ପୁରୁଷୋତ୍ତମପୁର ବ୍ଲକରେ ଥିବା ଇଣ୍ଡିଆନ ଗ୍ୟାସ ସଂସ୍ଥା ରେ ଅସମାଜିକ ଉପଭୋକ୍ତା ଙ୍କ ଦୌରାତ୍ମ୍ୟ |
18-Mar-2026
ପୁରୁଷୋତ୍ତମପୁର ବ୍ଲକରେ ମା ଶଙ୍କଟ ତାରିଣୀ ଏସ ହେଚ ଜି ଗ୍ୟାସଗ୍ରୁପ କୁ ସୁରକ୍ଷା ପ୍ରଦାନ ପାଇଁ କିଛି ଗ୍ରାହକ ଙ୍କ ଦାବି |
ଓଡିଶା ଜନ ମତ ବ୍ୟୁରୋ
ବର୍ତ୍ତମାନ ଇରାନ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ଲାଗିଥିବା ଯୁଦ୍ଧ ଯୋଗୁଁ ପୃଥିବୀ ର ବିଭିନ୍ନ ଦେଶରେ ପ୍ରାକୃତିକ ଗ୍ୟାସ ଓ ତୈଳ ସଙ୍କଟ ଦେଖା ଦେଇଛି। ଯାହାକି ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡିଛି। ବିଶେଷ କରି ଏଲପିଜି ଗ୍ୟାସ ର ଅଭାବ ଯୋଗୁ ସିଧା ରୋଷେଇ ଘରେ ମାଡ ହୋଇଛି। ଗାଁ ଠାରୁ ସହର ସବୁଠି ଗୋଟିଏ ହାଣ୍ଡି ଗ୍ୟାସ ପାଇବାକୁ ଚିନ୍ତା ଘାରିଛି। ସେମଧ୍ୟରେ ଓଡିଶାସରକାର ଆଗର ଗ୍ୟାସ ପାଇବା ନିୟମ ରେ କିଛି ପରିବର୍ତ୍ତନ କରିଛନ୍ତି | ଆଗରୁ ଲୋକଙ୍କୁ ମାସକୁ ଦୁଇଟି ଗ୍ୟାସ ବୁକିଙ୍ଗକରୁଥିଲା ବେଳେ ଉଜ୍ୱଳା ଉପଭୋକ୍ତା ଙ୍କ ପାଇଁ 22 ଦିନରେ ମିଳୁଥିଲା ଗ୍ୟାସ | କିନ୍ତୁ ଏବେ ଏହାକୁ ସରକାର ପରିବର୍ତ୍ତନ କରି ଗ୍ରାମାଞ୍ଚଳ ପାଇଁ 45 ଦିନ ଓ ବିଜ୍ଞାପିତ, ମୁନିସିପାଲିଟି ପାଇଁ ବୁକିଙ୍ଗ ର 25 ଦିନରେ ଗ୍ୟାସ ମିଳିବାକୁ କହିଥିଲା ବେଳେଏହି ନିୟମ କୁ ପୁରୁଷୋତ୍ତମପୁର ବ୍ଲକରେ ଓର ମାସ ଦ୍ଵାରା ଦିଆଯାଇଥିବା ଶକ୍ତି ଗ୍ରାମୀଣ ପ୍ରୋଜେକ୍ଟ ମା ଶଙ୍କଟ ତାରିଣୀ ସ୍ୱୟଂ ସହାୟିକା ଗ୍ରୁପକୁ ବିତରଣ ଦାଇତ୍ୱ ଦିଆ ଯାଇଛି | ବୁକିଙ୍ଗ ନିୟମ କିନ୍ତୁମାନୁ ନାହାନ୍ତି କିଛି ଉପୋଭୋକ୍ତା | ବୁକିଙ୍ଗ କରିବାର ପାଞ୍ଚ ସାତ ଦିନ ପରେ ଏହି ଗ୍ୟାସ ଡିପୋ କୁ ଆସି ଆମର ଗ୍ୟାସ କାହିଁକି ଆସିନି କହିଲା ପରେ ଦାଇତ୍ୱରେ ଥିବା ମହିଳା ସଭାପତି ତୁମର ଆହୁରି ଅଠର ଦିନ ବାକିଅଛି ପରେ ଆସିବ | ଏହାଶୁଣି କିଛି ମଦ୍ୟପ ଉପୋଭୋକ୍ତା ମାନେ ଉତକ୍ଷିପ୍ତ ହୋଈ ବିଭିନ୍ନ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ମାରିଦେବାର ଧମକ ମଧ୍ୟ ଦେଉଛନ୍ତି | କିଛି ଉପୋଭୋକ୍ତା ମାନେ କହିବାର କଥା ଯେଉଁ ମଦ୍ୟପ ବ୍ୟକ୍ତି ଓ ତାଙ୍କୁ ସହଯୋଗ କରୁଥିବା କିଛି ବ୍ୟକ୍ତି ଙ୍କ ଏପରି କାଣ୍ଡ କାରଖାନାକୁ ସେମାନେ ନିନ୍ଦା କରିବା ସହ ସେମାନଙ୍କ ଉପରେ ବ୍ଳକ ପ୍ରଶାସନ ପୋଲିସ ପ୍ରଶାସନ ସିଡିପିଓ ଦୃଷ୍ଟି ଦେବାସହ ଓରମାସ ସଂସ୍ଥା ର ମୁଖ୍ୟ ଏହି ମହିଳା ଗ୍ରୁପ ଙ୍କୁ ସୁରକ୍ଷା ପାଇଁ କିଛି ପୋଲିସ କିମ୍ବା ବ୍ଳକ ଷ୍ଟାଫ ଙ୍କୁ ସେଠାରେ ନିୟୋଜିତ କରିବାକୁ କିଛି ଉପୋଭୋକ୍ତା ଅନୁରୋଧ କରିଛନ୍ତି | ଅସମାଜିକବ୍ୟକ୍ତି ଙ୍କ କହିବା କଥା କି ଏହିଗୃପ ଗ୍ୟାସ କଳା ବଜାରୀ କରି ବିକି ଦେଉଛନ୍ତି | ଏହା ଉପରେ ଗ୍ରୁପରସଭାପତି ଙ୍କ କହିବା କଥା ତାଙ୍କ ଅଫିସ କୁ ଲାଗି ଯୋଗାଣ ବିଭାଗ ଅଧିକାରୀ ଙ୍କ ଅଫିସ ଅଛି, ତାକୁ ଲାଗି ଏତିରିକ୍ତ ବିଡ଼ିଓ, ବିଡ଼ିଓ ଙ୍କ ଅଫିସ ସହିତ ସମନ୍ୱିତ ଶିଶୁ ବିକାଶ ବିଭାଗ ର ଅଫିସ ରହିଛି | ଯଦି ସେମାନଙ୍କ ସନ୍ଦେହ ହେଉଛିଗ୍ୟାସ କଳା ବଜାରୀ ହେଉଛି ବୋଲି ତେବେ ସେମାନେ ଏହି ଅଧିକାରୀ ଙ୍କ ପାଖରେ ଅଭିଯୋଗ କରି ଏହି ସଂସ୍ଥା ବିରୁଦ୍ଧରେଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ |ସେମାନଙ୍କ କହିବା କଥା ଏହିକି ଯେ ଦୁଃଖ ଏବଂ ପରିତାପର ବିଷୟ ଏହିକି ସଂସ୍ଥା ଦ୍ଵାରା ଲୋକଙ୍କ ବୁକିଙ୍ଗ 400 ରୁ 450 ହେଉଥିଲା ବେଳେ ଇଣ୍ଡିଆନ ଛତ୍ରପୁର ଡିପୋ ରୁ ଦିନକୁ 50ରୁ 60 ଗୋଟି ଗ୍ୟାସ ସିଲିଣ୍ଡର ଆସୁ ଥିବାରୁ ଲୋକମାନଙ୍କୁ କିପରି ବିତରଣ କରାଯିବ ବୋଲି ସେ ଅତି କ୍ଷଭୋ ର ସହିତ କହିଛନ୍ତି | ତେଣୁ ଏହାଉପରେ ଗଞ୍ଜାମ ଜିଲ୍ଲପାଳ, ପିଡି, ବ୍ଳକ ଅଧିକାରୀ ଗୁରୁତ୍ୱ ଦେଈ ସଂସ୍ଥା ଖୋଲିବା ସମୟ ଠାରୁ ବନ୍ଦ ପର୍ଯ୍ୟନ୍ତ ଏକ ପୋଲିସ ମୁତୟନ କଲେ ଅସମାଜିକ ବ୍ୟକ୍ତି ଙ୍କ ଆକ୍ରୋଶରୁ ସେମାନେ ରକ୍ଷା ପାଇ ପାରିବେବୋଲି କହିଛନ୍ତି |