Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ପ୍ରତାପୁର ଗ୍ରାମରେ ପାଞ୍ଚ ଠାକୁରାଣୀ ଙ୍କ ସନ୍ତୋଷ ଗ୍ରାମ ତଥା ଶସ୍ୟର ଉନ୍ନତି ପାଇଁ ଶେଷହେଲା 6ଫୁଟିଆ ମୁଆଁ ଓ କଳସ ଯାତ୍ରା

20-Sep-2026

ପ୍ରତାପପୁରର ପାରମ୍ପରିକ ଛଅ ଫୁଟିଆ ମୁଆଁ ଓ କଳସ ଯାତ୍ରା,  ଆସ୍ଥା, ଏକତା ଓ ଭାଇଚାରାର ଅପୂର୍ବ ନିଦର୍ଶନ |

ଓଡିଶା ଜନ ମତ, ପୁରୁଷୋତ୍ତମପୁର, 
ଶୁଭଙ୍କର ଦାଶ,

ପରମ୍ପରା ହେଉଛି ଏକ ଗାଁର ପରିଚୟ, ଆଉ ଆସ୍ଥା ହେଉଛି ଗ୍ରାମୀଣ ଜୀବନର ଆତ୍ମା। ଏହି ଆସ୍ଥା ଓ ପରମ୍ପରାକୁ ହୃଦୟରେ ଧରି ରଖିଛି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ୍‌ ଅନ୍ତର୍ଗତ ପ୍ରତାପପୁର ଗ୍ରାମ। ଗ୍ରାମବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ଚାଷୀଙ୍କ ଭଲ ଫସଲ କାମନା କରି ଏଠାରେ ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଛି ପାରମ୍ପରିକ କଳସ ଯାତ୍ରା।
ପ୍ରତି ତିନି ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଯାତ୍ରା ପାଇଁ ଉତ୍ସବ ମୁଖର ହୋଈ ଉଠି ଥିଲା ସମଗ୍ର ଗ୍ରାମ ।  ପ୍ରତେକ ଘରର ମହିଳା ମାନେ କଳସି କୁ ଚିତ୍ର ବିଚିତ୍ର କରି ସେଥିରେ ସ୍ୱାଦିଷ୍ଟ ପଣା, ରଖି 5ଗୋଟି ମନ୍ଦିର କୁ ଯିବା ପାଇଁ ସଜବାଜ ହେଉ ଥିଲା ବେଳେ ଏପଟେ ଗୁଡ଼ିଆ ଜାତିର ମୁଆଁ କାରିଗରମାନେ ଏବଂ ଅନ୍ୟ ସହଯୋଗୀ ମାନେ ଗ୍ରାମ ଦେବୀଙ୍କ ନିକଟରେ ଭୋଗ ଅର୍ପଣ ପାଇଁ ପ୍ରସ୍ତୁତ କରାଯାଇଥିବା ପ୍ରାୟ ୫ ଫୁଟ ଉଚ୍ଚ ଓ ୧୦୦ କିଲୋଗ୍ରାମ ଓଜନର ବିଶାଳ ମୁଆଁ ଭକ୍ତମାନଙ୍କ ମନରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା। ଏହାର ପ୍ରସ୍ତୁତି ପଛରେ କାରିଗରମାନଙ୍କ ନିଷ୍ଠା ଓ ଗ୍ରାମବାସୀଙ୍କ ସାମୂହିକ ସହଯୋଗ ଦେଖିବାକୁ ମିଳିଥିଲା।
ଗ୍ରାମର ମଙ୍ଗଳ, ରୋଗବ୍ୟାଧିରୁ ମୁକ୍ତି, ଶାନ୍ତି ଓ ଚାଷୀଙ୍କ ଭଲ ଫସଲ ପାଇଁ ପଞ୍ଚ ଠାକୁରାଣୀଙ୍କ ନିକଟରେ ବିଧିବଦ୍ଧ ପୂଜାର୍ଚ୍ଚନା କରାଯାଇଥିଲା। ଗଜାମୁଆ, ପଣା ହାଣ୍ଡି ଓ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରି ଗ୍ରାମବାସୀ ଦେବୀଙ୍କ ଆଶୀର୍ବାଦ କାମନା କରିଥିଲେ।
ଯାତ୍ରାର ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ଥିଲା ମହିଳାମାନଙ୍କ ଭବ୍ୟ ଶୋଭାଯାତ୍ରା। ଘରେ ଘରେ ପିଠାପଣା ପ୍ରସ୍ତୁତ କରି ମହିଳାମାନେ ପଣା ହାଣ୍ଡି ଓ ଗଜାମୁଆ ଧରି ଶ୍ରଦ୍ଧାର ସହ ଗ୍ରାମ ପରିକ୍ରମା କରିଥିଲେ। ଠାକୁରାଣୀ, ଗ୍ରାମଦେବତୀ, ବାଲିଚଣ୍ଡୀ, ହରିଚଣ୍ଡୀ ଓ ବାଇଧର ଠାକୁରାଣୀଙ୍କ ନିକଟରେ ଭୋଗ ଅର୍ପଣ କରାଯାଇଥିଲା।
ଏହି କଳସ ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ; ଏହା ପ୍ରତାପପୁରର ଏକତା, ଭାଇଚାରା ଓ ସାମାଜିକ ସହଯୋଗର ଏକ ସୁନ୍ଦର ପ୍ରତିଛବି। ଆଧୁନିକତାର ଦ୍ରୁତ ଗତି ମଧ୍ୟରେ ମଧ୍ୟ ନିଜର ପୁରୁଣା ପରମ୍ପରାକୁ ଭୁଲିନାହାନ୍ତି ଗ୍ରାମବାସୀ। ବରଂ ନୂଆ ପିଢ଼ିକୁ ସାଙ୍ଗରେ ନେଇ ଏହି ପରମ୍ପରାକୁ ଆଗକୁ ବଢ଼ାଇ ଚାଲିଛନ୍ତି।
ପ୍ରତାପପୁରର ଏହି ପରମ୍ପରା ଆଜି ମଧ୍ୟ ଗୋଟିଏ କଥା କହେ—ଗାଁ ଏକାଠି ହେଲେ ପର୍ବ ହୁଏ, ଆସ୍ଥା ଏକାଠି ହେଲେ ପରମ୍ପରା ଜୀବନ୍ତ ରହେ ଏବଂ ଲୋକେ ଏକାଠି ହେଲେ ଭାଇଚାରା ଆହୁରି ମଜବୁତ ହୁଏ। ଏହି ଯାତ୍ରା ଗାଁର  ଗ୍ରାମ୍ୟ ଦେବୀ ପୂଜା କମିଟି ସଭାପତି  ସୁଦର୍ଶନ ନାୟକ ଙ୍କ ସଂଯୋଜନା ରେ ଗାଁର ସରପଞ୍ଚ ଦାଶ ବେହେରା, ଉପସ୍ଥିତି ରେ ଏବଂ ଏହାକୁ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ମାନେ ହେଲେ ଦେବରାଜ ସାହୁ, ନାରାୟଣ ବେହେରା, ଗୋବିନ୍ଦ ବେହେରା, ଗୌରୀ ଶଙ୍କର ରାଉଳ, କାହ୍ନୁ ନାୟକ, ପୁରୋହିତ ବଲଭଦ୍ର ଦାଶ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଶଙ୍କର ବିଷୋୟୀ, ମଦନ ମୋହନ ବିଷୋୟୀ, ନାରାୟଣ ବେହେରା, ଅଭିମନ୍ୟୁ ବେହେରା, ସମସ୍ତ ଗ୍ରାମବାସୀ, 20 ବର୍ଷର ଯୁବକଙ୍କ ଠାରୁ 45 ବର୍ଷ ର ଯୁବଗୋଷ୍ଟି,ବୃଦ୍ଧ, ସମାଜ ସେଵୀ, ରଥକାରିଗରୀ ମହାରଣା, ଙ୍କ ସହିତ ଅନ୍ୟ ସମସ୍ତେ ମହିଳା ମାନେ ମଧ୍ୟ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ | ପୁଣି ଠାକୁରାଣୀ ଙ୍କ ଦୟା ଥିଲେ  ଦୁଇବର୍ଷ ପରେ  ବଞ୍ଚିଥିଲେ ପୁଣି ସମସ୍ତଙ୍କ ସହିତ ସମସ୍ତ ଗ୍ରାମବାସୀ ଙ୍କ ଭେଟ ହେବ ||

News Comment

You Might Also Like

BACK TO TOP