Breaking
News
Breaking
News
06-Apr-2026
ବୋମା ବିସ୍ଫୋରଣ ରେ ଦୁଇ ନାବାଳକ ଗୁରୁତର।
ଓଡିଶା ଜନ ମତ,କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର:--
କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ନିଜ ଘର ବାରିପଟେ ଖେଳୁଥିବା ବେଳେ ତଳେ ପଡିଥିବା ବୋମାକୁ ବୋଲ୍ ଭାବି ଧରିଥିବା ବେଳେ ହାତରେ ହିଁ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ଜଣେ ସାମାନ୍ୟ ଆହତ ହୋଇ କୋଦଳା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଉଜଣେ ନାବାଳକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି।ଘର ବାରିପଟେ ବୋମା କିଏ ରଖିଥିଲା ଓ କାହିଁକି ରଖିଥିଲା। ତାହା ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଭଳି ପରିସ୍ଥିତିରେ ଗାଁ ରେ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇଛି।
BACK TO TOP