Breaking News

ରଣ ଝାଲୀ ରୋଡ଼ ନିକଟରେ ଅଟୋ ଧକ୍କାରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା |   (19-Oct-2026)       ||      ତନ୍ତ୍ର ପୀଠ ଦକ୍ଷିଣ କାଳୀଙ୍କ ସରିଲା ଷୋଡଶ ଉପଚାର ପୂଜା ||   (19-Oct-2026)       ||      ଖଲ୍ଲିକୋଟ ବାଡ଼ ଯାତ୍ରାକୁ ପୁରିଲା 75 ବର୍ଷ, ଧୁମ, ଧାମ ରେ ପାଳନ ହେଉଛି ସାହି ଯାତ୍ରା |   (19-Oct-2026)       ||      ଝରକା ସଂରକ୍ଷିତ ଜଙ୍ଗଲରୁ ଶାଳ କାଠ ବୋଝେଇ ପିକପ ଭେନ ଜବତ, 3ଅଟକ ||   (19-Oct-2026)       ||      ଦୟାନିଧି ପୁର ଶାସନ ରେ ଥିବା କନକ ଦୁର୍ଗା ମହା ଗୌରୀ ବେଶ ରେ ଦର୍ଶନ ଦେଲେ |    (19-Oct-2026)       ||      ମା ତାରା ତାରିଣୀ ଙ୍କ ପୀଠରେ ସରିଲା ଷୋଡଶ ଦିନ ପୂଜା, ଆଜି ମହାକାଳୀ ବେଶରେ ଦର୍ଶନ ଦେବେ ମାଆ |   (19-Oct-2026)       ||      ତାରା ତାରିଣୀ ଙ୍କ ପୀଠରେ ଚାଲିଥିବା ଷୋଡଶ ଦିନାତ୍ମକ ପୂଜା ଶେଷ |    (19-Oct-2026)       ||      ନିଜ ଗାଁ କୁ ଫେରିଲା ମୃତ ଦେହ ଦାଦନ ଖଟିବାକୁ ଯାଇ ଶବ ହୋଈ ଫେରିଲେ |   (18-Oct-2026)       ||      ଖଲ୍ଲିକୋଟ ବ୍ଳକ କଂଗ୍ରେସ ର କର୍ମକର୍ତ୍ତା ଓ ନେତୃତ୍ୱ ମଣ୍ଡଳୀ ଙ୍କ ସମୀକ୍ଷା ବୈଠକ ||   (18-Oct-2026)       ||      କହ୍ନେଇ ପୁର ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହାତ୍ସବ "ସୁରଭି -26`ଅନୁଷ୍ଠିତ |   (18-Oct-2026)       ||      ଖଲ୍ଲିକୋଟ ମାର୍ଦରାଜ ବଂଶର ପ୍ରତିଷ୍ଠିତ ଦେବୀ ମା ବହୁତି ଙ୍କ ପୀଠରେ ନବରାତ୍ରି ମହୋତ୍ସବ |   (18-Oct-2026)       ||      ଟ୍ରାଫିକ ସମସ୍ୟା ର ସମାଧାନ ପାଈଁ ପଦ୍ମପୁର ରେ ପୋଲିସ ଓ ଓକିଲ ସଙ୍ଘର ଆଲୋଚନା |   (18-Oct-2026)       ||      ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||     

ପୋଲସରା ରେ ମଧ୍ୟ ଆଇନ ଯିଵି ଙ୍କ ହତ୍ୟାକାରୀ ଙ୍କୁ ଗିରଫ ଦାବିରେଓକିଲ ମାନଙ୍କ କଲମ ଛାଡ଼ ଆନ୍ଦୋଳନ |

08-Oct-2025

ରାଜ୍ୟ ଆଇନଜୀବି ପରିଷଦର ଶ୍ରେଷ୍ଠ ସଦସ୍ୟ ଓକିଲ ପୀତବାସ ପଣ୍ଡାଙ୍କ  ହତ୍ୟାକାରିକୁ ଗିରଫ ଦାବି କଲା ପୋଲସରା ଓକିଲ ସଂଘ।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
  ତା.08/10/2025:- 

ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଓକିଲ ପୀତବାସ ପଣ୍ଡାଙ୍କୁ ଗତ ତା 06/10/2025 ରିଖ ସୋମବାର ରାତ୍ର ପ୍ରାୟ ଘ. 10.00 ସମୟରେ ସେ ନିଜ ବାସଗୃହକୁ ଯାଉଥିବା ବେଳେ ଅଜଣା ଆତତାୟୀମାନେ ଅତି ନିକଟରୁ ନିର୍ମମ ଭାବେ ଗୁଳିକରି ହତ୍ୟା କରିଥିଲେ। ଉକ୍ତ ଜଘନ୍ୟ ଘଟିଥିବା ଘଟଣାରେ ରାଜ୍ୟର ସମସ୍ତ ଆଇନଜୀବି ମର୍ମାହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଆଜି  ପୋଲସରା ଓକିଲ ସଂଘ କାର୍ଯ୍ୟାଳୟ ଠାରେ  ସଭାପତି  କବିରାଜ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ସ୍ଵର୍ଗତ ପଣ୍ଡାଙ୍କ ଅମର ଆତ୍ମାର ସଦଗତି କାମନା ସ୍ୱରୂପ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯିବାସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଦିଆଯାଇଥିଲା।  ଏହି ଅବସରରେ ସଂଘ ତରଫରୁ ଉକ୍ତ ହତ୍ୟା ଘଟଣାକୁ ନେଇ ତ୍ରୀବ୍ର କ୍ଷୋଭ ପ୍ରକାଶ କରାଯିବାସହ ତ୍ରୀବ୍ରନିନ୍ଦା କରାଯାଇଥିଲା। ସ୍ଵର୍ଗତ ପଣ୍ଡା ଏକାଧାରରେ ଜଣେ ଆଇନଜୀବି, ରାଜନୀତିଜ୍ଞ, ଦୃଢ଼ ସ°ଗଠକ ଗାଳ୍ପିକ ଅନେକ ବ୍ରହ୍ମପୁର ସହରରେ ଗଢି ଉଠିଥିବା ଅନେକ ସ°ଗଠନର ସଭାପତି ଏଵଂ ରାଜ୍ୟସ୍ତରୀୟ ବହୁ ଅନୁଷ୍ଠାନ ସହ ଯୋଡ଼ିହୋଇ ଲୋକକଲ୍ୟାଣ କାର୍ଯ୍ୟକ୍ରମ କରି ଅନେକ ସୁନାମ ଅର୍ଜନ କରିଥିଲେ। ତାଙ୍କଭଳି ସୁପ୍ରସିଦ୍ଧ ଆଇନଜ୍ଞ ଓ ସମାଜସେବୀଙ୍କ ଅବର୍ତ୍ତମାନରେ ଓକିଲ ସମାଜର ଅପୂରଣୀୟ କ୍ଷତି ଘଟିଛି। ଏଣୁ ଏହି ଅମାନୁସିକ ହତ୍ୟା ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା ସହିତ ଦୁଃଖରେ ଭାଙ୍ଗିପଡିଥିବା ସ୍ଵର୍ଗତ ପଣ୍ଡାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଏଵଂ  ଓକିଲ ମାନଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବାକୁ ନେଇ ଆଲୋଚନା ମାଧ୍ୟମରେ ଦାବି କରାଯାଇଛି।ଏହି ପରିପ୍ରେକ୍ଷୀରେ ଏକ ଦିବସ ସକାଶେ କଲମ ଛାଡ ଆନ୍ଦୋଳନକୁ ନେଇ  ନିବେଦନ ପତ୍ର ମାଧ୍ୟମରେ ପୋଲସରା ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ଅବଗତ କରାଯାଇଥିଲା। ପରେ ପ୍ରତିବାଦ ସ୍ୱରୂପ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ନଗର ପରିକ୍ରମା କରାଯାଇଥିଲା।   
ଏହି କାର୍ଯ୍ୟକ୍ରମରେ  ପ୍ରାକ୍ତନ ସଭାପତି ସୁଶାନ୍ତ କୁମାର ସାହୁ, ସପନ ମିଶ୍ର, ସତଚ୍ଚିଦାନନ୍ଦ ପାଣିଗ୍ରାହୀ, ସୁଧାଂଶୁ ଶେଖର ପ୍ରଧାନ, ଉପସଭାପତି ଅକ୍ଷୟ ଦାସ, ସୁଜ୍ଞାନୀ କୁମାରୀ ସାହୁ, ସୁଜିତ କୁମାର ପାଣିଗ୍ରାହୀ, ନାରାୟଣ ସାହୁ,  ହରପ୍ରସାଦ ଦାସ ଓ ବିଜୟ ସାସମଲ ପ୍ରମୁଖ ଯୋଗଦାନ କରିଥିଲେ।

News Comment

You Might Also Like

BACK TO TOP