Breaking
News
Breaking
News
20-Jun-2025
ଯୁକ୍ତ ଦୁଇ ପରୀକ୍ଷା ରେ ପୁରୁଷୋତ୍ତମପୁର ସହର ଗୁରୁଦେବ ଟ୍ୟୁଟୋ ରିଆଲ ର ଛାତ୍ରୀ ବ୍ଳକ ରେ ଟପ୍ପର |
ଓଡିଶା ଜନ ମତ ବ୍ୟୁରୋ,
ପୁରୁଷୋତ୍ତମପୁର ସହର ସ୍ଥିତ ଗୁରୁଦେବ ଟ୍ୟୁଟୋରିଆଲ ର ଛାତ୍ରୀ ରୋଜାଲିନ ସାହୁ ଚଳିତ +୨ ବିଜ୍ଞାନ ପରୀକ୍ଷାରେ ଆ ତାରାତାରିଣୀ କଲେଜ ଟପ୍ସର ହୋଇଛନ୍ତି। ଗୁରୁଦେବ ଟ୍ୟୁଟୋରିଆଲ ର ସଫଳତା ହାର 100% ରହିଛି, ଗୁରୁଦେବ ଟ୍ୟୁଟୋରିଆଲ ର ମୋଟ 160 ଜଣ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ଫାଷ୍ଟ ଡିଭିଜନ ରେ 86 ଜଣ, ସେକେଣ୍ଡ ଡିଭିଜନ ରେ 42 ଜଣ ଏବଂ ଥାର୍ଡ଼ ଡିଭିଜନ ରେ 32 ଜଣ ଉତ୍ତୀର୍ଣ୍ଣଲାଭକରିଛନ୍ତି,ରୋଜାଲିନ ମୋଟ ମାର୍କ 600 ରୁ 516 ମାର୍କ ଅର୍ଥାତ 86.16% ରଖିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଟ୍ୟୁଟୋରିଆଲ ର ଅଧ୍ୟକ୍ଷ, ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ଶୁଭେଚ୍ଛା ଜଣାଇଆ ଛନ୍ତି। ପୁରୁଷୋତ୍ତମପୁର କୋଳାସିଙ୍ଗ ଗ୍ରାମର ବାସିନ୍ଦା ରାଜେନ୍ଦ୍ର ସାହୁ ଏବଂ ଯାଜ୍ଞଶିନୀ ସାହୁ ଙ୍କ ସେ ବଡ଼ଝିଅ। ଏହି ସଫଳତା ପାଇଁ ସେ ପିତା, ମାତାଙ୍କୁ ପ୍ରଥମେ ଶ୍ରେୟ ଦେବା ସହ ଟ୍ୟୁଟୋରିଆଲ ର ଅଧ୍ଯକ୍ଷ, ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏତଦ୍ବ୍ୟତୀତ ଗୁରୁଦେବ ଟ୍ୟୁଟୋରିଆଲ୍ ସଂସ୍ଥାର ଅଧ୍ଯକ୍ଷ ଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମଯୋଗୁଁ ଏହି ସଫଳତା ପାଇଛନ୍ତି ପାଇଛନ୍ତି ବୋଲି ରୋଜାଲିନ ମତ ଦେଇଛନ୍ତି
BACK TO TOP