Breaking News

ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||      କଞ୍ଚଣା ଛକରେ ସ୍କୁଟି କାର ଧକ୍କା ଜଣେ ଯୁବକ ଗୁରୁତର |    (21-Apr-2026)       ||      ବିଗୁଡା ମେଡିକାଲ ରେ ଅଗ୍ନିଶମ ବିଭାଗ ତରଫରୁ ଆସୁ ବିପଦ ରୁ ରକ୍ଷା ପାଈଁ ମକ ଡ୍ରିଲ!   (21-Apr-2026)       ||      ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |    (21-Apr-2026)       ||      ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||      "କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||      ଦୁଇ ପଡୋଶୀଙ୍କ ଗଣ୍ଡଗୋଳ ରେବଳୀ ପଡିଲେ ଯୁବକ |    (19-Apr-2026)       ||      ପୋଲସରା ମାଳ ତେନ୍ତୁଳିଆ ରେ ଯୁବକ ଙ୍କୁ ଅପହରଣ ପରେ ହତ୍ୟା ଅଭିଯୁକ୍ତ ଗିରଫ |    (19-Apr-2026)       ||      ବେଲ ଘର ରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, ବର୍ତମାନ ସୁଦ୍ଧା ମଲେଣି 3ହାତୀ |   (19-Apr-2026)       ||      ଜଗନ୍ନାଥ ପୁର ପଞ୍ଚାୟତ ରେ ବରିଷ୍ଟ ବ୍ୟକ୍ତି ଙ୍କୁ ଆକ୍ରମଣ , ଥାନାରେ ଏତଲା |    (18-Apr-2026)       ||      ଇତିହାସ ବିଭାଗ ରେ ଶେଷବର୍ଷ ର ଛାତ୍ରଛାତ୍ରୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ |   (18-Apr-2026)       ||     

ଭଞ୍ଜନଗର ବସ ଷ୍ଟାଣ୍ଡ ନିକଟ ମହିଳା ପରିସ୍ରାଗାର ନିକଟରେ କୁଢ଼, କୁଢ଼ ଅକିଆ |

30-Jun-2025

ଅଳିଆ କୁଢ ପଲଟିଛି ଭଞ୍ଜନଗର ବସଷ୍ଟାଣ୍ଡ ସ୍ଥିତ ମହିଳା ପରିସ୍ରାଗାର,

ଓଡିଶା ଜନମତ ଭଞ୍ଜନଗର, ସପନ କୁମାର ସେଠୀ:

ଗଂଜାମ ଜିଲ୍ଲାର ପ୍ରମୂଖ ବ୍ଲକ ମଧ୍ୟରେ ଭଞ୍ଜନଗର ବ୍ଲକ ଓ ଏଥି ମଧ୍ୟରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସୁନାମ ଓଡିଶା ରେ ଅଛି। କାରଣ ଏଠିକାର ସ୍ଵଛତା ସୁନ୍ଦରତା ଓ ପରିମଳ ଉପରେ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଗୁରୁତ୍ୱ ଦେଇଥାନ୍ତି,କିନ୍ତୁ ଭଞ୍ଜନଗର ବିଜ୍ଞାପିତ  ଅଞ୍ଚଳ ପରିଷଦ ଅନ୍ତର୍ଗତ ନୂତନ ବସ ଷ୍ଟାଣ୍ଡ ର ଅବସ୍ଥା ନ କହିଲେ ଭଲ। ସରକାରୀ ବସ ଷ୍ଟାଣ୍ଡ ନିକଟରେ ଥିବା ପଥ ପ୍ରାନ୍ତ ପରିଶ୍ରା ଗାର ନିକଟକୁ ଥରେ ଯିଏ ଯିବ ସେ ରୋଗରେ ପଡିବା ସୁନିଶ୍ଚିତ।ସରକାର ମହିଳା ମାନଙ୍କ ସୁବିଧା ସକାଶେ ନିର୍ମାଣ କରିଥିବା ମହିଳା ପରିସ୍ରାଗାର କୁ ଅକ୍ତିଆର କୁ ନେଇଛନ୍ତି ଖୋଲା ମଦୁଆ ମାନେ,ଶୌଚାଳୟ ମଧ୍ୟରେ ପଡ଼ି ରହିଛି କୁଢ଼ କୁଢ଼ ଅଳିଆ, ମଦ ବୋତଲ, ଗ୍ଲାସ।ଏମିତିକି ବହୁ ଦିନ ଧରି ସଫା ହୋଇନି ଏହି ମହିଳା ପରିସ୍ରାଗାର।ନିକଟରେ ପୁରୁଷ ମାନଙ୍କ ପାଇଁ ନିର୍ମାଣ ହୋଇଥିବା ପରିସ୍ରାଗାର ତା ଠାରୁ ଅଧିକ ଶୋଚନୀୟ।ଯିଏ ଯେମିତି ,ଯେଉଁଠି ପରିସ୍ରା କରି ପାରିଲା, ଯିଏ  ଯେମିତି ମଳ ତ୍ୟାଗ କରି ପାରିଲା।ଏହି ପ୍ରକାର ଦୟନୀୟ ପରିମଳ ଅବସ୍ଥା କୁ ଦେଖି ଯାତ୍ରୀ ହେଉ କିମ୍ବା ଦୋକାନୀ କିମ୍ବା ବସ କର୍ମଚାରୀ ସମସ୍ତେ ତାଯୁବ ।ମହିଳା ଯାତ୍ରୀ ମାନେ ଯେଉଁ ପ୍ରକାର ହଇରାଣ ହେଉଛନ୍ତି ସେହି ପ୍ରକାର ହଇରାଣ ହେଉଛନ୍ତି ସାଧାରଣ ଯାତ୍ରୀ ଟିଏ।ବସଷ୍ଟାଣ୍ଡ ଠାରୁ ଅଳ୍ପ ଦୂରରେ ଥାନା ଅଫିସ, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟଳୟ ଏହି ବାଟ ଦେଇ ପ୍ରତିଦିନ ଏହି ଅଫିସ ର ବାବୁମାନେ ଯିବାଆସିବା କରନ୍ତି କିନ୍ତୁ କାହାର ଏଥି ପ୍ରତି ଧ୍ୟାନ ନାହିଁ। ଏଠି ଅଛି ସରକାର ଙ୍କ ଆନ୍ତରିକତା ନା ପ୍ରଶାସନ କାହାର କିଛି ଯାଏଆସ ନାହିଁ। ଏଠି କେବଳ ନିରୀହ ଜନସାଧାରଣ ବଳିପଡୁଛନ୍ତି। ଆଗକୁ ବର୍ଷା ଦିନ ବିଭିନ୍ନ ପ୍ରକାରର ଝାଡା ବାନ୍ତି ଓ ହଇଜା ବ୍ୟାପିବା ର ସମ୍ଭାବନା ରହିଛି ତେଣୁ ସରକାର ଏଥି ପ୍ରତି ଧ୍ୟାନ ଦେବା କୁ ବୁଦ୍ଧିଜୀବୀ ମହଲରେ ଦାବି ଜୋର ଧରିଛି ।
ଆମେ ଖବର ସଂଗ୍ରହ କରିବା ସମୟରେ ମହିଳା ଯାତ୍ରୀ ମାନେ ମୁହଁରେ ରୁମାଲ ଦେବା ସହ ଶୌଚାଳୟ ସାମ୍ନାରେ ଥିବା କୁଢ଼ କୁଢ଼ ମଇଳା ଓ ଶୌଚାଳୟ ଭିତର ଅବସ୍ଥା ଦେଖି ଫେରି ଆସୁଥିଲେ। ମାନେସୂଚନାଯୋଗ୍ୟ ଯେ ଏଠାରେ ଥିବା  ହୋଟେଲ ରୁ ମଧ୍ୟ ବର୍ଯ୍ୟ ଵସ୍ତୁ  ପରିମଳ ଅବସ୍ଥା କୁ ଗୁରୁତର କରୁଛି।ତେଣୁ ଏଠାରେ ପ୍ରଶ୍ନ ଉଠୁଛି  ଯେ ଏହି ପରିମଳ ଅବସ୍ଥା ପାଇଁ ଦାୟୀ କିଏ, ଯଦି ସରକାର ତାଙ୍କ କାର୍ଯ୍ୟ କରୁଛନ୍ତି ,ଜନସାଧାରଣ ମଧ୍ୟ ପରିମଳ କୁ ସଫା ରଖିବାର ଦାଇତ୍ଵ ରହିଛି।ଯେମିତି ନିଜ ଘର ନିଜେ ସଫା ରଖୁଛନ୍ତି ସେହିପରି ନିଜ ସହରକୁ ନିଜେ ସଫା ରଖିବା।ତେଣୁ ସମସ୍ୟା କୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁରୁତର ସହ ନେଇ ପରିମଳ ବ୍ୟବସ୍ଥା ମୁ ସୁଧାରିବା ସହ ଜନ ସାଧାରଣ ଙ୍କୁ ମଧ୍ୟ ଅନୁରୋଧ ଏଥିପ୍ରତି ଧ୍ୟାନ ଦେବେ।

News Comment

You Might Also Like

BACK TO TOP