Breaking News

ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||     

ମହା ଆଡ଼ମ୍ବର ରେ ପୋଲସରା ରେ ସ୍ୱାୟତ ଶାସନ ଦିବସ ପାଳିତ |

01-Sep-2026

ପୋଲସରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ 

ସମସ୍ତଙ୍କ ଦାୟିତ୍ୱ ହିଁ ପୋଲସରାର ବିକାଶର ସ୍ଥାୟୀତ୍ୱ : ମନ୍ତ୍ରୀ

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା,
 ତା.୦୧/୦୯/୨୦୨୬:-  ରିଖ :-------

 ପୋଲସରା ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ମ୍ୟୁନସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଯୋଗଦେଇ ପୋଲସରା ସହରର ସାମଗ୍ରିକ ବିକାଶ ସହ ପୌରାଞ୍ଚଳର ସୌନ୍ଦର୍ଯ୍ୟକରଣ ଓ ନାଗରିକ ସେବାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନୀ ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ପ୍ରଧାନ , ମ୍ୟୁନସିପାଲିଟି ଅଧ୍ୟକ୍ଷା ସଙ୍ଗୀତା ବେହେରା , ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା , ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ , ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ , ପ୍ରଭାକର ପଣ୍ଡା , ଦୀପକ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହର ବିକାଶ ମୂଳକ କାର୍ଯ୍ୟ ଏବଂ  ସ୍ବ- ଶାସନର ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ  । ଏହି ଅବସରରେ ପୋଲସରା ମ୍ୟୁନସିପାଲିଟିର  ନୂତନତା ଆଣିବା ସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମ ପୋଲସରା ଏକ ସେଲଫି ପଏଣ୍ଟକୁ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ଦ୍ଵାରା ଲୋକାର୍ପଣ ହୋଇଥିଲା ।  ସହରର ବିକାଶ ପାଇଁ ରାସ୍ତାଘାଟର ଉନ୍ନତି, ଡ୍ରେନେଜ୍ ବ୍ୟବସ୍ଥାର ସୁଧାର, ପାନୀୟ ଜଳ ଯୋଗାଣ, ଆଲୋକୀକରଣ, ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ସହ ବିଭିନ୍ନ ମୌଳିକ ନାଗରିକ ସେବାର ଉନ୍ନତି ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ। ଏଥିସହ ପୋଲସରାକୁ ଏକ ସ୍ୱଚ୍ଛ, ସୁନ୍ଦର ଓ ସବୁଜ ସହର ଭାବେ ଗଢ଼ିତୋଳିବା ପାଇଁ ପୌର ପ୍ରଶାସନର ବିକାଶମୂଳକ ପଦକ୍ଷେପକୁ ଆହୁରି ଗତିଶୀଳ କରିବା ଉପରେ ସେ ମତ ରଖିଥିଲେ। ପୌରାଞ୍ଚଳର ବିଭିନ୍ନ ସ୍ଥାନର ସୌନ୍ଦର୍ଯ୍ୟକରଣ, ରାସ୍ତାକଡ଼ରେ ସବୁଜିମା ସୃଷ୍ଟି, ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା, ସାର୍ବଜନୀନ ସ୍ଥାନର ଉନ୍ନତି ଓ ସ୍ୱଚ୍ଛତାକୁ ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପ ସହରର ଚେହେରା ବଦଳାଇବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା। ତେବେ ବିକାଶମୂଳକ କାର୍ଯ୍ୟ କେବଳ ପୌର ପ୍ରଶାସନର ଦାୟିତ୍ୱ ନୁହେଁ, ଏଥିପାଇଁ ସହରବାସୀଙ୍କ ସକ୍ରିୟ ସହଯୋଗ ଓ ସଚେତନତା ମଧ୍ୟ ଆବଶ୍ୟକ ବୋଲି ମନ୍ତ୍ରୀ ମତ ଦେଇଥିଲେ। ସେ କହିଥିଲେ, ପୋଲସରାର ବିକାଶ ପାଇଁ ସରକାର ଓ ପୌର ପ୍ରଶାସନ ନିଜ ନିଜ ସ୍ତରରେ କାର୍ଯ୍ୟ କରୁଛନ୍ତି। ହେଲେ ବିକାଶର ଧାରାକୁ ଦୀର୍ଘସ୍ଥାୟୀ କରିବାକୁ ହେଲେ ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱବୋଧ ଓ ସହଯୋଗ ଜରୁରୀ। ସହରକୁ ସ୍ୱଚ୍ଛ ରଖିବା, ସାର୍ବଜନୀନ ସମ୍ପତ୍ତିର ସୁରକ୍ଷା କରିବା ଏବଂ ପୌରପାଳିକାର ବିକାଶମୂଳକ କାର୍ଯ୍ୟରେ ସହଯୋଗ କରିବା ଦ୍ୱାରା ଏକ ସୁନ୍ଦର ଓ ବିକଶିତ ପୋଲସରା ଗଠନ ସମ୍ଭବ। ସ୍ୱାୟତ୍ତ ଶାସନ ଦିବସ କେବଳ ଉତ୍ସବ ପାଳନର ଅବସର ନୁହେଁ, ବରଂ ପୌରାଞ୍ଚଳର ବିକାଶକୁ ସମୀକ୍ଷା କରି ଆଗାମୀ ଦିନ ପାଇଁ ନୂଆ ସଂକଳ୍ପ ନେବାର ଏକ ଅବସର ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା। ପୋଲସରା ସହରର ସାମଗ୍ରିକ ବିକାଶକୁ ନେଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ଓ ସାମାଜିକ ସଂଗଠନ ଓ କିଛି ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ଉତ୍ସାହିତ କରାଯିବା ସହ ସେମାନଙ୍କୁ ଉପଢୌକନ ମାନପତ୍ର ଦେଇ ଟ୍ରଫି ପ୍ରଦାନ କରିଥିଲେ । ପରି ଶେଷରେ ସହରର ପରିମଳ ଓ ସ୍ୱଚ୍ଛତାକୁ ନେଇ ବିଭିନ୍ନ ସ୍କୁଲ କଲେଜରରୁ ଆସିଥିବା କୁନି କୁନି ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

News Comment

You Might Also Like

BACK TO TOP