Breaking
News
Breaking
News
24-Jun-2025
ସି. ପି. ଆଇ ର ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ସମ୍ମିଳନୀ
ଓଡ଼ିଶା ଜନମତ, ପୋଲସରା ସନ୍ତୋଷ କୁମାର ପଣ୍ଡା
ପୋଲସରା : ସି. ପି. ଆଇ ର ଜଗନ୍ନାଥପ୍ରସାଦ ବ୍ଲକ ସ୍ତରୀୟ ଆଞ୍ଚଳିକ ସମ୍ମିଳନୀ ପଞ୍ଚଭୂତି ଠାରେ ଅନୁଷ୍ଠିତ ହୋଇଯାଇଛି. ସମ୍ମିଳନୀ ଆରମ୍ଭରେ ବରିଷ୍ଠ କମ୍ୟୁନିଷ୍ଟ ନେତା ସାଥୀ ସୋମନାଥ ନାୟକ ପାର୍ଟିର ଲାଲ ପତାକା ଉତ୍ତୋଳନ କରି ସମବେତ ପ୍ରତିନିଧି ବୃନ୍ଦଙ୍କୁ ପତାକାର ଗାରିମା ସମ୍ପର୍କରେ ଉଦବୋଧନ ଦେଇ କହିଥିଲେ, ଏହା ଶ୍ରମଜୀବୀ ମାନଙ୍କ ଲହୁ ଲୁହ ର ପତାକା। ଏ ପତାକାକୁ ସବୁବେଳେ ଉଡାଇ ରଖିବାକୁ ହେବ। ସମ୍ମିଳନୀରେ ସ୍ଥାନୀୟ କମ୍ମ୍ୟୁନିଷ୍ଟ ନେତା ମାଧବ ନାୟକ ସଭାପତିତ୍ୱ କରିଥିଲେ। ଆରମ୍ଭରେ ଜାତୀୟ, ରାଜ୍ୟ ଓ ସ୍ଥାନୀୟ ନେତାମାନେ ଯେଉଁମାନେ ନିକଟ ଅତୀତ ରେ ପରଲୋକ ହୋଇଯାଇଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନଟ ନୀରବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସମ୍ପାଦକ ସାଥୀ ବିପ୍ର ଚରଣ ନାୟକ ଗତ ତିନି ବର୍ଷର କାର୍ଯ୍ୟାଧାରା ଉପରେ ବିବରଣୀ ପାଠ କରିଥିଲେ। ଜିଲ୍ଲା ସମ୍ପାଦକ ତଥା ରାଜ୍ୟ ସହ ସମ୍ପାଦକ ସାଥୀ ପ୍ରକାଶ ଚନ୍ଦ୍ର ପାତ୍ର, ସହସମ୍ପାଦକ ସାଥୀ ପ୍ରଦୀପ ସେଠୀ, ପୋଲସରା ଅଞ୍ଚଳ ସମ୍ପାଦକ ଦଣ୍ଡପାଣି ସାମଲ ଯୋଗଦାନ କରି ପ୍ରତିନିଧିମାନଙ୍କୁ ଉଦବୋଧନ ଦେଇ ପାର୍ଟିର ଶତ ବାର୍ଷିକୀ ପାଳନ ଅବସରରେ ପାର୍ଟି ସଂଗଠନକୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ଭିତରେ ସାଥୀ ରଂଜିତ ମିଶ୍ର, ସାଥୀ ଦିବାକର ନାୟକ, ସାଥୀ ସୁରେନ୍ଦ୍ର ପଟ୍ଟନାୟକ ନିଜ ନିଜ ଶାଖାର ସଂଗଠନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶାଖା ସମ୍ପାଦକ ତଥା ସ୍ଥାନୀୟ ସରପଞ୍ଚ ସାଥୀ ଶ୍ୟାମଘନ ସେଠୀ ସମ୍ମିଳନୀକୁ ସଂଚାଳନ କରିଥିଲେ। ଗାୟାଗଣ୍ଡା, ପାଟରାପଲ୍ଲୀ, କରଡ଼ାବଣି, ସିଙ୍ଗିପୁର, ଚଢିଆପଲ୍ଲୀ ଓ ପଞ୍ଚଭୂତି ଶାଖାର ଶତାଧିକ ପ୍ରତିନିଧି ଯୋଗଦାନ କରିଥିଲେ। ଅନେକ ଆଗୁଆ ସଭ୍ୟ ପାର୍ଟିର ମୁଖପାତ୍ର ସାପ୍ତାହିକ ନୂଆ ଦୁନିଆ ର ଗ୍ରାହକ ହୋଇଥିଲେ। ସମ୍ମିଳନୀ ଶେଷରେ ସାଥୀ ସୁଶାନ୍ତ କୁମାର ମହାଙ୍କୁଡ ଧନ୍ୟବାଦ ଅର୍ପଣ କରିଥିଲେ।
BACK TO TOP