Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ପୁନେ ନାଭାଲେ ଲିକ ନିକଟରେଟ୍ରକସିରିଜ ଦୁର୍ଘଟଣାରେ 9ମୃତ, 20ରୁ ଅଧିକ ଆହାତ ||

14-Nov-2025

ପୁନେ ନାଭାଲେ ଲିକ ନିକଟରେ ଟ୍ରକ୍ ଧକ୍କାରେ9ଜଣଙ୍କ ମୃତ୍ୟୁ ଓ 20ରୁ ଉର୍ଦ୍ଧ ଆହାତ |

       ଓଡିଶା ଜନ ମତ ବ୍ୟୁରୋ,

 ବେଳେ ବେଳେ ଡ୍ରାଇଭର ଙ୍କ ବେପରୁଆ ଗାଡି ଚାଳନା ହେଉ କିମ୍ବା ଗାଡିର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଜ ପଥରେ ବହୁ ଦୁର୍ଘଟଣା ଘଟି ଅଧିକାଂଶ ଲୋକ ଆହାତ ଆକର୍ମଣ୍ୟହୋଇ ଥିବାବେଳେ କିଛି ଲୋକ ପ୍ରାଣ ହରାଇ ଥାନ୍ତି | ସେହିପରି ଗୁରୁବାର ସନ୍ଧ୍ୟାରେ, ପୁଣେ ସହର ଉପକଣ୍ଠରେ ଥିବା ନାଭାଲେ ଲିକ୍ ନିକଟରେ, ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁଉର୍ଦ୍ଧ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଥ‌ିବା ହସ୍ପିଟାଲ ସୂତ୍ରରୁ ଜଣାପଡିଛି। ଫଳରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି | ନାଭାଲେ ବ୍ରିଜ ଉପର ଦେଈ ଯାଉଥିବା ଏକମାଲ ବୋଝେଇ ଟ୍ରକ ର  ହଠାତ୍ ବ୍ରେକ ଫେଲ୍ ହୋଇଗଲା, ଅନ୍ୟପକ୍ଷେ ଗାଡିର ଗତି ମଧ୍ୟ ବେଶ ଅଧିକ ରହିଥିଲା | ଫଳରେ ଗାଡିଉପରୁ ଡ୍ରାଇଭର ଜଣଙ୍କ ନିୟନ୍ତ୍ରଣ ହରାଇ ଥିଲେ |ଦ୍ରୁତଗତିରେ ଯାଉଥିବା ଟ୍ରକ ଟି ପ୍ରଥମେ ଏକ କେଣ୍ଟେନରକୁ ଧକ୍କା ଦେଇଥିଲା | ଏହାପରେ ଟ୍ରକ୍‌ଟି ଗୋଟିଏ ପରେ ଗୋଟିଏ ଜୋରଦାର ଧକ୍କା ଦେଇଥିଲା । ଫଳରେ ୨୦ରୁ ୨୫ଟି ଗାଡ଼ି ପରସ୍ପର ସହ ଧକ୍କା ଏପରିକି ଟ୍ରକ୍ ଏବଂ କଣ୍ଟେନର ମଧ୍ୟରେ ଫସି ରହିଥ‌ିବା ଏକ କାରରେ ନିଆଁ ଲାଗିଯାଇଥୁଲା | ସେହି କାରରେ ୫ଜଣ ଯାତ୍ରୀ ରହିଥିଲାବେଳେ ସେମାନେ ପ୍ରାଣ ହରାଇଛନ୍ତି । ପୁଲିସ୍ ର ତଦନ୍ତ ଅନୁଯାୟୀ, ଭୋରଗାଓଁ ନିକଟ ଦେଇ ଯାଇଥିବା ପୁଣେ-ନାସିକ ରାଜପଥ (ଏନ୍‌ଏଚ୍-୪୮)ରେ ଏହି ଦୁର୍ଘଟଣା ଘଟିଛି। ଧକ୍କା ଏତେ ଭୟଙ୍କର ଥିଲା ଯେ କାରଟି କଣ୍ଟେନର ମଧ୍ୟରେ ଧକ୍କା ହୋଇଗଲା ଏବଂ ନିଆଁ ଲାଗିବାର କିଛି ସେକେଣ୍ଡ ମଧ୍ୟରେ ନିଆଁରେ ପୋଡ଼ିଗଲା। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପରେ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପଠାଯାଇଛି। ଅନ୍ୟପକ୍ଷେ ମୃତକମାନଙ୍କୁ ଚିହ୍ନଟ କରାଯାଉଛି। ଦୁର୍ଘଟଣା ପରେ ରାଜପଥରେ ପ୍ରାୟ ଗୋଟିଏ ଘଣ୍ଟା ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ କ୍ଷତିପୂରଣ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ଜାତୀୟ ରାଜପଥ ପ୍ରାଧୀକରଣ (ଏନ୍‌ଏଚ୍ଏଆଇ) ପକ୍ଷରୁ ଏହି ଘଟଣାରେ ହେଲ୍ପଲାଇନ୍ ନଂ (୧୦୩୩) ଜାରି କରାଯାଇଛି। ତେବେ ଟିକିଏ ଅସୁବିଧା ଯୋଗୁଁ କେତେଜଣ ଙ୍କ ଜୀବନ ଚାଲିଯିବା ସହ କିଛିଲୋକ ଆହାତ ହୋଇଗଲେ | ତେଣୁ ଗାଡି ଚଳେଇବା ପୂର୍ବରୁ ସବୁ         ଯନ୍ତ୍ର, ପାତି କୁ ଚେକ କରି ଗାଡି ଚଲେଇଲେ  ଯଦିବି କିଛି ଦୁର୍ଘଟଣା ହୁଏ  ତାକୁ  କିଛିମାତ୍ରାରେ ପ୍ରତିହତ କରିହେବ ବୋଲି ଅଭିଜ୍ଞ ଡ୍ରାଇଭର ମାନେ ମତଦେଇଛନ୍ତି |

News Comment

You Might Also Like

BACK TO TOP