିତ ସେମାନଙ୍କ ଅଭିଭାବକ ମାନେ ଏକତ୍ରିକରଣ ହେବା ଦ୍ୱାରା ଗାଁ, ସାଇ ରେ ଏକ ଭାଇଚାରା ସୃଷ୍ଟି ହୋଇଥିଲା l ବର୍ତମାନ ଯୁଗରେ ଘରେ ଘରେ କଳି ଝଗଡା ଲାଗି ରହୁଥିବା ବେଳେ ଏଠାରେ ଶାନ୍ତି ଶୃଙ୍ଖଳା ସହିତ ଶିଶୁଙ୍କ ପୃଷ୍ଟି ଓ ସ୍ୱଛତା ସମ୍ପର୍କ ରେ ଅଭିଭାବକ ମାନଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ ସେମାନେ ଯେପରି ଏକ ପରିବାର ସଦସ୍ୟ ବୋଲି ଦେଖିବାକୁ ମିଳିଥିଲା l ଗୁଆଳିପୁର ଗାଁର ଦୁଇ ଅଙ୍ଗନୱାଡି କେନ୍ଦ୍ରକୁ ସୁନ୍ଦର ଭାବେ ବେଲୁନ, ଲାଇଟ ଲଗାଇ ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ମା, ବାପ-ମା ଓ ଜେଜେ ବାପା - ଜେଜେ ମା ମାନେ ଏକତ୍ରିତ ହୋଇ ଉତ୍ସାହର ସହ ଘରେ ପ୍ରସ୍ତୁତ କରି ଆଣିଥିବା ଆରିସା ପିଠା, ପୋଡ଼, କାକରା, ଚକୁଳି, ଚିତାଉ, ମଣ୍ଡା ପିଠା ଖାଦ୍ୟ ସବୁ ଘରୁ ଆଣି ପ୍ରଦର୍ଶନ କରି ପ୍ରତିଯୋଗିତା ରେ ଭାଗ ନେଇଥିଲେ l ସେହିପରି କୋମଳମତି ଛୁଆ ମାନଙ୍କ ମଧ୍ୟରେ ତୁଳି ରଙ୍ଗ ଲେଖା ପ୍ରତି ଯୋଗିତା, ନାଚ ଗୀତ ସାଙ୍ଗକୁ ଖେଳ କୁଦର ପ୍ରତିଯୋଗିତା ହେବା ଦ୍ୱାରା ସେମାନେ ବେଶି ଉତ୍ସାହିତ ହେଉଥିବାର ଦେଖିବାକୁ ମିଳିଥିଲା l ଏପରିକି ସେମାନଙ୍କ ଜେଜ - ଜେଜେ ମା ମାନେ ଗପ, ଗୀତ ଓ ତାଙ୍କ ଛୁଆ ବେଳର ଅନୁଭୂତି ସବୁ ମନେ ପକାଇ ଦେଉଥିଲେ l  ଏହି ଦୁଇ ଅଙ୍ଗନୱାଡି କେନ୍ଦ୍ର ର ନିଜସ୍ୱ ଗୃହ ନ ଥିବାରୁ ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସରକାର ଙ୍କ ଏହି କାର୍ଯ୍ୟକ୍ରମ କରାଯାଇଥିଲା l ଅଙ୍ଗନୱାଡି `କ` କେନ୍ଦ୍ରର କର୍ମୀ ଅପର୍ଣ୍ଣା ସ୍ୱାଇଁ ଓ ତାଙ୍କ ସହାୟିକା ଗୀତାରାଣୀ ସ୍ୱାଇଁ ଥିବା ବେଳେ ଅଙ୍ଗନୱାଡ଼ି `ଖ` କେନ୍ଦ୍ରର କର୍ମୀ ଆରତୀ ସ୍ୱାଇଁ ଓ ସହାୟିକା କାଦମ୍ବିନୀ ସ୍ୱାଇଁ ପ୍ରମୁଖ ଥିଲେ l ତିନିଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ  ଗାଁ ମୁଖିଆ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତି ଜ୍ଞାନ ରଞ୍ଜନ ପଟ୍ଟନାୟକ ଥିବା ବେଳେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ପଟ୍ଟନାୟକ, ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଏସ ଏମ ସି ସଭାପତି ଅବିନାଶ ପଟ୍ଟନାୟକ ଓ ଶିକ୍ଷାବିତ ପ୍ରଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ସଫଳ ପରିଚାଳନା କରିବାରେ ଆଶା ଦିଦି ବନଜା ସ୍ୱାଇଁ, ୱାର୍ଡ ମେମ୍ବର ଗୁରୁବାରୀ ବେହେରା, ସୁଷମାରାଣୀ ସ୍ୱାଇଁ ଓ ଝରଣା ସାହୁ ଙ୍କ ସହିତ ଅଙ୍ଗନବାଡି ପରିଚାଳନା କମିଟି ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମ ର ଶେଷଦିନ ପ୍ରଧାନ ଶିକ୍ଷକ ଶ୍ରୀମତୀ ଅମୀୟ ବାଳା ତ୍ରିପାଠୀ ଓ ଅନ୍ୟ ସମସ୍ତ ଅତିଥି ମାନେ ଉପସ୍ଥିତ ରହି ପୁରସ୍କୃତ ହୋଇଥିବା ମହିଳା ମାନଙ୍କୁ ମାନପତ୍ର ଓ ଉପ ଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ ଶେଷ ପରେ ମଧ୍ୟାହ୍ନ ଭୋଜନ ବି ପ୍ରଦାନ କରାଯାଇଥିଲା l ରାଜ୍ୟ ସରକାର ଙ୍କ ଆଙ୍ଗନ କା ଉତ୍ସବ ମାଧ୍ୟମରେ ଅଙ୍ଗନବାଡି କେନ୍ଦ୍ରକୁ କୋମଳମତି ଶିଶୁ ଓ ଅଭିଭାବକ ମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ଓ ପୁଷ୍ଟିମୟ ପରିବେଶରେ ପରିଣତ କରିବା ସହିତ ସହ ଭାଗିତା ବୃଦ୍ଧି କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିଲା l

News Comment

You Might Also Like

BACK TO TOP