Breaking News

ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||     

ଖଲ୍ଲିକୋଟରେ ଜିଲ୍ଲା ସ୍ତରୀୟ ଏଫ ଏଲ ଏନ ଟି ଏଲ ଏମ ପ୍ରଦର୍ଶନୀ ଉଦଯାପିତ | ,

17-Apr-2025

ଖଲ୍ଲିକୋଟ: ଜିଲ୍ଲା ସ୍ତରୀୟ ଏଫ୍. ଏଲ୍.ଏନ୍.  ଟି.ଏଲ୍.ଏମ୍. ପ୍ରଦର୍ଶନୀ ଉଦଯାପିତ,

                 ଓଡିଶା ଜନମତ ବ୍ୟୁରୋ,

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଂଜାମ, ଖଲ୍ଲିକୋଟ ପକ୍ଷରୁ ଜିଲ୍ଲା ସ୍ତରୀୟ ମୋୖଳିକ ସାକ୍ଷରତା ଶିକ୍ଷଣ ଉପଯୋଗୀ ସାମଗ୍ରୀ ପ୍ରଦର୍ଶନୀ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଆନୁଷ୍ଠାନିକ ରୀତିରେ ଶୁଭୋଦ୍ଘାଟିତ ହୋଇଯାଇଛି । ସର୍ବ ପ୍ରଥମେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ, ଶ୍ଳୋକାଦି ପରିବେଷଣ ପରେ ପ୍ରତିଷ୍ଠାନର ଗୁରୁ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ପରିବେଷିତ ହୋଇଥିଲା । ଏହି ଅବସରରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ସନ୍ତୋଷ କୁମାର ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉତ୍ସବରେ ଅତିରିକ୍ତ ଶିକ୍ଷା ଜିଲ୍ଲା ଅଧିକାରୀ ଶ୍ରୀମତୀ ପ୍ରଭାତୀ କୁମାରୀ ମହାପାତ୍ର ମୁଖ୍ୟ ବକ୍ତା, ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ସ୍ତରରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ, ସକାରାତ୍ମକ ମନୋଭାବ, ସ୍ୱତନ୍ତ୍ର ଆଗ୍ରହ ଆନ୍ତରିକତା ବଳରେ ମୋୖଳିକ ସାକ୍ଷରତା ଶିକ୍ଷଣ ଉପଯୋଗୀ ସାମଗ୍ରୀ ପ୍ରଦର୍ଶନୀ ଆୟୋଜନର ଲକ୍ଷ୍ୟ ଆଭିମୁଖ୍ୟ ପରିପୂରଣ, ପରିବର୍ତ୍ତିତ ପରିସ୍ଥିତିରେ କିଭଳି ଶିକ୍ଷାର ମାନବୃଦ୍ଧି ହୋଇପାରୁଛି, ଉଭୟ ମୋୖଳିକ ସାକ୍ଷରତା ଏବଂ ଶିକ୍ଷଣ ଉପଯୋଗୀ ସାମଗ୍ରୀ ପରସ୍ପର ପରିପୂରକ, ଶିକ୍ଷକ ଶିକ୍ଷୟିତ୍ରୀ ସମାଜର ନିର୍ମାତା ଆଦି ବହୁବିଧ ଦିଗ ସମ୍ପର୍କରେ ସାରସ୍ୱତ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀମତୀ ମହାପାତ୍ର ଶିକ୍ଷଣ ଉପଯୋଗୀ ସାମଗ୍ରୀକୁ ଆଧାର କରି ସ୍ବରଚିତ ଏକ ସୁନ୍ଦର କବିତା ଉପସ୍ଥାପନ କରିଥିଲେ, ଯାହାକି ସମଗ୍ର ସଭା କକ୍ଷରେ ଆଦୃତି ଲାଭ କରିଥିଲା । ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର ପରିଡ଼ା ଗୁଣାତ୍ମକ ଶିକ୍ଷା ପାଇଁ ଉଭୟ ମୋୖଳିକ ସାକ୍ଷରତା, ଶିକ୍ଷଣ ଉପଯୋଗୀ ସାମଗ୍ରୀର ପ୍ରୟୋଜନତା, ବାଲବାଟିକାକୁ କାର୍ଯ୍ୟକ୍ଷମ ପାଇଁ ଏଭଳି ପ୍ରଦର୍ଶନୀର ଆୟୋଜନ ନିତାନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିଥିଲେ । ପ୍ରଦର୍ଶନୀକୁ ପରିଚାଳନା କରିଥିଲେ ଶିକ୍ଷକ ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା, ନବୀନ ପ୍ରମାଣିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପ୍ରଶିକ୍ଷିକା ଶ୍ରୀମତୀ ଲିପି ଶ୍ରୀ ଦେବୀ । ଗଂଜାମ ଜିଲ୍ଲାର ସମସ୍ତ ୨୨ ଗୋଟି ବ୍ଲକର ନିପୁଣ ଶିକ୍ଷକ ଶିକ୍ଷୟିତ୍ରୀ, ଗୁରୁ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଏସମ୍ପର୍କୀତ ସୁଦୃଶ୍ୟ ପ୍ରଦର୍ଶନୀକୁ ଅତିଥିମାନେ ଶୁଭାରମ୍ଭ କରି ବହୁମୂଲ୍ୟ ଶିକ୍ଷଣ ଉପଯୋଗୀ ସାମଗ୍ରୀ ସବୁ ବୁଲି ଦେଖିଥିଲେ । ଏଥିରେ ଅଂଶ ଗ୍ରହଣ କରିଥିବା ୨୨ ଗୋଟି ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅତିଥି ମାନେ ମାନପତ୍ର ସହିତ ସମ୍ବର୍ଦ୍ଧିତ କରିଥିଲେ । ଏପ୍ରକାର ସାଧୁ ଉଦ୍ୟମକୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ । ପ୍ରଦର୍ଶନୀରେ ଶତାଧିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।
ଉତ୍ସବରେ ବରିଷ୍ଠ ପ୍ରଶିକ୍ଷକ ବିଷ୍ଣୁ ନାରାୟଣ ଜେନା, ଜିତେନ୍ଦ୍ର କୁମାର ପଣ୍ଡା, ନବୀନ ପ୍ରମାଣିକ, ଦେବେନ୍ଦ୍ର ନାଥ ସାହୁ, ସୁକୁଲେଇ ଟୁଡୁ, ଅଭିରାମ ବିଶ୍ୱାଳ, ବରିଷ୍ଠ ପ୍ରଶିକ୍ଷିକା ପ୍ରଜ୍ଞା ପରମିତା, ନିବେଦିତା ପାଢ଼ୀ, ସରୋଜିନୀ ମିଶ୍ର, ଗାୟତ୍ରୀ ସ୍ୱାଇଁ, ଜୟନ୍ତୀ ବେହେରା, ଲିପି ଶ୍ରୀ ଦେବୀ, କଲ୍ୟାଣୀ କୁମାରୀ ଗୈାଡ, ଭାବିଲିତା ନାୟକ, ଅନୁପମା ଦାସ, ବବିତା ସିଂ ନାୟକଙ୍କ ସମେତ ସେକ୍ସନ ଅଧିକାରୀ ପ୍ରବେଶ କୁମାର ପଟ୍ଟନାୟକ, କନିଷ୍ଠ କିରାଣୀ ଆଶିଷ ରଞ୍ଜନ ସେଠୀ, କମ୍ପ୍ୟୁଟର ଇନଷ୍ଟ୍କକ୍ଟର ମନୋରଞ୍ଜନ ବାରିକ, ପ୍ରତିଷ୍ଠାନର କର୍ମଚାରୀ ଜୟଶଙ୍କର ଗୈାଡ, ନିରୁପମା ପ୍ରଧାନ, ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଦର୍ଶନୀକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପାଦନ କରିଥିଲେ ।

News Comment

You Might Also Like

BACK TO TOP