Breaking
News
Breaking
News
25-Jun-2025
ତାରାତାରିଣୀ ମହାବିଦ୍ୟାଳୟ ରେ ସମ୍ବିଧାନ ହତ୍ୟା ଦିବସ ପାଳିତ,
ଓଡିଶା ଜନମତ ବ୍ୟୁରୋ,
ପୁରୁଷୋତ୍ତମପୁର: ତା ୨୫/୦୬/୨୫ :
ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟ ପରିସରରେ ସମ୍ବିଧାନ ହତ୍ୟା ଦିବସ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏ ଉତ୍ସବରେ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀ ସୁଶାନ୍ତ କୁମାର ସାହୁ,ଅଧ୍ୟାପକ ଶ୍ରୀ ସମୀର କୁମାର ମିଶ୍ର ଏ ଦିବସର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ମହାବିଦ୍ୟାଳୟରେ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସଂଧ୍ୟାରାଣୀ ପାତ୍ର,ଓଡ଼ିଆ ବିଭାଗୀୟ ମୂଖ୍ୟ ଡ଼ଃ ରମେଶ ଚନ୍ଦ୍ର ସେନାପତି,ଅଧ୍ୟାପିକା ଡ଼ଃ ମୋନାଲିସା ମିଶ୍ର,ଅଧ୍ୟାପିକା ମିନାକ୍ଷୀ ଦାସ ଉପସ୍ଥିତ ରହି ଭିନ୍ନ ଭିନ୍ନ ମତ ଉପସ୍ଥାପନ କରିଥିଲେ।ପରିଶେଷରେ ଅଧ୍ୟାପିକା ମିନାକ୍ଷୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
BACK TO TOP