Breaking News

ଟ୍ରାଫିକ ସମସ୍ୟା ର ସମାଧାନ ପାଈଁ ପଦ୍ମପୁର ରେ ପୋଲିସ ଓ ଓକିଲ ସଙ୍ଘର ଆଲୋଚନା |   (18-Oct-2026)       ||      ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||     

ଚୋରା ମଦ ବ୍ୟବସାୟ କୁ ପ୍ରୋତ୍ସାହନ ଦେଉଛନ୍ତି ଅବକାରୀ ଓ ପୋଲିସ ବିଭାଗ ବୋଲି ରଘୁନାଥ ପୁର ବ୍ଲକରେ ଲୋକଙ୍କ ଚର୍ଚ୍ଚା ||

02-Sep-2026

ରଘୁନାଥପୁର ଥାନା ଅଂଚଳରେ କୁଟୀର ଶିଳ୍ପରେ ପରିଣତ ହେଲାଣି ମଦ ବ୍ୟବସାୟ l
ଓଡିଶା ଜନମତ,ଜଗତସିଂହପୁର 
ଜ୍ୟୋତିରଞ୍ଜନ ପଟ୍ଟନାୟକ.....

ରାଜ୍ୟ ସରକାର କୁଟୀର ଶିଳ୍ପର ବିକାଶ ପାଇଁ ସବୁକିଛି ବ୍ୟବସ୍ଥା କରୁଛନ୍ତି, ଯାହାକି ଆଗାମି ଦିନରେ ଗ୍ରାମାଞ୍ଚଳ ର ବହୁବିଧ ହାତ ତିଆରି ସାମଗ୍ରୀକୁ ସହର, ଏବଂ ଜିଲ୍ଲା, ରାଜ୍ୟ ତଥା ଦେଶ ବିଦେଶରେ ନାଁ କରି ପାରିବ l ହେଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଞ୍ଚଳରେ ମଧ୍ୟ ଅବକାରୀ ବିଭାଗ ଓ ପୋଲିସ ବିଭାଗ ଙ୍କ ମିଳିତ ସହଯୋଗ ରେ  ମଦ ଭଳି ଏକ  ବ୍ୟବସାୟକୁ କୁଟୀର ଶିଳ୍ପରେ ପରିଣତ କରିଦେଇଛନ୍ତି l ଯାହାକି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି  ସହର ର ସବୁ ଖଟିରେ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳୁଛି | ଏଠାରେ ପ୍ରକାଶ ଥାଉ କି ଘୁନାଥପୁର ଥାନା ଅଂଚଳରେ କିଛି କଲେଜ ଛାତ୍ର  ଓ ଯୁବଗୋଷ୍ଠୀ ମାନେ ମନମୁଖୀ ଗାଡି ଚଳାଇ  ଦୁର୍ଘଟଣା ମାନ ଘଟାଉ ଛନ୍ତି ଏହାର ମୁଖ୍ୟ କାରଣ ହେଉଛି ମଦ୍ୟପାନା ସାଙ୍ଗକୁ ବିନା ଡ୍ରାଇଭିଂ ଲାଇସେନ୍ସ  ଯୋଗୁଁ l  ଏ  ଦିଗରେ ପୋଲିସ କର୍ତ୍ତୃପକ୍ଷ ନୀରବ ଦ୍ରଷ୍ଟା ସାଜୁ ଥିବା ବେଳେ ଯୁବ ଗୋଷ୍ଠୀ ଲଗାମ ଛଡା ହୋଇଯାଇଛନ୍ତି | ଗାଡି ଦୁର୍ଘଟଣା ହେଉ କି ମଦ୍ୟପ ଯୁବକମାନଙ୍କ ଗଣ୍ଡଗୋଳ ହେଉ ଥାନାରେ ଲୋକଙ୍କୁ ନ୍ୟାୟ ମିଳିବା ପରିବର୍ତ୍ତେ ମାମଲା  ଗୁଡିକ ତୁଟେଇ ଦେବା ପାଇଁ  ମଧ୍ୟସ୍ଥି ସାଜୁଛନ୍ତି ଚୋରା ମଦ ବ୍ୟବସାହି , ଯାହାକି  ବୁଦ୍ଧିଜୀବୀ, ଆଇନଜୀବୀ ସହିତ ବରିଷ୍ଟ ନାଗରିକ ମନରେ ପ୍ରଶ୍ନ ବାଚୀସୃଷ୍ଟି ହେଉଛି | ଏହି ଚୋରା ମଦ ବ୍ୟବସାୟୀ ମାନେ ପ୍ରତି ଗାଁର ଗଳି କନ୍ଦିରେ , ନକଲି ମଦ ପ୍ରସ୍ତୁତ କରି ଲୋକମାନଙ୍କୁ ବିକୁଛନ୍ତି |  ଯାହାକି ଥାନା ବାବୁଙ୍କ ପାଖରେ ଖବର ନଥିବା ପରି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l   ରଘୁନଥପୁର ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଚୋରା ମଦ ବ୍ୟବସାୟ, ବ୍ରାଉନ ସୁଗାର, ଗଞ୍ଜେଇ ବ୍ୟବସାୟ ଖୁଲମ ଖୁଲା ଚାଲିଥିଲେ ଵି ଥାନା ପକ୍ଷରୁ କିମ୍ବା ଅବକାରୀ ବିଭାଗ ପକ୍ଷରୁ କୌଣସି ଧରପଗଡ଼ କିମ୍ବା  ସେମାନଙ୍କ ଉପରେ ଚଢ଼ାଉ ହେଉନଥିବା ଯୋଗୁଁ  ଅବାଧରେ ସେମାନେ ଖୋଲମ, ଖୋଲା ବିଭିନ୍ନ ମାଦକ ଦ୍ରବ୍ୟ ବିକିବା ସହ ବହୁ ଅପରାଧିକ କାର୍ଯ୍ୟ ରେ ସାମିଲ ହୋଇ  ବିଭିନ୍ନ ବେଆଇନ କାର୍ଯ୍ୟ ସବୁ କରୁଛନ୍ତି | ସବୁ  ଦେଖି ସବୁ ଜାଣି  ଦୁଇ ବିଭାଗ ନୀରବ ରହିବାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି l ଆଖି ଆଗରେ ଚୋରାମଦ, ବ୍ରାଉନ ସୁଗାର, ଗଞ୍ଜେଇ ବ୍ୟବସାୟ ଦିନ ରାତି ଓ ରାସ୍ତା କଡରେ ଚାଲୁଥିଲେ ଵି ସେମାନଙ୍କୁ ସୁଯୋଗ ଦେଇ କିଛି ଅସାଧୁ ଥାନା ଅଧିକାରୀ ଓ କର୍ମଚାରୀ ମାସିକ ବଟି ନେଇ ଚୁପ ରହୁଛନ୍ତି l ଯାହା ଫଳରେ ଗାଁ ଗାଁ ରେ ଦିନକୁ ଦିନ ଚୋରା ମଦ ବ୍ୟବସାୟ, ଗଞ୍ଜେଇ ବ୍ୟବସାୟ ସବୁଠାରେ ବିକ୍ରି ହେଉଥିବାରୁ ଅନେକ ପରିବାର ଏବେ ବିଶୃଙ୍ଖଳିତ ଓ ଛାତ୍ର ଛାତ୍ରୀ ମାନେ ଅବାଟକୁ ଯାଇ ନିଜର ଭବିଷ୍ୟତ କୁ ନଷ୍ଟ କରିଦେଲେଣି l ଗାଁ ଗହଳିରେ ମଦ୍ୟପାନ ଘଟଣା କୁ ନେଇ ଯଦି ଲୋକମାନେ ଥାନା ର ଦ୍ୱାରସ୍ଥ ହେଉଛନ୍ତି  ତେବେ ତାଙ୍କ ମାମଲା କୁ ପୋଲିସ ଚାପି ଦେବା ପାଇଁ ମାମଲା ରୁଜୁ ନ କରି ଗାଁ ରେ ବସି ମଦ ବ୍ୟବସାୟୀ ଙ୍କୁ ଡକାଇ ତୁଟାଇ ଦେବାକୁ ପରାମର୍ଶ ଦେବା ଘଟଣା ପୋଲିସ ପ୍ରଶାସନ ତାର ମାନବିକତା ହରାଇ ଦେଉଛି ବୋଲି ଲୋକମାନେ କୁହାକହି ହେଉଥିବାର ଆମେ ଖବର ପାଇଛୁ  | ରଘୁନାଥପୁର ଥାନାରେ କିଛି ପୋଲିସ ଅଧିକାରୀ ଦୀର୍ଘ ବର୍ଷ ଧରି ଏଠାରେ ରହିଯାଇ ଜନସାଧାରଣ ଙ୍କୁ ଲୁଟୁ ଥିଲେ ବି ଉପରିସ୍ଥ ଅଧିକାରୀ ନୀରବ ରହିବା ଘଟଣାକୁ  ଏକ ପ୍ରକାର ଜନସାଧାରଣ ମାନି ନେଇ ପାରୁନାହାନ୍ତି |  ଶୁଣିବାକୁ ମିଳୁଛି ସେହି ଥାନାର ଜଣେ ଅଧିକାରୀଙ୍କ ଅକ୍ତିଆର ରେ ଏବଂ ରିମୋର୍ଟ ରେ ଚାଲୁଛି ରଘୁନାଥପୁର ଥାନା | ବଡ଼ ଦୁଃଖ ଏବଂ ପରିତାପର ବିଷୟ କି ସେହିଁ ଥାନାରେ ଯଦି କୌଣସି  ବ୍ୟକ୍ତି ମାମଲା ରୁଜୁ କରିବାକୁ ଯାଏ ତା ପୂର୍ବରୁ ବିପକ୍ଷ ଗୋଷ୍ଠୀଙ୍କୁ କାଉଣ୍ଟର ଏତଲା ଦାଖଲ ପାଇଁ ନିର୍ଦେଶ ପ୍ରଦାନ କରୁଛନ୍ତି  ଏହି ବାବୁଜଣଙ୍କ | ଏସବୁ ଘଟଣା ସୁଚାଇ ଦେଉଛି ଯେ ରଘୁନାଥପୁର ପୋଲିସ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯୟ ଆଡକୁ ଗତି କରୁଛି | ଯାହାର କିଛି ନମୁନା ଦେଖିବାକୁ ମିଳିଛି ଗୁଆଳିପୁର ଗ୍ରାମରେ l ଏହି ଗାଁ ର ଗୋଟିଏ ଗୋଷ୍ଠୀର କିଛି ନିର୍ଦିଷ୍ଟ ଯୁବକ ଗତ ଚାରି ମାସ ଧରି ଗାଁ ମୁଖ୍ୟ ସ୍ଥାନ ପୋଲମୁଣ୍ଡାରେ ସକାଳେ, ସନ୍ଧ୍ୟାରେ ଚୋରା ମଦ୍ୟପାନ କରି ଅଶ୍ରାବ୍ୟ ଭାଷାରେ ଗାଳି ମନ୍ଦ କରୁଥିଲେ ଵି ପୋଲିସ ଜାଣିଶୁଣି ନୀରବ ରହୁଛି l ଯଦି ଏହି ଘଟଣା କୁ ନେଇ ଥାନାକୁ କିଏ ଯାଉଛନ୍ତି, ତେବେ ଗାଁରେ ମାମଲା ତୁଟାଇ ଦେବାକୁ ଏହି ଥାନା ବାବୁ ଜଣଙ୍କ ପରାମର୍ଶ ଦେଉଥିବାର ଶୁଣିବାକୁ ମିଳୁଛି l ଯାହାଦ୍ୱାରା ମଦ୍ୟପ ଯୁବକ ମାନଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ଚାଲୁଥିବା ବେଳେ ପୋଲାମୁଣ୍ଡା ଅଞ୍ଚଳ  ନାଳରେ ଓ ଘର ବାରିରେ ମଦ ବୋତଲ  ମାଳ, ମାଳ ଗଦାହେଉଛି l ଗୁଆଳିପୁର, ରାଧାନଗର, କୁର୍ତ୍ତାଙ୍ଗ, ପଣ୍ଡା ଛକ, ଖରଦାସାହି, ତଅଁରା, ରେଢ଼ୁଆ, ନୂଆପଲେଇ, ସାଦେଇପୁର, ଧର୍ତ୍ତଙ୍ଗଗଡ଼, ଶାଳୀଜଙ୍ଗା, ଚିକିଣିଆ, ତାରପୁର ଓ ବର୍ତ୍ତୀ କଲେଜ ସମୁଖ ମହାନଦୀ ସାମନା ରାସ୍ତା ଗୁଡିକ ଦିନ ରାତି ମଦ, ଗଞ୍ଜେଇ ଓ ବ୍ରାଉନ ସୁଗାର ଯୁବକ ମାନଙ୍କ ପାଇଁ ଆଡାସ୍ଥଳ ପାଲଟି ଯାଇଛି l  ଯାହାଦ୍ୱାରା ଝିଅ, ବୋହୂମାନେ ରାତିରେ ଅନ୍ୟତ୍ର ଯିବାକୁ ଭୟ କରୁଛନ୍ତି l ରଘୁନାଥପୁର ପୋଲିସ ଗାଡି, ପିସିଆର ଭ୍ୟାନ ଓ 112 ଗାଡି ଗୁଡିକ କେଵଳ ରାସ୍ତରେ ବୁଲି ଡିଉଟି ହେଉଛି ଦେଖାଇ କେଵଳ ବଟି ଆଦାୟ କରିବାରେ  ସମୟ ବିତାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ରଘୁନାଥପୁର ପୋଲିସ କର୍ମଚାରୀ ଙ୍କ ଦାଉ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ କେବେ ଗ୍ରହଣ କରାଯାଉଛି ସେ ନେଇ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l ଏହା ଉପରେ    ଜିଲ୍ଲାପାଳ, ଏସପି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବାକୁ ସମସ୍ତେ ଅନୁରୋଧ କରିବା ସହ  ସେହିଁ ଥାନାରୁ ସବୁଷ୍ଟାଫ ଙ୍କୁ ଅନ୍ୟତ୍ର ବଦଳି କରିବାକୁ ସେମାନେ  ଦାବି କରିଛନ୍ତି | ଯଦି ସେମାନଙ୍କ ଦାବି ଉପରେ ସରକାର ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ  ଯେଉଁ ବଡ଼ ଧରଣର ଆନ୍ଦୋଳନ ହେବ ସେଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ସମସ୍ତେ କହିଛନ୍ତି |

News Comment

You Might Also Like

BACK TO TOP