Breaking News

ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||     

ଲୋପ ପାଇଗଲାଣି ଘର ଚଟିଆ ବଂଶ, ଶୁଭୁନି ଆଉ କିଚିରି, ମିଚିରି ଶବ୍ଦ |

20-Mar-2026

ଶୁଭୁନି ଆଉ କିଚିରିମିଚିରି ଶବ୍ଦ; ଲୋପ ପାଇଲାଣି ଘର ଚଟିଆ ବଂଶ

ଓଡିଶା ଜନମତ,ବାଲିଗୁଡା, ତା, ୨୦/୦୩:--

ସଞ୍ଜୟ କୁମାର ପାଣିଗ୍ରାହୀ: --

ଜଳବାୟୁ ପରିବର୍ତ୍ତନ ସହିତ ଧରାପୃଷ୍ଠରୁ ବହୁ ଜୀବଜନ୍ତୁ ମଧ୍ୟ ଧିରେ ଧିରେ ଲୋପ ପାଇବାରେ ଲାଗିଛି I ଦିନ ଥିଲା ଗାଆଁ ଗହଳରେ ମାଆ ମାନେ ଘର ଚଟିଆକୁ ଦେଖାଇ ନିଜ ଛୁଆର ଅଝଟ ପଣ ଦୂର କରିବା ସହିତ ଘର ଚଟିଆ ସମ୍ପର୍କରେ ନାନା ଗୀତ ଗାଇ ନିଜ ଛୁଆକୁ ଖୁଆଇ ଦେଉଥିଲା I ଅଗଣା ଚାଳରେ ବସା ବାନ୍ଧି ଥିବା ଘର ଚଟିଆ ଗୁଡ଼ିକ ମଧ୍ୟ କିଚିରି ମିଚିରି ଶବ୍ଦ କରି ଘୁରି ବୁଲୁଥିଲେ ଅଗଣା ସାରା I କିନ୍ତୁ ମଣିଷ ଚାଳ ଘର ଭାଙ୍ଗି ନିଜ ପାଇଁ ଛାତ ଘର ତୋଳିବା ପରେ ଘର ଚଟିଆ ମାନେ ବାସ ହରା ହୋଇପଡ଼ିଲେ I କ୍ରମାଗତ ଭାବେ ଲୋପ ପାଇଲା ଘର ଚଟିଆଙ୍କ ବଂଶ I ଏହା ସହିତ ମୋବାଇଲ୍ ଟାୱାର୍ ଗୁଡ଼ିକର ବିକିରଣର କୁପ୍ରଭାବ ମଧ୍ୟ ପଡିଛି ଘର ଚଟିଆଙ୍କ ଜୀବନ ଶୈଳୀ ଉପରେ I ବର୍ତ୍ତମାନ ଗାଆଁ ଗହଳିରେ ଖୁବ୍ କମ୍ ସଂଖ୍ୟାରେ ଦେଖିବାକୁ ମିଳୁଛନ୍ତି ଘର ଚଟିଆ I ବିଶେଷ କରି ବିଭିନ୍ନ ବିଦ୍ୟାଳୟ, କୋଠା ଘରର ଛାତ ତଳେ ବାୟୁ ଚଳାଚଳ ପାଇଁ ଥିବା ରାସ୍ତାରେ ଘର ଚଟିଆ ମାନେ ନିଜର ବସା ବାନ୍ଧି ରହୁଥିବା ଦେଖିବାକୁ ମିଳୁଛି I କିନ୍ତୁ ଘର ଏବଂ ବିଦ୍ୟାଳୟ ସଫେଇ କରିବା ଆଳରେ ଘର ମାଲିକ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଘର ଚଟିଆ ବସା ଗୁଡ଼ିକୁ ବାହାର କରି ଫୋପାଡ଼ି ଦେଉଥିବା ଦେଖିବାକୁ ମିଳିଛି I ସେହିପରି ଘରେ ରହୁଥିବା ଘରା ଚଟିଆ ଗୁଡ଼ିକ ବେଳେ ବେଳେ ବିରାଡି ଦ୍ୱାରା ଶିକାର ହେବା ସହିତ ବହୁ ସମୟରେ ଘରର ପଙ୍ଖା ଏବଂ ଅନ୍ୟାନ୍ୟ ଆସବାବପତ୍ର ସହିତ ଧକ୍କା ହୋଇ ମୃତ୍ୟୁ ବରଣ କରିଥାନ୍ତି I ଅନ୍ୟପକ୍ଷରେ କିଛି ସହୃଦୟ ବ୍ୟକ୍ତି ନିଜ ଘର ଆଗରେ ବାଉଁଶ ଟୋକେଇ, ମାଟି ହାଣ୍ଡିରେ ଘର ଚଟିଆ ବସା ତିଆରି କରି ଘର ଚଟିଆ ଗୁଡ଼ିକୁ ଆଶ୍ରୟ ଦେଉଥିବା ଦେଖିବାକୁ ମିଳୁଛି I କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ଭଲି ପ୍ରତୀୟମାନ ହେଉଛି I ପ୍ରତିବର୍ଷ ମାର୍ଚ୍ଚ କୋଡିଏ ତାରିଖରେ କାଗଜ ପତ୍ରରେ ପାଳନ କରାଯାଉଛି ଘର ଚଟିଆ ଦିବସ I କିନ୍ତୁ ଘର ଚଟିଆଙ୍କ ସୁରକ୍ଷା ପାଇଁ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହିଁ I ତେଣୁ ଘରା ଚଟିଆ ସୁରକ୍ଷା ଦିଗରେ ସରକାର ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି I ବିଶେଷ କରି ଗ୍ରାମାଞ୍ଚଳର ପ୍ରକୃତି ପ୍ରେମୀ ମାନଙ୍କୁ ଘର ଚଟିଆର ସୁରକ୍ଷା ପାଇଁ ସ୍ଵତନ୍ତ୍ର ରୂପେ ତାଲିମ ପ୍ରଦାନ କରାଯିବା ସହିତ ପ୍ରୋତ୍ସାହିତ କରିବା ଉଚିତ୍ I ସେହିପରି ବିଦ୍ୟାଳୟରେ ଥିବା ବଗିଚା ଗୁଡ଼ିକରେ ଘର ଚଟିଆଙ୍କ ପାଇଁ ସ୍ଵତନ୍ତ୍ର ଘର ପ୍ରସ୍ତୁତ କରାଯାଇପାରିଲେ ବିଦ୍ୟାଳୟ ସ୍ତରରୁ ମଧ୍ୟ ଘର ଚଟିଆ ସୁରକ୍ଷା ଅଭିଯାନ ହୋଇପାରନ୍ତା ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି I

News Comment

You Might Also Like

BACK TO TOP