Breaking
News
Breaking
News
03-Sep-2026
କଞ୍ଚଣା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ l
ଓଡିଶା ଜନମତ, ବେଗୁନିଆପଡା: 03/09/26 :
ଭଞ୍ଜ କିଶୋର ମହାରଣା
-ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କାଞ୍ଚଣା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଥିବା ଜୋନ୍-03 ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। 14 ଓ 17 ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଶେଷ ହେବା ପରେ ଏକ ଭବ୍ୟ ଉଦ୍ଯାପନୀ ତଥା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୁଧିଷ୍ଠିର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଓ ନିମନ୍ତ୍ରିତ ଅତିଥିମାନେ ଯୋଗଦେଇ କୃତୀ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ମଞ୍ଚରେ ଖଲ୍ଲିକୋଟ ବ୍ଲକ କ୍ରୀଡ଼ା ସଂଯୋଜକ ପୀତବାସ ମହାପାତ୍ର, କଞ୍ଚଣା କ୍ଲଷ୍ଟର ସିଆରସିସି ପବିତ୍ର ବେହେରା ଉପସ୍ଥିତ ଥିଲେ। ସ୍ୱଳ୍ପ ସମୟ ପାଇଁ ଖଲ୍ଲିକୋଟ ବିଇଓ ସତ୍ୟ ନାରାୟଣ ଦାଶ ଉପସ୍ଥିତ ରହି କାର୍ଯ୍ୟକ୍ରମ ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ।ଅତିଥିମାନେ କ୍ରୀଡ଼ାବିତ୍ମାନଙ୍କୁ ଉଦ୍ବୋଧନ ଦେଇ ଖେଳୁଆଡ଼ ମନୋଭାବ, ଶୃଙ୍ଖଳା ଓ ନିରନ୍ତର ପରିଶ୍ରମ ଦ୍ୱାରା ରାଜ୍ୟ ତଥା ଜାତୀୟ ସ୍ତରରେ ସଫଳତା ହାସଲ କରିବାକୁ ପ୍ରେରଣା ଦେଇଥିଲେ। ବିଭିନ୍ନ ବିଦ୍ୟାଳୟରୁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ବିଜେତାଙ୍କୁ ସମ୍ମାନିତ କରାଯାଇଥିଲା। ସମସ୍ତ ବିଜେତା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଯୋଗଦେବା ପାଇଁ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ସଦସ୍ୟ ଏବଂ ସ୍ଥାନୀୟ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା l
BACK TO TOP