Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ହୃଦ ଘାତରେ 4ଜଣଙ୍କ ମୃତ୍ୟୁ |

13-Nov-2025

 ହୃଦ ଘାତ ରେ 4ଜଣଙ୍କ ମୃତ୍ୟୁ,  ଘଟିଛି ଏକ ଦୁଃଖଦ ଘଟଣା ,

       ଓଡିଶା ଜନ ମତ ବ୍ୟୁରୋ,

ମୃତ୍ୟୁ ଏମିତି ବି ଆସେ ଗୋଟିଏଦିନରେ ଗୋଟିଏ ସ୍ଥାନରେ ହୃଦଘାତ ରେ ଚାରି ଜଣଙ୍କ ମୃତ୍ୟୁ,  ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି | ଘଟଣାଟି ଘଟିଛି ଯାଜପୁର ଜିଲ୍ଲାର କାଳିଆପାଣି ଖଣିଅଞ୍ଚଳରେ ହୃଦଘାତ ଜନିତ ମୃତ୍ୟୁ ନେଇ ଚର୍ଚ୍ଚା ହେଉଛି  | ଗୋଟିଏ ଦିନରେ ୪ ଜଣଙ୍କ ମୃତ୍ୟୁ କୁ ସ୍ଥାନୀୟ ବାସିନ୍ଦା ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହି ଅଭାବନୀୟ ଘଟଣାକ୍ରମ ରେ କାଳିଆପାଣି ଅଞ୍ଚଳର ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି | ମୃତକମାନେ ହେଲେ କାଙ୍କଡ଼ପାଳ ପଞ୍ଚାୟତ ଗନ୍ତାୟତ କାଟେଣି ଗାଁର ଯୁବ ରାଜମିସ୍ତ୍ରୀ ତୋଫାନ ପ୍ରଧାନ(୨୩), ଗାଁସୋଳ ପଞ୍ଚାୟତ ମହୁଲଖାଲ ଗାଁର ଛଟେଇ ଶ୍ରମିକ ଖାତାଦାର ଦଶରଥ ମହାନ୍ତ(୫୫),କାଳିଆପାଣି ଇମ୍ଫା ଖଣିର ନିରାପତ୍ତାରକ୍ଷୀ ବିଚିତ୍ରାନନ୍ଦ ସାହୁ(୪୨) ଓ କାଳିଆପାଣି ପଞ୍ଚାୟତ ଚିରିଗୁଣିଆ ମାଝିସାହି ଡମଶାଳ ନାଳକୂଅ ଓଏମ୍‌ସି ପରିତ୍ୟକ୍ତ ହଟିଂର ସ୍ଵେଚ୍ଛାସେବୀ ମାଧବାନନ୍ଦ ବିରୁଆ(୫୦)।ଡାକ୍ତରଖାନାରେ ୨ ଯୁବକଙ୍କୁ ଡକ୍ଟର ମୃତ ଘୋଷଣା କରିଛନ୍ତି |108 ଆମ୍ବୁଲାନ୍ସ ଉପଲବ୍ଧ ନହେବାରୁ ମୁମୂର୍ଷୁ ଅବସ୍ଥାରେ ତୋଫାନଙ୍କୁ ଗତକାଲି ଏକ ଭଡ଼ା ଗାଡ଼ିରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯିବା ବାଟରେ ମଠଛକରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ସୁକିନ୍ଦାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲୋ ଇମ୍ଫାର ଠିକା ନିରାପତ୍ତାରକ୍ଷୀ ବିଚିତ୍ରାନନ୍ଦ ସାହୁ ଗତକାଲି ସକାଳ ସ୍ଵାଭାବିକ ଡ୍ୟୁଟି କରିଥିଲୋ ସଂଧ୍ୟା ରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁତାଙ୍କୁ କମ୍ପାନିର ଖଣି ଡାକ୍ତରଖାନା ଅଣାଯାଇଥିଲା । କମ୍ପାନି ଆମ୍ବୁଲାନ୍ସରେ ଅମ୍ଳଜାନ ବ୍ୟବସ୍ଥାରେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେହି ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।  ଉପରୋକ୍ତ ୨ଟି ଘଟଣାରେ ମୃତକ ଦ୍ବୟଙ୍କ ବଡ଼ଭାଇଙ୍କ ଏତଲା ଆଧାରରେ ଆଜି କାଳିଆପାଣି ଥାନାରେ ୨ଟି ଅପମୃତ୍ୟୁ ମାମଲା ୨୧/୨୫ ଓ ୨୨/୨୫ ରୁଜୁ ହୋଇଛି ଥାନା ଅଧିକାରୀ ଶିବ ଚରଣ ବେହେରାଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ପ୍ରଶାନ୍ତ କୁମାର ପଲେଇ ଏହାର ତଦନ୍ତ କରୁଥିବା ସୂଚନା ମିଳିଛି।
ସ୍ଥାନୀୟ ସରପଞ୍ଚ ଦାବିକରିଛନ୍ତି ଯେ ମାସକମଧ୍ୟରେ ପ୍ରାୟ ୨୫ଜଣ ହୃଦ୍‌ଘାତରେ ମୃତ୍ୟୁ ବରଣ କରିଛନ୍ତି |ଦଶରଥ ମହାନ୍ତ ଗତ ୫ ତାରିଖରେ କଟକ ବଡ଼ମେଡିକାଲରେ ସ୍ଵାସ୍ଥ୍ୟ ପରୀକ୍ଷା କରାଇଥିଲୋ  |ସପ୍ତାହ ମଧ୍ୟରେ ଡାକ୍ତର ତାଙ୍କୁ ଓପନ ହାର୍ଟ ବାଇପାସ୍‌ ସର୍ଜରି ପାଇଁ ପରାମର୍ଶ ଦେଇଥିଲୋ ଡାକ୍ତରଖାନାରୁ ଔଷଧ ଧରି ସୋମବାର ରାତି ସେ ଘରକୁ ଫେରିଥିଲୋ ଘରକୁ ଫେରିବାର ୫ ଘଣ୍ଟା ମଧ୍ଯରେ ନିଜ ଶୋଇବା ଘରେ ଟଳି ପଡ଼ିଥିଲେ |  ଏ ସଂପର୍କରେ ସୁକିନ୍ଦା ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କୁ ପଚାରିବାରେ ଇସିଜି ପରୀକ୍ଷଣରେ ୭୫ ପ୍ରତିଶତରୁ ଅଧୂକ ବ୍ଲକେଜ୍ ଥିବା ମୃତ୍ୟୁକୁ ହୃଦଘାତ ଜନିତ କହିପାରିବା | ମୃତ୍ୟୁ ପୂର୍ବରୁ ଇସିଜି ହୋଇନଥିବାରୁ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଥିଲ |

News Comment

You Might Also Like

BACK TO TOP