Breaking News

ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||     

ବିଶ୍ଵଶାନ୍ତି ମହା ଯଂଜ୍ଞ ପାଇଁ ଶୁଭସ୍ତମ୍ଭ ସ୍ଥାପନ

09-Mar-2026

ବିଶ୍ଵଶାନ୍ତି ମହାଯଜ୍ଞ ର କୀର୍ତ୍ତି ସ୍ତମ୍ଭ (ଶୁଭ ସ୍ତମ୍ଭ) ସ୍ଥାପନ।

 ଓଡିଶା  ଜନ ମତ, କୋଦଳା, ସୂର୍ଯ୍ୟ ନାରାୟଣ ବଡୁ:---

ଅଦ୍ୟ ଚୈତ୍ର କୃଷ୍ଣ ଷଷ୍ଠୀ ସୋମବାର ଇଂରାଜୀ ୦୯.୦୩.୨୦୨୬ ଦିବା ୧୦ ଘଟିକା ସମୟରେ କୋଦଳା ବିଜେ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପ୍ରାଙ୍ଗଣରେ ନବ ନିର୍ମିତ ଶ୍ରୀ ମହାଲକ୍ଷ୍ମୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା, ଶ୍ରୀ ଗୋପୀନାଥ ଦେବ ଙ୍କ ଜୀର୍ଣୋଦ୍ଧାର ପ୍ରସାଦ ପ୍ରତିଷ୍ଠା  ତଥା ସପ୍ତ ଦିବସ ବ୍ୟାପୀ ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ କୀର୍ତ୍ତି ସ୍ତମ୍ଭ (ଶୁଭ ସ୍ତମ୍ଭ) ସ୍ଥାପନ କରାଗଲା। ଏହି କାର୍ଯ୍ୟକ୍ରମ ଦିବା ୧୦ ଘଟିକା ରୁ ଆରମ୍ଭ ହୋଇ, ମାନ୍ୟଗଣ୍ୟ ବୈଦିକ ପଣ୍ଡିତ ମାନଙ୍କ ତତ୍ବାବଧାନରେ ବରୁଣ ପୂଜା, ସ୍ବସ୍ତିବାଚନ, ଭୂମିପୂଜନ, ଶାଲାର୍ଘ୍ୟ, କୀର୍ତ୍ତି ସ୍ତମ୍ଭ ପୂଜନ, ଆଳତୀ, ପୁଷ୍ପାଞ୍ଜଳୀ ପୂର୍ବକ କୀର୍ତ୍ତି ସ୍ତମ୍ଭ କୁ ଆଡ଼ମ୍ବର ସହକାରେ ଗ୍ରାମ ପରିକ୍ରମା କରାଯାଇ ଦିନ ୩ ଘଟିକା ସମୟରେ ସ୍ଥାପନ କରାଗଲା । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବ୍ରାହ୍ମଣ, କୋଦଳା ଗ୍ରାମବାସୀ, ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତ ମଣ୍ଡଳୀ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀ ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଓ ଯଜ୍ଞ ପରିଚାଳନା କମିଟି ସଦସ୍ୟ ତଥା ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଉପସ୍ଥିତି ପରିସରକୁ ଅନୁରଣିତ କରିଥିଲା।

ସୂଚନା ଯୋଗ୍ୟ ଯେ ଚଳିତବର୍ଷ ଅପ୍ରେଲ ମାସ ୬ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଏକାଦଶ ଦିବସ ବ୍ୟାପୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରେ ବିଜେ ଭଗବତୀ ଶ୍ରୀ ମହାଲକ୍ଷ୍ମୀଙ୍କ ଭବ୍ୟ ମନ୍ଦିର ଓ ନୂତନ ବିଗ୍ରହଙ୍କ ପ୍ରତିଷ୍ଠା ଏବଂ  ବିଶ୍ଵଶାନ୍ତି ମହାଯଜ୍ଞ ବୈଦିକ ପଣ୍ଡିତ ମାନଙ୍କ ତତ୍ବାବଧାନରେ ସମ୍ପୁର୍ଣ୍ଣ ବୈଦିକ ରୀତିନୀତିରେ  ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରତ୍ୟହ ଘୃତ ଯଜ୍ଞ,  ଜ୍ଞାନ ଯଜ୍ଞ,  ନାମ ଯଜ୍ଞ, ଅନ୍ନ ଯଜ୍ଞ , ଦୀପ ଯଜ୍ଞ ଆଦି ଅନୁଷ୍ଠିତ ହେବ। ପ୍ରତ୍ୟହ ସନ୍ଧ୍ୟା  ୭ ଘଟିକା ସମୟରେ ଯଜ୍ଞ ଅନ୍ନପ୍ରସାଦ ସେବନ। ଅପ୍ରେଲ ୬ ତାରିଖରୁ ମନ୍ଦିର ପ୍ରତିଷ୍ଠା ଆରମ୍ଭ ହୋଇ, ଅପ୍ରେଲ ୯ ତାରିଖରେ ଦେବୀଙ୍କ ନଗର ପରିକ୍ରମା ଓ ସିଂହାସନ ଆରୋହଣ ସହିତ ଅପ୍ରେଲ ୧୦ ତାରିଖ ଠାରୁ ଅପ୍ରେଲ ୧୬ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ। ଅପ୍ରେଲ ୧୬ ତାରିଖ ସଂଧ୍ୟା ଘ ୭.୩୦ମି ରେ ଶୁଭ ଲଗ୍ନରେ ଯଜ୍ଞ ପୂର୍ଣ୍ଣାହୁତି ନିମନ୍ତେ ସ୍ଥିରୀକୃତ ହେଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭକ୍ତମାନଙ୍କ ବହୁଳ ଯୋଗଦାନ ନିମନ୍ତେ କୋଦଳା ଗ୍ରାମବାସୀ ଓ ଯଜ୍ଞ ପରିଚାଳନା କମିଟି ଅନୁରୋଧ କରିଛନ୍ତି।

News Comment

You Might Also Like

BACK TO TOP