Breaking
News
Breaking
News
29-Aug-2026
ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଡି.ଏ.ଭି. ପବ୍ଲିକ ସ୍କୁଲ ପକ୍ଷରୁ ‘ମିନି ମାରାଥନ୍ !
ଓଡିଶା ଜନ ମତ,ଛତ୍ରପୁର,ତା.୨୯ / ୮,
କେ.ସତ୍ୟନାରାୟଣ ରେଡ୍ଡୀ:-----
ଜାତୀୟ କ୍ରୀଡ଼ା ଦିବସ ଅବସରରେ ଛତ୍ରପୁରସ୍ଥ ଡି.ଏ.ଭି. ପବ୍ଲିକ ସ୍କୁଲ ଆନୁକୁଲ୍ୟରେ ଏକ ‘ମିନି ମାରାଥନ୍’ଦୌଡ଼ ଉତ୍ସାହ ଓ ଉଦ୍ଦୀପନାର ସହ ସମାହିତ ହୋଇଯାଇଛି ।
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ଶୃଙ୍ଖଳା ଏବଂ କ୍ରୀଡ଼ା ମନୋଭାବର ବିକାଶ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ସାହୁ ଏବଂ ସର୍ବଶ୍ରୀ ଶିକ୍ଷକ-ଶିକ୍ଷୟତ୍ରୀ ସୁଶୀଲ କୁମାର ପ୍ରଧାନ, କୁଠାରୀ ପ୍ରଧାନ,ଶିବ ପ୍ରସାଦ ସାହୁ, ଭାରତୀ ଅଚାରୀ ଓ ଦୀପାଞ୍ଜଳି ସାହୁ ସବୁଜ ପତାକା ଦେଖାଇ ମାରାଥନ୍ର ଶୁଭାରମ୍ଭ କରିଥିଲେ ।
ଛତ୍ରପୁର ଜିଲ୍ଲାପାଳଙ୍କ ବାସଭବନରୁ ଆରମ୍ଭ ହୋଇଥିବା ଏହି ଦୌଡ଼ରେ ଶ୍ରେଣୀ ୫ ରୁ ୮ ପର୍ଯ୍ୟନ୍ତର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତି ଓ ଉତ୍ସାହ ଛାତ୍ରଛାତ୍ରୀମାନଙ୍କୁ ବିଶେଷ ପ୍ରେରଣା ଯୋଗାଇଥିଲା।
ଏହି ଅବସରରେ ସମସ୍ତେ ସୁସ୍ଥ ଶରୀର, ସୁସ୍ଥ ମନ ଓ ସୁସ୍ଥ ସମାଜ ଗଠନ ପାଇଁ ଶପଥ ନେଇଥିଲେ।
ବିଦ୍ୟାଳୟର ଶିକ୍ଷକଙ୍କ ସୁଚାରୁ ପରିଚାଳନା ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
ଛତ୍ରପୁର ହକି ଷ୍ଟାଡିୟମ୍ ର ପ୍ରଶିକ୍ଷକ ମନୋଜ କୁମାର ସ୍ୱାଇଁ ଛାତ୍ରଛାତ୍ରୀ ମାନଙ୍କୁ ହକି ଖେଳର ମହତ୍ତ୍ୱ ବିଷୟରେ ଅବଗତ କରାଇବା ସହ ଭବିଷ୍ୟରେ କେମିତି ହକିକୁ ନେଇ ନିଜର ଭବିଷ୍ୟ ଗଢ଼ିପରିବେ ତାହା ବି ଜଣାଇଲେ। ହକି ଲିଜେଣ୍ଡ ସ୍ୱର୍ଗତ ମେଜର ଧ୍ୟାନଚାନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପରେ ଛାତ୍ରଛାତ୍ରୀଙ୍କୁ ଛତ୍ରପୁର ହକି ଷ୍ଟାଡିୟମ୍ ପରିଦର୍ଶନ କରାଇଥିଲେ ।
ଏହି ମିନି ମାରାଥନ୍ ଛାତ୍ରଛାତ୍ରୀମାନଙ୍କ ମନରେ ସ୍ୱାସ୍ଥ୍ୟ ସଚେତନତା, ଶୃଙ୍ଖଳା ଓ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବାରେ ଏକ ସଫଳ ପଦକ୍ଷେପ ସାବ୍ୟସ୍ତ ହୋଇଥିଲା ।।
BACK TO TOP