Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ବହୁପ୍ରତୀକ୍ଷା ପରେ ବାଲିଗୁଡା ରେ ଆରମ୍ଭ ହେଲା ଆସ୍ତା ଓବିଶ୍ବାସର 13 ଦିନିଆ ଦଣ୍ଡ ଯାତ୍ରା |

02-Apr-2026

ଆସ୍ଥା ଓ ବିଶ୍ୱାସର ସହ ଆରମ୍ଭ ହେଲା ବାଲିଗୁଡା ର ବହୁ ପ୍ରସିଦ୍ଧ ୧୩ ଦିନିଆ ଦଣ୍ଡଯାତ୍ରା

ଓଡିଶା ଜନମତ,ବାଲିଗୁଡା, ତା, ୦୨/୦୪:

ସଞ୍ଜୟ କୁମାର ପାଣିଗ୍ରାହୀ :---

ବୁଧବାର ରାତ୍ର ଠାରୁ ଆରମ୍ଭ ହୋଇଛି କନ୍ଧମାଳ ଜିଲ୍ଲାର ବହୁ ପ୍ରସିଦ୍ଧ ବାଲିଗୁଡା ଦଣ୍ଡଯାତ୍ରା । ଶହ ଶହ ମାନସିକଧାରୀ ଦଣ୍ଡୁଆଁ ନିଜର ମନସ୍କାମନା ପୂର୍ତ୍ତି ହେତୁ ଆସ୍ଥା ଓ ବିଶ୍ୱାସ ସହିତ ମାଆଙ୍କର ଏହି ଦଣ୍ଡଯାତ୍ରା ରେ ଯୋଡ଼ି ହୋଇ ସମ୍ପୂର୍ଣ୍ଣ ଭାବେ ନିଜକୁ ମାଆଙ୍କ ପାଖରେ ସମର୍ପିତ ହୋଇ ୧୩ ଦିନ ପର୍ଯ୍ୟନ୍ତ ମାଆଙ୍କର ପୂଜାର୍ଚ୍ଚନା କରି ଦଣ୍ଡକାଳୀ ଙ୍କ ର ବ୍ରତ ନିୟମ ଅନୁସାରେ ପାଳନ କରିଥାନ୍ତି । ବୁଧବାର ବାଲିଗୁଡା ସମେତ ଆଖପାଖ ବିଭିନ୍ନ ଅଞ୍ଚଳର ଦଣ୍ଡଯାତ୍ରା ବହାରିଥିବା ବେଳେ ପ୍ରଥମ ଦିନରେ ମା` ଦକ୍ଷିଣ କାଳୀ ମନ୍ଦିର ରୁ ବାହାରି ଆଦର୍ଶ ପୁଷ୍କରିଣୀ ରେ ଯଥା ରୀତିନୀତି ଅନୁଯାଇ ପୂଜାର୍ଚନା ପରେ ମା ` ଙ୍କ ଆଗମନ ହୋଇଥିଲା । ଢୋଲ ଓ ଘଣ୍ଟ ଧ୍ୱନିରେ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ପ୍ରକମ୍ପିତ ହେଇ ଉଠିବା ସହ ସହ ଦଣ୍ଡୁଆ ଏବଂ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଆସ୍ଥା ଓ ବିଶ୍ୱାସର ସହିତ ଏହି ଦଣ୍ଡନାଚ ନିୟମାବଳୀ ଅନୁଯାୟୀ ଆରମ୍ଭ ହୋଇଛି । ବହୁ ବର୍ଷ ବର୍ଷ ଧରି କନ୍ଧମାଳ ଜିଲ୍ଲାରେ ଏଭଳି ଲୋକ ପରମ୍ପରା ଚାଲି ଆସୁଥିବା ବେଳେ ଦଣ୍ଡୁଆ ମାନେ ଖାଲି ପାଦରେ ମାଆଙ୍କର ବାନା ଆଉ ପିଞ୍ଚକୁ ଧରି ମାଆଙ୍କର ନାମ ଉଚ୍ଚାରଣ କରି ନଗର ନଗର ପରିଭ୍ରମଣ କରିଥାନ୍ତି । ଏହି ୧୩ ଦିନରେ ମାଆଙ୍କର ସମସ୍ତ ନିତିକାନ୍ତି ଅନୁଯାଇ ଯଥା ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥାଏ । ଏହା ସହ ମାଁ ନଗର ନଗର ଭ୍ରମଣ କରି ଭିନ୍ନ ଭିନ୍ନ ସ୍ଥାନରେ ପୂଜା ପାଇଥାନ୍ତି । ତେବେ ଏହା ଭିତରେ ଏହି ୧୩ ଦିନିଆ ଯାତ୍ରା କୁ ନେଇ ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ପାଲଟିଛି। ସମସ୍ତଙ୍କ ମନରେ ଦଣ୍ଡଯାତ୍ରା ଆରମ୍ଭ କୁ ନେଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାରେ ଲାଗିଛି। ଏହି ଦଣ୍ଡଯାତ୍ରା ଆସନ୍ତା ମାସନ୍ତ ୧୩ ତାରିଖ ଯାଏଁ ଚାଲିଥାଏ ,ଏହି ୧୩ ଦିନର ଦଣ୍ଡଯାତ୍ରା ରେ ମା` ନଗର ନଗର ଭ୍ରମଣ କରି ଭକ୍ତ ମାନଙ୍କୁ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେଇଥାନ୍ତି । ପୌରାଣିକ ମାନ୍ୟତା ଅନୁସାରେ ଏହି ଦଣ୍ଡଯାତ୍ରା ବ୍ରତ ପାଳନ କଲେ ଭକ୍ତ ମାନଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ମାଆଙ୍କ ଦଣ୍ଡଯାତ୍ରା ସମୟରେ ମାଆଙ୍କର ବିଭିନ୍ନ ପ୍ରକାରର ଲୀଳା ଦେଖିବାକୁ ମିଳିଥାଏ । ଦଣ୍ଡଯାତ୍ରା ନିୟମାବଳୀ ଅନୁଯାୟୀ ଯେପରି କି ମଧ୍ୟାହ୍ନ ରେ ଧୂଳି ଦଣ୍ଡ,ସନ୍ଧ୍ୟାରେ ପାଣି ଦଣ୍ଡ ,ସନ୍ଧ୍ୟାରେ ମାଆଙ୍କ ଆଳତୀ, ଏହିପରି ମଧ୍ୟରାତ୍ରି ରେ ପ୍ରସାଦ ସେବନ ସହ ଝୁଣା ଦଣ୍ଡ ଆଦି ସହିତ ବିଭିନ୍ନ ପ୍ରକାର ପାରମ୍ପରିକ ନୃତ୍ୟ ଗୀତ ଆୟୋଜିତ ହୋଇଥାଏ ।

News Comment

You Might Also Like

BACK TO TOP