Breaking
News
Breaking
News
26-Jun-2025
ଖୋଦ୍ଧା ଜୟୀ ରାଜଗୁରୁ ଟାଉନ ହଲ ଠାର ଭଏସ ଅଫ ମିଡ଼ିଆ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ |
ଓଡିଶା ଜନମତ ବ୍ୟୁରୋ,
(ପ୍ରତେକ ସଦସ୍ୟ ଙ୍କୁ 10ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଓ 1500 ଟଙ୍କାର ପ୍ରତିମାସରେ ପେନସନ ପ୍ରଦାନ ପାଈଁ ପ୍ରତିଶୃତି ଦେଲେ ଫାଉଣ୍ଡର |
ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ ଭବନଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଭଏସ୍ ଅଫ୍ ମିଡ଼ିଆରପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ଜାତୀୟ ସଭପତି ସନ୍ଦୀପ କାର୍ଲେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ନୂତନ ଆଇନ ପ୍ରଣୟନ ଉପରେ ଗୁରୁତ୍ବାରୋପ କରିଥିଲେ। ସଂଗଠନର ସଦସ୍ୟଙ୍କ ପାଇଁ ୧୦ଲକ୍ଷ ଟଙ୍କାର ବୀମା ସୁବିଧା କରାଯିବ ବୋଲି ସେ ଘୋଷଣା କରିଛନ୍ତି।
ମୁଖ୍ୟ ଅତିଥି ଭାବେ ବିଜେପି ମହିଳା ମୋର୍ଚ୍ଚାର ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରବୀଣା ଇଂଜଦେଓ ଯୋଗ ଦେଇଥିଲେ । ରାଜ୍ୟ ସଭାପତି ପ୍ରଭାତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସୁପ୍ରିମକୋର୍ଟର ଆଇନଜୀବୀ ସଞ୍ଜୀବଅଗ୍ରୱାଲ, ଅବସରପ୍ରାପ୍ତ ବିଚାରପତି ସୁରେନ୍ଦ୍ରନାଥ ପାଢୀ, ନାଇଜରର ପୂର୍ବତନ ରେଜିଷ୍ଟ୍ରର ଅଭୟ ନାୟକ, ଖୋର୍ଦ୍ଧାଆଇନମହାବିଦ୍ୟାଳୟର ସମ୍ପାଦକ ସୁଧୀର ମାନସିଂହ, ସମାଜସେବୀ ବସନ୍ତ ଦାସ, ଜାତୀୟ ସମ୍ପାଦକ ମହମ୍ମଦ ଇଫତେକାର ଅଲ୍ଲୀ, ରାଜ୍ୟ ସମ୍ପାଦକ ସୁକାନ୍ତ ପରିଡ଼ା, ରାଜ୍ୟ ଉପସଭାପତି ଜିତେନ୍ଦ୍ର ସାହୁ, ପି. ବାଲାଜୀ ପାତ୍ର ଯୋଗଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସଭାପତି ଧନେଶ୍ଵର ବିଧାର ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଓଡ଼ିଶୀ, ସମ୍ବଲପୁରୀ ଓ ପାଇକ ଆଖଡ଼ା, ସମରକଳା ଆଦି ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭକରିଥିବା ବହୁ ବ୍ୟକ୍ତି ବିଶେଷଙ୍କୁ ଭଏସ୍ ଅଫ୍ ମିଡ଼ିଆ ପକ୍ଷରୁ ସମ୍ମାନିତ କରାଯାଉଥିଲା । ପ୍ରତେକ ଜିଲ୍ଲା ର ସଭାପତି ମାନଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇ ଥିଲା |
୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସହ ମାସିକ ଭତା ଓ ପିଲାମାନଙ୍କ ପାଠ ପଢିବା ପାଇଁ ଉପକରଣ ବଣ୍ଟନ କରାଯିବ କହିଛନ୍ତି ଜାତୀୟ ସଭପତି ସନ୍ଦିପ୍ କାର୍ଲେ। ଏଥିସହ ସାମ୍ବାଦିକ ମାନଙ୍କ ସୁରକ୍ଷା ଦିଗରେ ନୂତନ ଆଇନ ପ୍ରଣୟନ ପାଇଁ ଅନୁଷ୍ଠାନ ରାଜ୍ୟ ସରକାରଙ୍କ ଉପରେ ବାରମ୍ବାର ଚାପ ପକାଇ ଆସୁଥିବା କହିଥିଲେ ଶ୍ରୀ କାର୍ଲେ I ଓଡ଼ିଶାର ୨୩ ଜିଲ୍ଲାରୁ ଆସିଥିବା ଭଏସ ଅଫ୍ ମିଡ଼ିଆର ଜିଲ୍ଲା ସଭାପତି, ସଂପାଦକ ଓ ଶତାଧିକ ସଦସ୍ୟମାନଙ୍କୁ ନେଇ ଏହି ବୈଠକ ଆରମ୍ଭ କରାଯାଇଥିଲା |
BACK TO TOP