Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |

01-Oct-2026

ବଡ଼ ଡେଙ୍ଗନେଲି ନିକଟରେ ଭୁଶୁଡ଼ିଲା କଲଭର୍ଟ

ନିୟମଗିରି ଅଞ୍ଚଳକୁ ଯାତାୟାତ ବନ୍ଦ, ଫସିଲା ଚିପ୍ସ ବୋଝେଇ ହାଇୱା

ଓଡିଶା ଜନମତ ରାୟଗଡା ,୧/୧୦ 

କାମେଶ୍ୱର କରକରିଆ :-----

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅଧୀନ ବଡ଼ ଡେଙ୍ଗନେଲି ଗ୍ରାମ ନିକଟରେ କଲଭର୍ଟ ଭୁଶୁଡ଼ି ପଡ଼ିବାରୁ ନିୟମଗିରି ଅଞ୍ଚଳକୁ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ମୁଖ୍ୟ ରାସ୍ତାରେ ଥିବା ଏହି କଲଭର୍ଟର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଫଳରେ ରାସ୍ତାଟି ଏବେ ବିପଦସଙ୍କୁଳ ହୋଇପଡ଼ିଛି। ଗୁରୁବାର ଏକ ଚିପ୍ସ ବୋଝେଇ ହାଇୱା ଲାଖପଦର ଅଭିମୁଖେ ଯାଉଥିବା ବେଳେ କଲଭର୍ଟ ନିକଟରେ ତାହାର ଆଗ ଚକା ଦବିଯାଇ ଫସି ଯାଇଥିଲା। ଏହାପରେ ରାସ୍ତାରେ ଗାଡ଼ି ଚଳାଚଳ ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।ନିୟମଗିରି ପାହାଡ଼ ଉପତ୍ୟକାର ଡଙ୍ଗରିଆ କନ୍ଧ ଅଧ୍ୟୁଷିତ ଅଞ୍ଚଳକୁ ସଂଯୋଗ କରୁଥିବା ଏହି ରାସ୍ତା ଗୁମା, ଲମ୍ବା, ଡଙ୍ଗାମାଟି, ବଡ଼ ଡେଙ୍ଗନେଲି, ସାରିଝଲା, ପଟାଙ୍ଗୀପଦର ଓ ଲାଖପଦର ଭଳି ଅନେକ ଗ୍ରାମର ଲୋକଙ୍କ ପାଇଁ ପ୍ରମୁଖ ଯୋଗାଯୋଗ ମାଧ୍ୟମ। ଚିକିତ୍ସା ପାଇଁ ଡାକ୍ତରଖାନା ଯିବା, ସ୍କୁଲ-କଲେଜ ଯାତାୟାତ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଆଣିବା ଏବଂ କୃଷିଜାତ ଦ୍ରବ୍ୟ ବଜାରକୁ ନେବା ଲାଗି ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ।କଲଭର୍ଟ ଭାଙ୍ଗିଯିବା ଯୋଗୁଁ ଚାରିଚକିଆ ଯାନ ସମେତ ଆମ୍ବୁଲାନ୍ସ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ବାଇକ୍‌ ଆରୋହୀ ଓ ପଦଯାତ୍ରୀମାନେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ବିଶେଷକରି ରାତି ସମୟରେ ଭଙ୍ଗା କଲଭର୍ଟ ଓ ଗଭୀର ଖାଲ ଦେଖାନଯିବାରୁ ଦୁର୍ଘଟଣା ଆଶଙ୍କା ବଢ଼ିଛି। ଖାଲର ଆକାର ଦିନକୁ ଦିନ ବଢ଼ୁଥିବା ବେଳେ ସେଠାରେ କେବଳ ଲୁଗା ଖଣ୍ଡିଏ ବାନ୍ଧି ସତର୍କ ସୂଚନା ଦିଆଯାଇଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ତୁରନ୍ତ କଲଭର୍ଟ ମରାମତି କରି ଯାତାୟାତ ସ୍ୱାଭାବିକ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ନେଇ ବିଡିଓ ମନୀଷା ଦାସଙ୍କୁ ପଚାରିବାରୁ, ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି ବୋଲି କହିଛନ୍ତି। କାମ ଶେଷ ହେବା କଥା ଥିଲେ ମଧ୍ୟ କେଉଁ କାରଣରୁ ହୋଇନାହିଁ, ତାହାର ତଦାରଖ କରାଯିବ ବୋଲି ସେ କହିଛନ୍ତି।ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତରାୟ କହିଛନ୍ତି, କଲଭର୍ଟ ଉପରେ ନୂତନ ସ୍ଲାବ୍‌ ପକାଇ ମରାମତି କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି।

News Comment

You Might Also Like

BACK TO TOP