Breaking News

ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||     

ଲଗାଣ ବର୍ଷାରେ ଭାଙ୍ଗିଗଲା ଘର ଅଳ୍ପ କେ ବର୍ତ୍ତିଲେ ଦୁଇ ପରିବାର ||

23-Aug-2026

ଦୁଇ ଦିନର ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ, ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର

ପୋଲିଗାଁରେ ୧୨ ବର୍ଷୀୟା ଝିଅ ଆହତ, ହାତୀମୁଣ୍ଡାରେ ମଧ୍ୟ କ୍ଷୟକ୍ଷତି

ଓଡିଶା ଜନମତ ରାୟଗଡା,୨୩/୦୮ 

କାମେଶ୍ୱର କରକରିଆ :--------

 ଲଗାଣ ବର୍ଷା ଯୋଗୁଁ କଲ୍ୟାଣସିଂହପୁର ବ୍ଲକର ଦୁଇଟି ଗାଁରେ ଘର କାନ୍ଥ ଭୁଶୁଡ଼ି ପଡ଼ିଛି। ସୁନାଖଣ୍ଡି ପଞ୍ଚାୟତର ପୋଲିଗାଁ ଓ ଧାମୁଣିପଙ୍ଗା ପଞ୍ଚାୟତର ହାତୀମୁଣ୍ଡା ଗାଁରେ ଏହି ଘଟଣା ଘଟିଥିବା ବେଳେ ଅଳ୍ପକେ ଦୁଇ ପରିବାରର ସଦସ୍ୟମାନେ ବଡ଼ ବିପଦରୁ ରକ୍ଷା ପାଇଛନ୍ତି। ତେବେ ପୋଲିଗାଁ ଘଟଣାରେ ଜଣେ ୧୨ ବର୍ଷୀୟା ଝିଅ ଆହତ ହୋଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଗତ ଦୁଇ ଦିନ ଧରି ବ୍ଲକ ଅଞ୍ଚଳରେ ଲଗାତାର ବର୍ଷା ହେବା ଫଳରେ ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପୋଲିଗାଁର ଦୟାନନ୍ଦ ସୁନାଙ୍କ ଘର କାନ୍ଥ ବର୍ଷା ପାଣିରେ ଭିଜି ଦଦରା ହୋଇପଡ଼ିଥିଲା। ଗତକାଲି ରାତିରେ ପରିବାରର ସମସ୍ତେ ଘରେ ଶୋଇଥିବା ସମୟରେ ହଠାତ୍ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। ଏଥିରେ ଦୟାନନ୍ଦଙ୍କ ୧୨ ବର୍ଷୀୟା ଝିଅ କଲ୍ୟାଣୀ ସୁନାଙ୍କ ଗୋଡ଼ରେ ଆଘାତ ଲାଗିଛି। ତେବେ ଘରେ ଥିବା ଅନ୍ୟ ସାତ ଜଣ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଥିବାରୁ ଏକ ବଡ଼ ଅଘଟଣ ଏଡ଼ିଯାଇଛି।
ସେହିପରି ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ହାତୀମୁଣ୍ଡା ଗାଁର ୱାର୍ଡ ମେମ୍ବର କୃପା କରକରିଆଙ୍କ ଘର କାନ୍ଥ ମଧ୍ୟ ଲଗାଣ ବର୍ଷାରେ ଭାଙ୍ଗିଯାଇଛି। ସୌଭାଗ୍ୟବଶତଃ କାନ୍ଥ ଭୁଶୁଡ଼ିବା ସମୟରେ ପରିବାର ଲୋକେ ଅଳ୍ପକେ ବିପଦରୁ ରକ୍ଷା ପାଇଛନ୍ତି। ଉଭୟ ଘଟଣାରେ ଘର ଭିତରେ ବର୍ଷା ପାଣି ପଶିଯିବାରୁ ଦୈନନ୍ଦିନ ବ୍ୟବହାରର ଅନେକ ସାମଗ୍ରୀ ଭିଜି ନଷ୍ଟ ହୋଇଯାଇଛି। ଏକପଟେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଅନ୍ୟପଟେ ଘରର କାନ୍ଥ ଭାଙ୍ଗିଯିବା ଉଭୟ ପରିବାର ପାଇଁ ଦୁର୍ଦ୍ଦିନ ସୃଷ୍ଟି କରିଛି। ବର୍ତ୍ତମାନ ଭଙ୍ଗା ଓ ଅସୁରକ୍ଷିତ ଘରେ ମୁଣ୍ଡ ଗୁଞ୍ଜି ରହିଥିବାରୁ ପୁଣି ବର୍ଷା ହେଲେ କେଉଁଭଳି ପରିସ୍ଥିତି ସୃଷ୍ଟି ହେବ, ସେନେଇ ପରିବାର ଲୋକେ ଚିନ୍ତାରେ ଅଛନ୍ତି।
ଘଟଣାର ତୁରନ୍ତ ତଦନ୍ତ କରି ପ୍ରକୃତ କ୍ଷୟକ୍ଷତିର ଆକଳନ କରାଯିବା ସହ ଉଭୟ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଏଥିସହ ଅସୁରକ୍ଷିତ ଘରେ ରହୁଥିବା ପରିବାରଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ମଧ୍ୟ ଦାବି ହୋଇଛି। ଏ ସମ୍ପର୍କରେ ରାଜସ୍ୱ ନିରୀକ୍ଷକ ଗୌରୀଶଙ୍କର କଣ୍ଡାଗୋରୀ ଓ ପୂଜାରୀ ଗୁଡା ରାଜସ୍ବ ନିରୀକ୍ଷକ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରାଯିବ। ତଦନ୍ତ ପରେ ସରକାରୀ ନିୟମ ଅନୁଯାୟୀ ଯାହା ସହାୟତା ଯୋଗ୍ୟ ହେବ ତାହା ପ୍ରଦାନ କରାଯିବ।

News Comment

You Might Also Like

BACK TO TOP