Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 16ତମ ଜାତୀୟ ମତ ଦାତା ଦିବସ ପାଳିତ ||

25-Jan-2026

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ୧୬ ତମ ଜାତୀୟ ମତଦାତା ଦିବସ ପାଳିତ ::ଯୁବ ଭୋଟ ର ପ୍ରଲୋଭନ ରେ ନ ପଡ଼ି ରାଷ୍ଟ୍ର ନିର୍ମାଣ ରେ ଅମୁଲ୍ୟ ମତଦାନ ସାବ୍ୟସ୍ତ କରିବାକୁ ଆହ୍ୱାନ

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ,

:ଆଜି ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ପକ୍ଷରୁ ୧୬ ତମ ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଅଛି l ଏହି ଉପଲକ୍ଷେ ପୂର୍ବାହ୍ନ ୯ ଘଟିକା ସମୟରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ଛାତ୍ର ଛାତ୍ରୀ, ବିଭିନ୍ନ ଅନୁଷ୍ଠାନର ସଚେତନ ନାଗରିକ, ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା,  ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ଓ ବିଭିନ୍ନ ବ୍ଲକର ବୁଥ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l ପରେ ସମସ୍ତେ ହାତରେ ଭୋଟର ସଚେତନତା ବାର୍ତ୍ତା ପ୍ଲାଗ କାର୍ଡ ଧରି  ଏକ ଭୋଟର ସଚେତନତା ଶୋଭାଯାତ୍ରା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ପଲା ହାଟ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ପୁନଶ୍ଚ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ l ଏହି ସଚେତନତା ଶୋଭାଯାତ୍ରା କୁ ନୂତନ ଭାବେ ଯୋଗଦେଇଥିବା ଉପଜିଲ୍ଲାପାଳ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ ସବୁଜ ପତାକା ଦେଖାଇ ଜିଲ୍ଲା କାର୍ଯ୍ୟାଳୟ ପରିସର ଠାରେ ଶୁଭାରମ୍ଭ କରିଥିଲେ l ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଓ ପୁରସ୍କାର ବିତରଣ ସମାରୋହ ଉପଜିଲ୍ଲାପାଳ  ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁଙ୍କ  ପୋରହିତ୍ୟାରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,ଖୋର୍ଦ୍ଧା  ଶ୍ରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଲେ ଭାରତ ବିଶ୍ୱରେ ସବୁଠାରୁ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର l ଆମର ପବିତ୍ର ଗଣତନ୍ତ୍ର ବିଶ୍ୱରେ ଅନନ୍ୟ l ନିର୍ବାଚନ ମାଧ୍ୟମରେ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଆମେ ଆମ ପ୍ରତିନିଧିଙ୍କୁ ବାଛି ଶାସନ କରିବା ପାଇଁ ନିର୍ବାଚିତ କରୁ l  ଏଣୁ ସମସ୍ତ ନାଗରିକ ବିଶେଷ ଭାବରେ ଯୁବ ଭୋଟର କୌଣସି ପ୍ରଲୋଭାନରେ ଶିକାର ନହୋଇ ରାଷ୍ଟ୍ର ନିର୍ମାଣରେ ନିଜର ଅମୂଲ୍ୟ ମତଦାନ ସାବସ୍ତ୍ୟ କରିବାକୁ ଆହ୍ଵାନ ଦେଇଥିଲେ l ସଭାପତି ଭାଷଣରେ ଉପଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ କହିଲେ  ଗଣତନ୍ତ୍ରର ଭବିଷ୍ୟତ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ l କୌଣସି ପ୍ରଲୋଭନରେ ଶିକାର ନହୋଇ ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ଆମ ରାଷ୍ଟ୍ର ଗଠନକୁ ଓ ନିର୍ମାଣକୁ ବିଶ୍ୱରେ ଟେକ ରଖିବାକୁ ହେଲେ ଆମେ ନିଜେ ସଚେତନ ହେବାସହ ଅନ୍ୟ ଭୋଟର ମାନଙ୍କୁ ସଚେତନତା ସୃଷ୍ଟି କରିବା ଆମର ଲକ୍ଷ୍ୟ ହେବା ଉଚିତ୍ l ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲା ସ୍ତରୀୟଭୋଟର ସଚେତନତା ପ୍ରାଚୀର ପତ୍ର ତିଆରି, ବକ୍ତୃତା ପ୍ରତିଯୋଗିତା, ରଙ୍ଗୋଲି, କୁଇଜ୍ ପ୍ରତି ଯୋଗିତାର ଶ୍ରେଷ୍ଟ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା ଭୋଟର ସଚେତନତା  ଦିବସ ପାଳନ ଉଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭୋଟର ସଚେତନତା ଶପଥ ପାଠ କରାଇଥିଲେ l ଶେଷରେ ଡେପୁଟୀ କଲେକ୍ଟର, ନିର୍ବାଚନ ସଂଗ୍ରାମ କିଶୋର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ l ରିପୋର୍ଟ,

News Comment

You Might Also Like

BACK TO TOP