Breaking
News
Breaking
News
14-Jan-2026
ଶିବାନନ୍ଦ କୋଚିଙ୍ଗ ସେଣ୍ଟର ରେମକର ମେଳା ଅନୁଷ୍ଠିତ,
ଓଡିଶା ଜନ ମତ ବ୍ୟୁରୋ,
ରାଧାକାନ୍ତ ସାହିରେ ଥିବା ଶିବାନନ୍ଦ କୋଚିଙ୍ଗ ସେଣ୍ଟର ରେ ସମସ୍ତ ଛାତ୍ର, ଛାତ୍ରୀଙ୍କ ଉପସ୍ଥିତି ରେ ଅନୁଷ୍ଠାନ ର ଅଧକ୍ଷ କେ ବାବୁରାଓ ଦୋରା ଙ୍କ ସଂଯୋଜନା ରେ ପବିତ୍ର ମକର ମିଳନ ଉତ୍ସବ ପାଳନ ହୋଇସାରିଛି।
ମକର ସଂକ୍ରାନ୍ତିଉପଲକ୍ଷେ ଅନୁଷ୍ଠାନ ରେ ହନୁମାନ ଚାଳିଶା ପଠନ ସହମକର ସଂକ୍ରାନ୍ତି ର ମାହାତ୍ମ୍ୟ ଉପରେ ଉପସ୍ଥିତ ଛାତ୍ର, ଛାତ୍ରୀଙ୍କୁ ଅଧକ୍ଷ କେ ବାବୁରାଓ ବିସ୍ତୃତ ଭାବେ ବୁଝାଇ ଥିଲେ |
ଛାତ୍ରଛାତ୍ରୀ ମାନେ ହନୁମାନ ଚାଳିଶା କୁ ମଧ୍ୟ ଅଧୟନ କରିଥିଲେ | ଶେଷରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ରସ୍ତୁତ କରାଯାଇ ଠାକୁରଙ୍କ ପାଖେ ଭୋଗ ଲାଗିଥିବା ମକର ପ୍ରସାଦ କୁ ବଣ୍ଟନ କରାଯାଇଥିଲା | ପ୍ରସାଦ ବଣ୍ଟନ କରି ସମସ୍ତେ ଭାତୃତ୍ବ ର ପର୍ବ ପାଳିଥିଲେ। ଶେଷରେ ଅନୁଷ୍ଠାନ ରଅଧକ୍ଷ କେ ବାବୁରାଓ କାର୍ଯ୍ୟକ୍ରମ କୁ ଶେଷ କରିଥିଲେ |
BACK TO TOP