Breaking
News
Breaking
News
04-Jun-2025
ପୁରୁଷୋତ୍ତମପୁର ପ୍ରାଥମିକ ଓ ଉଚ ପ୍ରାଥମିକ ବିଦ୍ୟଳୟ ରେ କାର୍ଯ୍ୟରତ ଶିକ୍ଷକ ମାନଙ୍କ ବିଭିନ୍ନ ଦାବି ପୂରଣ ସକାଶେ ,
(ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ବ୍ଳକ ଗୋଷ୍ଟି ଶିକ୍ଷା ଧିକାରୀଙ୍କ ଜରିଆରେ ଦାବିପତ୍ର |
ଓଡିଶା ଜନମତ ବ୍ୟୁରୋ,
ପୁରୁଷୋତ୍ତମପୁର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ମାନେ ସେମାନଙ୍କ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ପୁରୁଷୋତ୍ତମପୁର ବ୍ଳକ ଗୋଷ୍ଟି ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା ଙ୍କୁ ପ୍ରଦାନ କରିଛନ୍ତି | ସେମାନଙ୍କ ଦାବି ଗୁଡିକ ମଧ୍ୟରେ ତିନିଗୋଟି ଦାବି କୁ ପ୍ରଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି | ସେଗୁଡିକ ହେଲା
ପ୍ରଥମ ---11/02/2011 ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ ବର୍ଗର ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ନିମନ୍ତେ ସମ୍ପୂର୍ଣ୍ଣ ରୂପେ ଓଟିଇଟି ଉଛେଦ କରାଯାଉ |
2ୟ ---ଠିକା ନିଯୁକ୍ତି ପ୍ରକିୟା ସମ୍ପୂର୍ଣ ରୂପେ ଉଛେଦ କରାଯାଇ 6/8ଟି ନେସନାଲ ଇଙ୍କ୍ରିମେଣ୍ଟ ପ୍ରଦାନ କରାଯାଉ |
3ୟ ---ସମସ୍ତ ପ୍ରାଥମିକ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ପାଇଁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯାଉ | ଏହି ଦାବିଗୁଡିକ ମାନ୍ୟବରମୁଖ୍ୟମନ୍ତ୍ରୀ ତୁରନ୍ତ ପୂରଣ କରିବେ ବୋଲି ମିଳିତ ଶିକ୍ଷକ ସଙ୍ଘ ଅନୁରୋଧ କରିଛନ୍ତି | ଆଜିର ଏଇ କାର୍ଯ୍ୟକ୍ରମ ରେ ଏ ୟୁ ପି ଟି ଏଫ ର ସମ୍ପାଦକ ନିରଞ୍ଜନ ତ୍ରିପାଠୀ, ସଭାପତି ଶ୍ରୀ ବିଜୟ ବେହେରା, କୋଷଧକ୍ଷ ଶ୍ରୀ ମନୋଜ ନାୟକ, ଗଞ୍ଜାମ ଜିଲ୍ଲା ର ବରିଷ୍ଟ ଉପସଭାପତି ଶ୍ରୀ ଧର୍ମା ରେଡି, ସଙ୍ଘର ଅନ୍ୟନ୍ୟ କାର୍ଯ୍ୟ କର୍ତ୍ତା ମାନେ ହେଲେ ରବୀନ୍ଦ୍ର ବେହେରା, ଇ ରମେଶ, କୈଳାଶ ସ୍ୱାଇଁ, ସଞ୍ଜୟ କୁମାର ମହାପାତ୍ର, ଇତ୍ୟାଦି ଉପସ୍ଥିତ ରହି ବିଇଓ ଙ୍କୁ ଦାବିପତ୍ର ଆଜି ସକାକେ ପ୍ରଦାନ କରିଥିଲେ |
BACK TO TOP