Breaking News

ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||     

ସବ୍ୟସାଚୀ ଦିନେଶ ମେମୋରିଆଲ ଗିନି କପ କ୍ରିକେଟ,

10-Jan-2026

*ସବ୍ୟସାଚୀ ଦୀନେଶ ମେମୋରିଆଲ ଗିନି କପ କ୍ରିକେଟ : ଫାଇନାଲ ରେ ସୋଲାର କ୍ଲବ କଟକ ବନାମ୍ ଜେ.ସି.ଏ, ଭୁବନେଶ୍ୱର*

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଲକୃଷ୍ଣ ପ୍ରଧାନ

ଖୋର୍ଦ୍ଧା ଜିଲ୍ଲା  କ୍ରିକେଟ  ଆସୋସିଏସନ୍ ଆନୁକୁଲ୍ୟ ରେ ଚାଲିଥିବା ସବ୍ୟସାଚୀ-ଦୀନେଶ ମେମୋରିଆଲ୍ ଗିନିକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜିର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ରେ ସୋଲାର କ୍ଲବ,ଆଲଫା ବ୍ରହ୍ମପୁର କୁ ୪୨ରନ ରେ ରେ ପରାସ୍ତ କରି ଫାଇନାଲ୍ ରେ ପ୍ରବେଶ କରିଛି। ଆଲଫା ଦଳ ଟସ୍ ଜିଣି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ସୋଲାର କ୍ଲବ  ନିର୍ଧାରିତ ୨୦ ଓଭର ରେ  ୮ ୱିକେଟ ହରାଇ ୧୭୦ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷ ରୁ ପୁରୁଷୋତ୍ତମ ପ୍ରଧାନ ୧୭ ଟି ବଲ ରୁ ସର୍ବାଧିକ ୪୬ ରନ ଓ ଜାମଳା ମହାପାତ୍ର ୨୯ ରନ୍ ସଂଗ୍ରହ କରିଥିଲେ। ଆଲଫା ଦଳ 
ପକ୍ଷ ରୁ ବିଶ୍ୱଜିତ୍ ମଲ୍ଲିକ ୩ ଟି ୱିକେଟ ଏବଂ ଟୁକୁନା ସାହୁ ୨ଟି  ୱିକେଟ ଅକ୍ତିଆର କରିଥିଲେ।  ପ୍ରତ୍ୟୁତ୍ତର ଆଲଫା ଦଳ ୧୬ ଓଭର ୩ ଟି ବଲ୍ ରେ ସମସ୍ତ ୱିକେଟ  ହରାଇ ୧୨୮ ରନ ରେ ସୀମିତ ରହିଥିଲେ।ଦଳ ପକ୍ଷରୁ ସନ୍ତୋଷ ପାତ୍ର ସର୍ବାଧିକ ୨୯ ରନ୍  କରିଥିଲେ। ସୋଲାର କ୍ଲବ୍ ପକ୍ଷରୁ ଜାମଳା ମହାପାତ୍ର ଓ ମନୀଷ ରାଉତ ୩ ଲେଖାଁଏ  ଉଇକେଟ ଅକ୍ତିଆର କରିଥିଲେ। ଅମ୍ରିତା ବିଦ୍ୟାଳୟମ୍ ତରଫରୁ ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ସୋଲାର କ୍ଲବ୍ ର ଜାମଳା ମହାପାତ୍ର ଙ୍କୁ ଅତିଥି ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ଏବଂ ଖୋର୍ଦ୍ଧା ପୌର ପରିସଦର ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି  ୩୦୦୦/- ଟଙ୍କାର ଅର୍ଥ  ରାଶି ପୁରସ୍କୃତ କରିଥିଲେ।ଭାଷ୍ୟକାର ଅବ୍ୟକ୍ତ ହରିହର ଖାଡ଼ଙ୍ଗା ମଞ୍ଚ ପରିଚାଳନା କରିଥିଲେ। ଆଜିର ମ୍ୟାଚ୍ ରେ ଆମ୍ପ୍ୟାର ଭାବେ ଶରତ ଚନ୍ଦ୍ର ସାହୁ ଏବଂ ଅଭିନନ୍ଦନ ପାତ୍ର ପରିଚାଳନା କରିଥିବା ବେଳେ  ଜନ୍ମେଜୟ ଓ  ରବିନାରାୟଣ ପରିଡା ସ୍କୋରର ଭାବେ କାର୍ଯ୍ୟ କରିଥିଲେ। ଆସୋସିଏସନର ର ସମ୍ପାଦକ ଭବାନୀ ଶଙ୍କର ପଣ୍ଡା,କୋଷାଧ୍ୟକ୍ଷ ତନ୍ମୟ ବୋଷ, ସୁରେଶ ଭୂଷଣ ପଟ୍ଟନାୟକ, ଦେବୀଶଙ୍କର ପଣ୍ଡା,ବିଜ୍ଞାନ ସୁନ୍ଦରାୟ,ସୌମେନ୍ଦ୍ର ଦାସ,ଶଶିକାନ୍ତ ଦାସ ପ୍ରମୁଖ ଏହି ଟୁର୍ଣ୍ଣାେମେଣ୍ଟରେ ଆୟୋଜନ ରେ ସହାୟତା  କରିଥିଲେ।  ୧୧/୦୧/୨୬ ରବିବାର  ଫାଇନାଲ ରେ ସୋଲାର,କ୍ଲବ କଟକ ବନାମ ଜେ.ସି.ଏ, ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ।ରିପୋର୍ଟ -ଗୋପାଳ କୃଷ୍ଣ ପ୍ରଧାନ

News Comment

You Might Also Like

BACK TO TOP