Breaking News

ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||     

ରାଜ୍ୟ ଖାଉଟି କମିଶନ ବନ୍ଦ ହୋଉ ଯିବକି ବୋଲି ଉପଭୋକ୍ତା ଙ୍କ ମନରେ ପ୍ରଶ୍ନ ବାଚୀ ??? |

04-Mar-2026

ଜଣେ କାର୍ଯ୍ୟକାରୀ ସଭାପତିଙ୍କ ଭରସାରେ ଖାଉଟି କମିସନ୍‌, ବନ୍ଦ ହୋଇ ଯିବାର ସମ୍ଭାବନା ଅଧିକ | 

ରାଜ୍ୟରେ ସବୁ  ଜିଲ୍ଲରେ ଖାଉଟି କମିଶନ ଙ୍କ ଅବସ୍ଥା ବଡ଼ ଦୟନୀୟସ୍ଥିତି ରେ ରହିଥିଲା ବେଳେ ରାଜ୍ୟ ଖାଉଟି କମିଶନ ର ଅବସ୍ଥା ନକହିଲେ ଭଲ |ରାଜ୍ୟ ଖାଉଟି ବା ଉପଭୋକ୍ତା ବିବାଦ ସମାଧାନ କମିସନ୍‌ରେ କାର୍ଯ୍ୟକାରୀ ସଭାପତିଙ୍କୁ ମିଶାଇ ମୋଟ୍ ଚାରିଜଣ ସଦସ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଆଜି ତିନିଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି । କେବଳ କାର୍ଯ୍ୟକାରୀ ସଭାପତିଙ୍କ କାର୍ଯ୍ୟକାଳ ଚାଲୁରହିଛି । ଅବସର ନେଉଥିବା ତିନି ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନିଆଯାଇନି । ଫଳରେ ରାଜ୍ୟ ଖାଉଟି କମିସନ ଏକପ୍ରକାର ବନ୍ଦ ହେବା ସ୍ଥିତି ସୃଷ୍ଟି ହୋଇଛି । କେବଳ ରାଜ୍ୟ ଖାଉଟି କମିସନ ନୁହେଁ ସବୁ ଜିଲ୍ଲା ଖାଉଟି କମିସନ୍‌ର ସଭାପତି ଏବଂ ସଦସ୍ୟଙ୍କ କାର୍ଯ୍ୟକାଳ ମଧ୍ୟ ଚଳିତ ମାସ ଶେଷ ସୁଦ୍ଧା ସରୁଛି । ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଯଦି ଚଳିତମାସ ଶେଷ ସୁଦ୍ଧା ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତାହେଲେ ରାଜ୍ୟବ୍ୟାପୀ ଖାଉଟି ଅଦାଲତ ଏକରକମ ଠପ୍ ହୋଇଯିବା ନେଇ ଆଶଙ୍କା ଉପୁଜିଛି । ଖାଉଟି ବା ଉପଭୋକ୍ତାମାନଙ୍କ ବିଭିନ୍ନ ଅଭିଯୋଗର ସମାଧାନ ପାଇଁ ତଥା ସେମାନଙ୍କୁ ନ୍ୟାୟ ଦେବା ଲାଗି ଜିଲ୍ଲାସ୍ତରରେ ଜିଲ୍ଲା ଖାଉଟି ବିବାଦ ସମାଧାନ କମିସନ ଏବଂ ରାଜ୍ୟ ସ୍ତରରେ ରାଜ୍ୟ ଖାଉଟି କମିସନ ଗଠନ କରାଯାଇଛି । ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ୍‌ରେ ଜଣେ ସଭାପତି ଓ ୪ଜଣ ସଦସ୍ୟ ରହିବା କଥା । ସଭାପତି ପଦ ଖାଲିପଡ଼ିଥିବାବେଳେ ବର୍ତ୍ତମାନ କାର୍ଯ୍ୟକାରୀ ସଭାପତିଙ୍କୁ ମିଶାଇ ୪ଜଣ ସଦସ୍ୟ ରହିଛନ୍ତି । ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଏକ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଥିଲେ ଯେ, ଖାଉଟି କମିସନରେ ଯେଉଁ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି ନୂତନ ନିଯୁକ୍ତି ନହେବା ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ । କିନ୍ତୁ ମିଳିଥିବା ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଖାଉଟି କମିସନର ତିନି ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଆଇନ ବିଭାଗ ପକ୍ଷରୁ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗକୁ ଏହି ସଭାପତି ଏବଂ ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଚିଠି ମଧ୍ୟ ଲେଖାଯାଇଛି । ହେଲେ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି । ସେହିପରି ୩୦ଟି ଜିଲ୍ଲାରେ ୩୧ଟି ଜିଲ୍ଲା ଖାଉଟି କମିସନ ରହିଛି । ପ୍ରତ୍ୟେକ ଜିଲ୍ଲା ଖାଉଟି କମିସନରେ ଜଣେ ସଭାପତି ଏବଂ ଦୁଇଜଣ ସଦସ୍ୟ ରହିବା କଥା । ଏହି ହିସାବରେ ଦେଖିଲେ ମୋଟ୍ ୩୧ଜଣ ସଭାପତି ଏବଂ ୬୨ଜଣ ସଦସ୍ୟ ରହିବା କଥା । କିନ୍ତୁ ଏମାନଙ୍କ ସ୍ଥାନରେ ବର୍ତ୍ତମାନ ୧୩ଜଣ ସଭାପତି ଥିଲାବେଳେ ୨୦ଜଣ ସଦସ୍ୟ ରହିଛନ୍ତି । କିନ୍ତୁ ଏହି ୧୩ଜଣ ସଭାପତି ଏବଂ ୨୦ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଚଳିତମାସ ଶେଷ ସୁଦ୍ଧା ସରିବାକୁ ଯାଉଛି । ଯେହେତୁ ବର୍ତ୍ତମାନ ନୂତନ ନିଯୁକ୍ତି ପାଇଁ ରାଜ୍ୟ ସରକାର କୌଣସି ପ୍ରକ୍ରିୟା ଆରମ୍ଭ କରିନାହାନ୍ତି ତେଣୁ ସଭାପତି ଏବଂ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଗଲେ ଏହି ପଦ ସବୁ ଖାଲିପଡ଼ିବା ନିଶ୍ଚିନ୍ତ ।

News Comment

You Might Also Like

BACK TO TOP