Breaking News

ଗଙ୍ଗାଧର ସାହୁ ବିଜ୍ଞାନ ମହା ବିଦ୍ୟାଳୟ ର ପ୍ରତିଷ୍ଠାତା ଙ୍କ ଦେହାନ୍ତ ||   (30-Apr-2026)       ||      କେଶପୁର ସ୍ନାତକ ମହାବିଦ୍ୟାଳୟ ଠାରେ ଏକ ଦିବସୀୟ ପାଠ ଚକ୍ର ଅନୁଷ୍ଠିତ |    (30-Apr-2026)       ||      ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଅବସର କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |   (30-Apr-2026)       ||      ଖଲ୍ଲିକୋଟ ର ବିଭିନ୍ନ ସ୍ଥାନରେ 4ଗୋଟି ପ୍କକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣିଚନ୍ଦ୍ର ସେଠୀ ||   (30-Apr-2026)       ||      ଖଲ୍ଲିକୋଟ ଡି ଆଇ ଇ ଟି ରେ ନିମନ୍ତେ ଉତ୍କର୍ଷ କେନ୍ଦ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଓ ଜିଲ୍ଲପାଳ |    (30-Apr-2026)       ||      ଖଲ୍ଲିକୋଟ କୋର୍ଟ ପରିଷର ରେ ଆଇନ ଜୀବି ଙ୍କୁ ଆକ୍ରମଣ |    (30-Apr-2026)       ||      କୋଦଳା ସ୍ନାତକ ମହା ବିଦ୍ୟାଳୟ ରେ ଶିକ୍ଷା ବିଭାଗୀୟ ପାଠଚକ୍ର ଓବିଦାୟ କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ଆକାଶ ଜେନା ହତ୍ୟା ଘଟଣା ରେ ଆଉ ପାଞ୍ଚ ଜଣ ଗିରଫ ସହ ବାଇକ ଓଖଣ୍ଡା ଜବତ କଲା ପୋଲିସ |    (29-Apr-2026)       ||      କନ୍ଧମାଳ ଜିଲ୍ଳାରେ ସାମ୍ୱାଦିକ ସୁରକ୍ଷା ଓ ସହାୟତା ଦାବିରେ ତାତିଲେ ସାମ୍ବାଦିକମାନେ |    (29-Apr-2026)       ||      ପର୍ଯ୍ୟଟନ ସଚିବ ବଳବନ୍ତ ସିଂ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଦର୍ଶନ କଲେ |    (29-Apr-2026)       ||      ବାଲିଘାଇ ଆକାଶ ଜେନା ମୃତ୍ୟୁ ଘଟଣା ରେ ଆଉଜଣେ ଗିରଫ |   (28-Apr-2026)       ||      ମାଲତେନ୍ତୁଳିଆ ଗ୍ରାମର ରାଜଦୀପ ହତ୍ୟା ଘଟଣାରେ ଆଉଜଣେ ଗିରଫ |   (28-Apr-2026)       ||      ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ |   (28-Apr-2026)       ||      ବିଦ୍ୟୁତ ଆଘାତ ରେ ମୃତ ପରିବାର କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ |    (28-Apr-2026)       ||      ବ୍ରାହ୍ମଣୀ ଗାଁ ବନାଞ୍ଚଳ ରେ ହାତୀପଲ, ବନ ବିଭାଗ ପକ୍ଷରୁ ଏଥିପାଇଁ ସଚେତନତା ଜାରି |   (28-Apr-2026)       ||      ଖାଜିପଲି ଗ୍ରାମରେ ସମସ୍ତଙ୍କ ସହଯୋଗ ରେ ସ୍ୱଚ୍ଛ ସେବାକାର୍ଯ୍ୟ ଆରମ୍ଭ    (28-Apr-2026)       ||      ପୋଲସରା ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ସ୍ୱାଭିମାନ ଦିବସ ପାଳିତ |   (28-Apr-2026)       ||      ବାଲିଗୁଡା ରେ ନେଟୱାର୍କ ଅସୁବିଧା ଯୋଗୁଁ, ଇଣ୍ଟେର ନେଟ ସେବା ବ୍ୟାହତ କାରଣରୁ ଲୋକେ ହନ୍ତସନ୍ତ |    (28-Apr-2026)       ||      କୋଦଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ |    (27-Apr-2026)       ||     

ଆସନ୍ତା 14 ତାରିଖରୁ ଆରମ୍ଭ ହେବ ମା ତାରା ତାରିଣୀ ଙ୍କ ଷୋଡଶ ଦିନାତ୍ମକ ପୂଜା |

12-Sep-2025

ମା ତାରା ତାରିଣୀ ଙ୍କ ପାର୍ବଣ ପୂଜା ପାଇଁ ପ୍ରସ୍ତୁତି ଶେଷ, ଆସନ୍ତା ୧୪ ରୁ ଷୋଡଶ ଉପଚାର ପୂଜା ଆରମ୍ଭ ହେବ | 

       ଓଡିଶା ଜନ ମତ, ବ୍ୟୁରୋ,

ଦକ୍ଷିଣ ଓଡିଶା ର ପ୍ରସିଦ୍ଧ ଶକ୍ତି ପୀଠ ତଥା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରି  ଦେବୀ  ମା ତାରା ତାରିଣୀ ଙ୍କର ଶାରଦୀୟ  ପୂଜା ଆସନ୍ତା 14 ତାରିଖରୁ ଆରମ୍ଭ ହେବ, ମୂଳାଷ୍ଟମୀ ଠାରୁ  ମହାଷ୍ଟମୀ  ପର୍ଯ୍ୟନ୍ତ ଏହି ପୂଜା ଚାଲିବ | ସେଥିପାଇଁ ମନ୍ଦିର ସଭାପତି ତଥା ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ ଙ୍କ  ନିର୍ଦେଶ ରେ ଏବଂ ଛତ୍ର ପୁର ଉପଜିଲ୍ଲାପାଳ ଙ୍କ ସହଯୋଗ ରେଶବୁ ପ୍ରକାର ବ୍ୟବସ୍ତା ସରିଛି | ଏହି ଷୋହଳ ଦିନପୂଜା ପୂର୍ବ ରୀତି ନିତି ଅନୁସାରେ  କରାଯିବ ବୋଲି  ଜିଲ୍ଲା ପାଳ ଓ ଉପଜିଲ୍ଲାପାଳ ସେବାୟତ ମାନଙ୍କ ସହ କଥାବାର୍ତା କରି କିପରି ସୁରୁଖୁରୁରେ ଏହା ଶେଷହେବ ତାଉପରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି | କେବଳ ଆରମ୍ଭ ଦିନ ପବିତ୍ର ଋଷିକୁଲ୍ୟା ଘାଟ ରୁ 108 ସେବାୟତ ମହିଳା ଙ୍କ ଦ୍ୱାରା ନଦୀରେ ଗଙ୍ଗାଙ୍କୁ ଆବାହନ ପୂଜାର୍ଚନା କରାଯିବା ପରେ ମହିଳା ମାନେ  ମୁଣ୍ଡରେ ପାଣି ମାଠିଆ ଧରି ପାହାଡ଼ ଉପରକୁ ଯିବେ |ଏବଂ ସେଠାରେ  ବିଜେ ପ୍ରତିମାକୁ ବାଜା ବାଜଣା ରେ  ସ୍ନାନ ମଣ୍ଡପକୁ ଅଣାଯାଇ ବ୍ରାହ୍ମଣ ଙ୍କ ଦ୍ୱାରା  ସେବାୟତ ଙ୍କ  ଉପସ୍ଥିତି ଓ ସହଯୋଗ ରେ ସହସ୍ର କୁମ୍ଭାଭିଷେକ କରାଯାଇ ମାଆଙ୍କୁ ଶ୍ରୀସୂକ୍ତ ରେ ସ୍ନାନ କରାଯାଇ ପୂଜା କରାଯିବ | ଏବଂ ଆରାତ୍ରିକ ପୁଷ୍ପାଞ୍ଜଳି ପ୍ରଦାନ ପରେ ପୁଣି ବିଜେ ପ୍ରତିମା କୁ  ମନ୍ଦିର କୁ ନିଆଯାଇ  ମାଆଙ୍କ ଷୋଡଶ ଉପଚାର ପୂଜା, ଚଣ୍ଡି ପାଠ, ହୋମ, ଓ ଅର୍ଣ୍ଣ ଭୋଗ  କରାଯିବ ଏବଂ ମାଆଙ୍କ ପହୁଡ଼ ପଡିବ | ସେହିପରି ସକାଳେ ମାଜଣା ଓ ଆଳତି ପରେ ଷୋଡଶ ଉପଚାର ପୂଜା, ଆରତ୍ରିକପରେ କୁମ୍ଭ, ପୂଜା, ସୂର୍ଯ୍ୟ ପୂଜା,  ଚଣ୍ଡୀପାଠ ଓ ମଧ୍ୟାହ୍ନ ଅର୍ଣ୍ଣ ଭୋଗ ପରେ ପହୁଡ଼ | ପୁଣି ସାନ୍ଧ୍ୟରେ ମାଜଣା ଆଳତି ପରେ  ଆରମ୍ଭ ହେବ ନୀତିକାନ୍ତି | ମହାଷ୍ଟମୀ, ବିଶ୍ରାମ ନବମୀ ପରେ ବିଜୟା ଦଶମୀ   ସରିଲା ପରେ ଏହି ପର୍ବ ଶେଷ ହେବ | ଏଥିପାଇଁ ଗଞ୍ଜାମ ଏସପି ଙ୍କ  ନିର୍ଦେଶ ପରେ ପୁରୁଷୋତ୍ତମପୁର ଏସଡ଼ି ପିଓ, ସୁଜିତ ନାୟକ ଓ ଆଇ ଆଇସି  ରାଜେଶ ନାୟକ ଓଷ୍ଟାଫ ଏବଂ  ପୁରୁଷୋତ୍ତମପୁର ବିଡ଼ିଓ ଶରତ କୁମାର ପାତ୍ର ଓ ତହସିଲଦାର ବିନୋଦ କୁମାର ବେହେରା  ମଧ୍ୟ ପ୍ରତେକ ଦିନ ଏହି ପୂଜା କାର୍ଯ୍ୟକୁ ତଦାରଖ କରିବେ ବୋଲି ଜିଲ୍ଲା ପାଳ ନିର୍ଦେଶ ଦେଇଛନ୍ତି | ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଟିକେ ରେଡି ଓ ମନ୍ଦିର କର୍ମଚାରୀ ଓ ମୁଖ୍ୟ ସେବାୟତ  ବାପୁଜୀ ରଣା, ସେବାୟତ ସଭାପତି ତପନ କୁମାର ରଣା, ଦୁର୍ଗା ରଣା, ଜଗନ୍ନଥ ରଣା ଦୁର୍ଗାମାଧବ ରଣା, ଶୁକଦେବ ରଣା, କୈଳାଶ ରଣା, ଲମ୍ବୋଦର ରଣା,  ସନାତନ ରଣା ଙ୍କ ସହ ସମସ୍ତ ସେବାୟତ ଏହି ପୂଜାରେ ସମ୍ପୂର୍ଣ ସହଯୋଗ କରି  ପୂଜା ସୁରୁଖୁରୁରେ ସମୁର୍ଣ କରିବେ ବୋଲି ଜଣା ଯାଇଛି |

News Comment

You Might Also Like

BACK TO TOP