Breaking News

ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||     

ଡକ୍ଟର ସ୍ଥିତଥୀ ରଥ ଙ୍କ କ୍ୟାନ ଭାସ ରେ ଗଞ୍ଜାମ କଳା ସଂସ୍କୃତି ର ପ୍ରତି ଫଳନ |

10-Mar-2026

ଡକ୍ଟର ସ୍ଥିତଧୀ ରଥଙ୍କ କ୍ୟାନଭାସରେ ଗଞ୍ଜାମ କଳା ସଂସ୍କୃତିର ପ୍ରତିଫଳନ ।

 ଓଡିଶା ଜନ ମତ,ବୁଗୁଡ଼ା : ୧୦/୩,

ଡ. କୁମୁଦ ଚନ୍ଦ୍ର ବେହେରା :--

 ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଭଞ୍ଜ ବଂଶୀୟ ଶେଷଦୁର୍ଗ, ସୌରଗଡ଼ "ବୁଗୁଡ଼ା" ଠାରେ ଜନ୍ମ ଗ୍ରହଣ କରିଥିବା ଡ଼କ୍ଟର ସ୍ଥିତଧୀ ରଥ ଶ୍ରୀ ବିରଞ୍ଚି ନାରାୟଣଙ୍କ ଆଶୀର୍ବାଦ କିରଣରେ ଦିପ୍ତିମୟ ହୋଇ ନିଜର ପ୍ରଚଣ୍ଡ ପ୍ରତିଭା ବଳରେ ସାରା ବିଶ୍ୱରେ ନିଜ ଚିତ୍ରର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଦୀର୍ଘ ତିନି ଦଶକ ଧରି ଗଞ୍ଜାମ ଜିଲ୍ଲାର କଳା ଏବଂ ସଂସ୍କୃତି ଉପରେ କାର୍ଯ୍ୟ କରି ଆସୁଥିବା ଡକ୍ଟର ରଥ, ପ୍ରାୟ ପାଞ୍ଚ ହଜାରରୁ ଅଧିକ କଳାକୃତି ନିର୍ମାଣ କରିଛନ୍ତି ଯେଉଁଥିରେ ବୁଡି ଆସୁଥିବା ଲୋକନୃତ୍ୟ ସମୁହ ପ୍ରତିବିମ୍ବିତ ହୋଇଛି । ମା ଶ୍ରୀମତୀ ସତ୍ୟଭାମା ଦେବୀଙ୍କ ଝୋଟି ଚିତ୍ତା, ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିରର କାରୁକାର୍ଯ୍ୟ ଏବଂ ପିତା ଶ୍ରୀ କମ୍ଭୁପାଣି ରଥଙ୍କ ପ୍ରତ୍ୟକ୍ଷ ପ୍ରେରଣା ହିଁ ତାଙ୍କୁ ଅନ୍ତର୍ଜାତୀୟ ଚିତ୍ରକର ହିସାବରେ ପରିଚିତ କରାଇଥିଲା । ରୁଷିଆର ପେଂଜା ସହରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ କଳାକାର ସମ୍ମିଳନୀରେ ଡକ୍ଟର ରଥ ଭାରତର  ପ୍ରତିନିଧିତ୍ୱ କରି ଓଡିଶାର କଳା ସଂସ୍କୃତି ଉପରେ 17 ଗୋଟି କଳାକୃତି ନିର୍ମାଣ କରିଥିଲେ । ଲଣ୍ଡନ ଏବଂ ବିର୍ମିଂହମ ସହରରେ ନିଜ କଳାକୃତିର ଯାଦୁଗରୀ ଦେଖାଇ ଇଂଲଣ୍ଡରୁ ଅଜସ୍ର ପ୍ରଶଂସା ସାଉଁଟି ଥିଲେ । ଲିଥୁଆନିଆ, ଆର୍ମେନିଆ, ଋଷିଆ, ଇଂଲଣ୍ଡ, ଆମେରିକା, ତୁର୍କୀ ଭଳି ତିରିଶି ଗୋଟି ଦେଶରେ ଡକ୍ଟର ରଥଙ୍କ ଚିତ୍ର ପ୍ରଦର୍ଶିତ ହୋଇ ସାରିଛି । ଅନେକ ପୁରସ୍କାର ଏବଂ ସମ୍ମାନର ଅଧିକାରୀ ହୋଇଥିବା ଡକ୍ଟର ରଥ ବିଗତ ବର୍ଷ ଲଳିତ କଳା ଏକାଡେମୀର ବିକଶିତ ଭାରତ ପୁରସ୍କାର ଏବଂ ଓଡିଶା ସିଟିଜନ ଆୱାର୍ଡ ପାଇଛନ୍ତି । ଚିତ୍ରକୁ ପେଶା ହିସାବରେ ଗ୍ରହଣ କରିଥିବା ଡ଼କ୍ଟର ରଥ କ୍ଷୁଦ୍ର ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣକୁ ନିଜର ନିଶା ଭାବରେ ଗ୍ରହଣ କରିଛନ୍ତି । ତାଙ୍କ ଦ୍ୱାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ଅନେକ ଅନ୍ତର୍ଜାତୀୟ ପୁରସ୍କାର ପାଇଛି । ସେ ହେଉଛନ୍ତି ଦୃଶ୍ୟ କଳାରେ ଡକ୍ଟରେଟ କରିଥିବା ଗଞ୍ଜାମ ଜିଲ୍ଲାର ପ୍ରଥମ ବ୍ୟକ୍ତି । ଅଖିଳ ଭାରତୀୟ ସ୍ତରରେ କଳାକାରଙ୍କ ହିତରେ କାର୍ଯ୍ୟ କରି ଆସୁଥିବା ସଂସ୍କାର ଭାରତୀ ସଂସ୍ଥାନର ସେ ଉତ୍କଳ ପୂର୍ବପ୍ରାନ୍ତର ଦୃଶ୍ୟ କଳା ସଂଯୋଜକ ଭାବରେ କାର୍ଯ୍ୟ କରି ଆସୁଛନ୍ତି ।

News Comment

You Might Also Like

BACK TO TOP