Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||

06-Aug-2026

କଲ୍ୟାଣସିଂହପୁରରେ ଗାଁ ମୁହାଁ ୨ ଜଙ୍ଗଲୀ ହାତୀ: କପା, ଚଣା ଓ ଧାନ ଫସଲ ନଷ୍ଟ, ଆତଙ୍କରେ ଗ୍ରାମବାସୀ
ଓଡିଶା ଜନମତ ରାୟଗଡା , ୬/୮,

କାମେଶ୍ୱର କରକରିଆ :------

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ କେଶବ ନାୟକଗୁଡ଼ା (ନୂଆସାହି) ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପ୍ରବେଶ କରି ବ୍ୟାପକ ଫସଲ ନଷ୍ଟ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବୁଧବାର ବିଳମ୍ବିତ ରାତିରେ ହାତୀ ଦୁଇଟି ଗାଁ ନିକଟକୁ ଚାଲିଆସି କପା, ଚଣା ଓ ନୂଆ ରୋପଣ କରାଯାଇଥିବା ଧାନ ଚାଷକୁ ମାଡ଼ି ବ୍ୟାପକ କ୍ଷତି କରିଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ନିୟମଗିରିର କୃଷମୁଇଁ ଗାଁ ନିକଟରେ ଏକ ହାତୀପଲ ବିଚରଣ କରୁଥିଲେ। ସେହି ପଲରୁ ୨ଟି ହାତୀ ଅଲଗା ହୋଇ କେଶବ ନାୟକଗୁଡ଼ା ନୂଆସାହି ଓ ଘାଗୁଡ଼ିମାଳର ଲହରାସାହି ଆଡ଼କୁ ଚାଲିଆସିଥିଲେ। ହଠାତ୍ ଗାଁ ନିକଟରେ ହାତୀଙ୍କୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ ଏବଂ ରାତିସାରା ସତର୍କ ଅବସ୍ଥାରେ ରହିଥିଲେ।
କେଶବ ନାୟକଗୁଡ଼ା ନୂଆସାହିରେ ଚାଷୀମାନଙ୍କ କପା ଓ ଚଣା ଚାଷକୁ ହାତୀ ଦଳି ନଷ୍ଟ କରିଥିବାବେଳେ, ଘାଗୁଡ଼ିମାଳର ଲହରାସାହିରେ ନୂଆ ରୋପଣ କରାଯାଇଥିବା ଧାନ ଚାଷ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଫଳରେ କ୍ଷତିଗ୍ରସ୍ତ ଚାଷୀମାନେ ସରକାରଙ୍କ ନିକଟରୁ ଶୀଘ୍ର କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି।
ଘଟଣାର ଖବର ପାଇ ଗୁରୁବାର ସକାଳେ ବନ ବିଭାଗର ଫରେଷ୍ଟର ଭଗବାନ ସାରାକା ଓ ତାଙ୍କ ସହକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ। କ୍ଷତିଗ୍ରସ୍ତ ଚାଷୀମାନେ ଆବଶ୍ୟକ ନଥିପତ୍ର ଦାଖଲ କଲେ ସରକାରୀ ନିୟମାନୁସାରେ କ୍ଷତିପୂରଣ ପାଇଁ ପ୍ରସ୍ତାବ ପଠାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏପଟେ ଘାଗୁଡ଼ିମାଳ ସମେତ ଆଖପାଖ ଗାଁଗୁଡ଼ିକରେ ହାତୀ ଆତଙ୍କ ଜାରି ରହିଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସତର୍କ ରହିବା, ରାତିରେ ଏକାକୀ ବାହାରକୁ ନଯିବା ଏବଂ ହାତୀଙ୍କ ବିଚରଣ ସମ୍ପର୍କରେ କୌଣସି ସୂଚନା ମିଳିଲେ ତୁରନ୍ତ ବନ ବିଭାଗକୁ ଅବଗତ କରିବାକୁ ପରାମର୍ଶ ଦିଆଯାଇଛି।

News Comment

You Might Also Like

BACK TO TOP