Breaking
News
Breaking
News
24-Jun-2025
ବୁଗୁଡ଼ାରେ ନବୀନ ବାବୁଙ୍କ ଆରୋଗ୍ୟ କାମନା କରି ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ।
ଓଡ଼ିଶା ଜନମତ,ପୋଲସରା ସନ୍ତୋଷ କୁମାର ପଣ୍ଡା
ବୁଗୁଡା : ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡ଼ା ବ୍ଲକ ଓ ଏନ୍.ଏ.ସି. ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ସାଢେ଼ ଚାରି କୋଟି ଜନ ମାନସର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ଏବଂ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ୨୨/୬/୨୫ ତାରିଖ ୧୦ ଘଣ୍ଟା ସମୟରେ ବୁଗୁଡାର ଶ୍ରୀ ଶ୍ରୀ ଶ୍ରୀ ବଳଦେବ ଜୀଉ ମନ୍ଦିର ଓ ଶ୍ରୀ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ପରିସରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ନବୀନ ବାବୁଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଓଡ଼ିଶା ବାସୀଙ୍କ ସେବା ବଜାୟ ରଖିବା ପାଇଁ ପ୍ରାର୍ଥନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡ଼ା ବ୍ଲକ ବିଜେଡି ସଭାପତି ଖଦାଳ ଖଟେଇ, ନଗର ବିଜେଡି ସଭାପତି କେ. ତ୍ରିଲୋଚନ ଦୋରା, ସମ୍ପାଦକ ଅମରେନ୍ଦ୍ର ସେନାପତି, କାର୍ଯ୍ୟକାରୀ ସଭାପତି ମନୋରଞ୍ଜନ ଦାଶ, କବିରାଜ ଗୌଡ, ଜିଲ୍ଲା ପରିଷଦ ସଦସ୍ୟା ସମିତା ସ୍ୱାଇଁ, କିଶୋର ଚନ୍ଦ୍ର ବେହେରା, ଗୋପୀନାଥ ସ୍ୱାଇଁ, ରାମଚନ୍ଦ୍ର ନାୟକ, ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ସମେତ ଜିଲ୍ଲା ପରିଷଦ ପ୍ରତିନିଧି, ବହୁ ସରପଞ୍ଚ, ସମିତି ସଭ୍ୟ, କାଉନସିଲର, କାଉନସିଲର ପ୍ରତିନିଧି ଏବଂ ବିଜୁ ଜନତା ଦଳର ଶତାଧିକ କର୍ମୀ ଉପସ୍ଥିତ ରହି ନବୀନ ବାବୁଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।
BACK TO TOP