Breaking
News
Breaking
News
11-Jun-2025
କୁଲାଡ଼ ଜଗନ୍ନାଥ ମନ୍ଦିର ରେ ପାଳନ ହେଲା ସ୍ନାନ ଯାତ୍ରା
ଓଡ଼ିଆ ଜନମତ, ଭଞ୍ଜନଗର, ସପନ କୁମାର ସେଠୀ, ତା- 11/06/25
ବଳିଆର ଭୁଜ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ଲୀଳା ଓ ଲୀଳା ଖେଳାରେ ପ୍ରଭୁ ଏବଂ ଭକ୍ତ ଙ୍କ ମିଳନ ସବୁବେଳେ ହୋଇଥାଏ।ଭକ୍ତ ଭଗବାନ ଙ୍କୁ ତାଙ୍କ ମନ୍ଦିରରେ ବର୍ଷ ତମାମ ଦର୍ଶନ କରୁଥିବା ବେଳେ ବିଶ୍ୱ ଠାକୁର ବର୍ଷ କୁ ଥରେ ଭକ୍ତ ଙ୍କୁ ଭେଟିବାକୁ ନିଜ ରତ୍ନ ସିଂହାସନ ଛାଡି ଦୌଡ଼ି ଆସନ୍ତି ବଡଦାଣ୍ଡ କୁ।ଏହି ପରିପ୍ରେକ୍ଷୀରେ ସର୍ଵ ପ୍ରାଚୀନ ଭଞ୍ଜନଗର ବ୍ଳକ କୁଲାଡ଼ ଗ୍ରାମ ଠାରେ ଭଂଜ ବଂଶୀୟ ରାଜା ମାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ଜଗନ୍ନାଥ ମନ୍ଦିର ଠାରେ ମଧ୍ୟ ପୁରୀ ଜଗନ୍ନାଥ ମନ୍ଦିର ସମତୁଲ୍ୟ ରିତିନିତି ଅନୁସାରେ ବିଭିନ୍ନ ଯାନିଯାତ୍ରା ପାଳନ ହୋଇ ଆସୁଛି।ଆଜି ଚତୁର୍ଦ୍ଧା ମୂର୍ତିଙ୍କ ସ୍ନାନ ଯାତ୍ରା କୁଲାଡ଼ ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି।ସକାଳୁ ଠାକୁର ମାନଙ୍କ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା ପରେ ପ୍ରଭୁ ମାନଙ୍କୁ ପହଣ୍ଡି ଦ୍ୱାରା ସ୍ନାନ ମଣ୍ଡପ କୁ ବିଜେ କରାଯାଇଥିଲା, ତତ୍ପରେ ଠାକୁର ମାନଙ୍କୁ ଶହେ ଆଠ ଗରା ସୁବାସିତ ଜଳରେ ସ୍ନାନ କରିବା ସହ ପୂଜା ଅର୍ଚ୍ଚନା କରାଯାଇଛି।ଏହି ବିରଳ ପର୍ବକୁ ଦେଖିବାକୁ ଦୁରଦୂରନ୍ତରୁ ବହୁ ଭକ୍ତ ଯୋଗଦେଇଥିଲେ।ଏହି ସ୍ନାନ ଯାତ୍ରା କୁ ମନ୍ଦିର ରେ ଭଞ୍ଜ ବଂଶୀୟ ରାଜା ମାନଙ୍କ ଦ୍ୱାରା ନିୟୋଜିତ ସ୍ୱତନ୍ତ୍ର ପଣ୍ଡା ଯୋଗ ଦେଇଥିଲେ।ସୂଚନାଯୋଗ୍ୟ ଯେ କୁଲାଡ଼ ରଥଯାତ୍ରା କୁ ପ୍ରାୟ ତିରିଶ ହଜାର ଭକ୍ତ ଯୋଗ ଦେଇଥାନ୍ତି କିନ୍ତୁ ବହୁ ବର୍ଷ ଧରି ସେହି ପୁରୁଣା ରଥ ରେ ରଥଯାତ୍ରା ହେଉଥିବା ବେଳେ ଏ ବର୍ଷ ଜଙ୍ଗଲ ବିଭାଗ ଅଧିକାରୀ ଙ୍କ ସହଯୋଗ ରେ ରଥ କାଠ ଆସିଛି ଓ ନିର୍ମାଣ ହେଉଛି ନୂଆଁ ରଥ।।
BACK TO TOP