Breaking
News
Breaking
News
28-Aug-2026
ମନ୍ଦିରର ସମ୍ୱନ୍ୱିତ ଉନ୍ନତିକରଣ ସକାଶେ ବିଧାୟକଙ୍କ ପ୍ରସ୍ତୁତି ବୈଠକ l
ଓଡିଶା ଜନ ମତ, କୋଦଳା : 28/08/26,
ନରେନ୍ଦ୍ର ନାଥ ଗୌଡ଼ :----
ଓଡିଶାର ବିଭିନ୍ନ ପ୍ରସିଦ୍ଧ ମନ୍ଦିର ଗୁଡିକର ସୌନ୍ଦର୍ଯ୍ୟକରଣ ଏବଂ ଉନ୍ନତିକରଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରସୋରରେ ଚାଲିଛି l ଏହି କ୍ରମରେ କୋଦଳା ଏନଏସି ସ୍ଥିତ ଦଣ୍ଡିଶ୍ୱର ମନ୍ଦିର, ମଠସରସିଙ୍ଗି ପଞ୍ଚାୟତର ଶାଳବଣ ସ୍ଥିତ ସିଦ୍ଧେଶ୍ବର ମନ୍ଦିର ଏବଂ ସାଙ୍କୁଡ଼ା ସ୍ଥିତ ଧବଳେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତି କରଣ ପାଇଁ ଯୋଜନା ଆରମ୍ଭ ହୋଇଛି l ଆଜି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଉକ୍ତ ମନ୍ଦିର ଗୁଡିକୁ ଭ୍ରମଣ କରି ପୂଜାର୍ଚ୍ଚନା କରିବା ସହ ସ୍ଥାପତ୍ୟକର ଟିମ ସହିତ ଭେଟି ବିସ୍ତୃତ ପ୍ରକଳ୍ପ ପ୍ରତିବେଦନ (ଡ଼ିପିଆର) ପ୍ରସ୍ତୁତି ସମ୍ପର୍କରେ ଏକ ବିସ୍ତୃତ ଆଲୋଚନାରେ ଭାଗ ନେଇଥିଲେ l ଆଲୋଚନାରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ,ମନ୍ଦିର କମିଟି ସଦସ୍ୟ, ସ୍ଥାନୀୟ ସରପଞ୍ଚ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ l ଏହି ଅବସରରେ ବିଧାୟକ ଶ୍ରୀ ନାୟକ ଆବଶ୍ୟକୀୟ ପରାମର୍ଶ ଦେବାସହ ମନ୍ଦିର ଗୁଡିକର ସୁସଂଗଠିତ ଏବଂ ସାମଗ୍ରିକ ବିକାଶ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ l
BACK TO TOP