Breaking News

କଞ୍ଚଣା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଆଞ୍ଚଳିକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଶେଷ |    (03-Sep-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ସ୍କୁଲ ରେ ଶିକ୍ଷକ ସହିତ ଷ୍ଟାପ ମରୁଡି |   (03-Sep-2026)       ||      ଆମ୍ବେଦ କର ଯୁବ ମଞ୍ଚର ନୂତନ କମିଟି କଲ୍ୟାଣ ସିଂହ ପୁର ରେ ଗଠିତ |    (03-Sep-2026)       ||      ଚାକିରୀ କରେଇ ଦେବା ବାହାନାରେ ଲୋକଙ୍କୁ ଠକୁଥିବା ଯୁବକ ଗିରଫ |   (03-Sep-2026)       ||      ଅଯୋଧ୍ୟା ରାମ ମନ୍ଦିର ପରିଚାଳନା ରେ ବିରାଟ ପରିବର୍ତ୍ତନ, ଜଣେ ଅବସର ବାୟୁସେନା ମାର୍ଶଲ ହେଲେ ପ୍ରଥମ ସି ଇ ଓ |    (03-Sep-2026)       ||      ପାରଳାଖେମୁଣ୍ଡି ଜିଲ୍ଲା ପ୍ରଶାସନ ସହଯୋଗ ରେ ଚାଲାଣ ହେଉଥିବା ଏକ ଶିଶୁ କୁ ରେଳ ଷ୍ଟେସନ ଠାରୁ ଉଦ୍ଧାର |    (03-Sep-2026)       ||      ଅମାନିଆ ଯୁବ ଗାଡିଚାଳକ ଗାଡ଼ିରେ ଯାଉଥିଲା ବେଳେ ମୋବାଇଲ ରେ କଥା ହେଲେ ଲାଇସେନ୍ସ ରଦ୍ଦ ହେବ ||   (03-Sep-2026)       ||      ଖଲ୍ଲିକୋଟସରକାରୀ ଚାରୁ ଓକାରୁ କଳା ମହାବିଦ୍ୟାଳୟ ରେ "ନବ ପଲ୍ଲବ ` କାର୍ଯ୍ୟକ୍ରମ |   (02-Sep-2026)       ||      ପ୍ରେସ କମ୍ପୁଟର ଏକାଡେମୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (02-Sep-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଦର୍ଶନ ଶାସ୍ତ୍ର ବିଭାଗର ନବାଗତ ଛାତ୍ର, ଛାତ୍ରୀଙ୍କୁ ସ୍ୱାଗତ |    (02-Sep-2026)       ||      ଛାତ୍ର ମାଡ଼ ଘଟଣାର ଅନୁଧ୍ୟାନ କଲେ ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷା ବବିତା ପାତ୍ର ||   (02-Sep-2026)       ||      କାର ଧକ୍କାରେ ଜଣେ ବୃଦ୍ଧ ବ୍ୟକ୍ତଙ୍କ ମୃତ୍ୟୁ ||   (02-Sep-2026)       ||      ଶେରଗଡ଼ ଥାନା ରାମଗିରି ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା |   (02-Sep-2026)       ||      ନୂଆଦିଲ୍ଲୀ ରେ ମହାମହିମ ରାଷ୍ଟପତି ଙ୍କୁ ଭେଟିଲେ ଗଞ୍ଜାମ ର 5ଟି ପ୍ରମୁଖ ସାଂସ୍କୃତିକ ଦଳର 90 କଳାକାର |   (02-Sep-2026)       ||      ହିଞ୍ଜିଳି କାଟୁ ପୌର ପରିଷଦ ର କୃଷକ ବଜାର ବହୁ ଅବ୍ୟବସ୍ଥା ମଧ୍ୟରେ ରହିଛି ||   (02-Sep-2026)       ||      ଏଡ଼ସ ରୋଗର ନିରାକାରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (02-Sep-2026)       ||      ଚୋରା ମଦ ବ୍ୟବସାୟ କୁ ପ୍ରୋତ୍ସାହନ ଦେଉଛନ୍ତି ଅବକାରୀ ଓ ପୋଲିସ ବିଭାଗ ବୋଲି ରଘୁନାଥ ପୁର ବ୍ଲକରେ ଲୋକଙ୍କ ଚର୍ଚ୍ଚା ||   (02-Sep-2026)       ||      ପୋଲସରା ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ରେ ସ୍କାଉଟ ଗାଇଡ଼ ର ତାଲିମ ଶିବିର ଅନୁଷ୍ଠିତ ||   (02-Sep-2026)       ||      ପୋଲସରା ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ରେ ସ୍କାଉଟ ଗାଇଡ଼ ର ତାଲିମ ଶିବିର ଅନୁଷ୍ଠିତ ||   (02-Sep-2026)       ||      କଞ୍ଚାଣା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଆଞ୍ଚଳିକ ସ୍ତରୀୟ ସମୂହ କ୍ରୀଡା ପ୍ରତି ଯୋଗିତା |    (02-Sep-2026)       ||     

କୋଦଳା ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ସ୍କୁଲ ରେ ଶିକ୍ଷକ ସହିତ ଷ୍ଟାପ ମରୁଡି |

03-Sep-2026

ଅବ୍ୟବସ୍ଥା ଘେରରେ କୋଦଳା ସ୍ଥିତ ଲଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ l 
5 ଅଧ୍ୟାପକ ପଦ ସହିତ 18 ପଦବୀ ଖାଲି l 
ବିନା ଅଧ୍ୟାପକରେ ପିଲା ପଢୁଛନ୍ତି ବାଣିଜ୍ୟ ପାଠ l 
କୋଠରୀ ନାହିଁ କି ଲାଇବ୍ରେରୀ ରୁମ ନାହିଁ l 
ବିପଦ ସଂକୁଳ କୋଠରୀରେ ଲାବୋରାଟୋରି l

ଓଡିଶା ଜନମତ, କୋଦଳା : 03.09.2027

ନରେନ୍ଦ୍ର ନାଥ ଗୌଡ଼ l

କୋଦଳା : 02/09/26 :ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅଞ୍ଚଳରେ ଥିବା ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବେ ଘୋର ଅବ୍ୟବସ୍ଥାରେ ଚାଲିଛି। ନା ଅଛନ୍ତି ଅଧ୍ୟାପକ ନା ଅଛନ୍ତି କର୍ମଚାରୀ। କମ ସଂଖ୍ୟକ ଶ୍ରେଣୀ କୋଠରୀରେ ପିଲା ପଢୁଛନ୍ତି ପାଠ। ବିଦ୍ୟାଳୟଟି 1984 ମସିହାରେ ସ୍ଥାପିତ ଏହି ଅନୁଷ୍ଠାନ 42 ବର୍ଷ ଅତିକ୍ରମ କରିବାକୁ ଯାଉଥିବା ବେଳେ ପିଲା ବର୍ତ୍ତମାନ ଏଠାରେ ପଢିବା ପାଇଁ ଭିତ୍ତିଭୂମି ନାହିଁ ଯାହାକି ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। ଏହି ଅନୁଷ୍ଠାନରେ କଳା ବିଜ୍ଞାନ ଓ ବାଣିଜ୍ୟ ଥିବାବେଳେ ବର୍ତ୍ତମାନ କଳାରେ 256 ଜଣ ବିଜ୍ଞାନରେ 80 ଜଣ ଓ ବାଣିଜ୍ୟରେ 40 ଜଣ ଅଧ୍ୟୟନରତ। ମୋଟ 376 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 85 ପ୍ରତିଶତ ଛାତ୍ରୀ  ପଢୁଛନ୍ତି। କଳାରେ ବର୍ତ୍ତମାନ ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପକ ପଦ ଖାଲି ପଡ଼ିଥିବା ବେଳେ ବିଜ୍ଞାନରେ ଗଣିତ ଓ ରସାୟନ ବିଜ୍ଞାନ ଅଧ୍ୟାପକ ପଦବୀ ଖାଲି ପଡିଛି। ବାଣିଜ୍ୟରେ ଦୁଇଟି ଯାକ ପଦବୀ ଖାଲି ପଡିଛି। ମୋଟ ଉପରେ 5 ଟି ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ବେଳେ ବାଣିଜ୍ୟ ପାଠ ବିନା ଅଧ୍ୟାପକରେ ପିଲା କିପରି ପଢୁଛନ୍ତି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଅପର ପକ୍ଷରେ ଏହି ଅନୁଷ୍ଠାନରେ କ୍ରୀଡା ଶିକ୍ଷକ ଗୋଟିଏ ପଦବୀ ସହ 2 ଟି କିରାଣୀ ପଦବୀ, 3 ଟି ପିଅନ, ଜଣେ ରାତ୍ର ଜଗୁଆଳି, 3 ଟି ଡେମୋନଷ୍ତ୍ରାଟର, ଗୋଟିଏ ଲେଖାଏଁ ଲାବୋରା୍ଟୋରୀ ଆସିଷ୍ଟାଣ୍ଟ,ଲାଇବ୍ରାରୀ ଆଟେଣ୍ଡାଣ୍ଟ, ଗୋଟିଏ ମହିଳା ଆଟେଣ୍ଡାଣ୍ଟ ପଦବୀଙ୍କୁ ମିଶାଇ 18 ପଦବୀ ଖାଲି ପଡିଛି। ଖାଲି ସେତିକି ନୁହେଁ 3 ଟି ବିଭାଗ ପାଇଁ 6 ଟି ଶ୍ରେଣୀ କୋଠରୀ ବଦଳରେ ଅଛି ମାତ୍ର 4 ଟି କୋଠରୀ। ଏହା ସହିତ ଲାଇବ୍ରେରୀ ରୁମ ମଧ୍ୟ ନାହିଁ। ବିଜ୍ଞାନ ପରୀକ୍ଷାଗାର ବିପଦ ସଂକୁଳ ଅବସ୍ଥାରେ ଥିବା ବେଳେ ଶିକ୍ଷକ ନିଜେ ସେହି କୋଠରୀକୁ ଯାଇ ବିଜ୍ଞାନ ଉପକରଣ ଆଣି ପିଲାଙ୍କୁ ଶ୍ରେଣୀ ଗୃହରେ ପରୀକ୍ଷା କରାଉଛନ୍ତି। ଅନ୍ୟ ପକ୍ଷରେ ଛାତ୍ରଙ୍କ  ପାଇଁ ଶୌଚାଳୟ ନଥିବା ବେଳେ ଛାତ୍ରୀ ମାନଙ୍କ ପାଇଁ ଯେଉଁ ଦୁଇଟି ପରିସ୍ରାଗାର ଅଛି ତାହା ପ୍ରଯ୍ୟାପ୍ତ ନାହିଁ ଏପରିକି ତାହାର ଅବସ୍ଥା ମଧ୍ୟ ଖରାପ ହୋଇଗଲାଣି। ପିଲାଙ୍କ ପିଇବା ପାଣି ପ୍ରଯ୍ୟାପ୍ତ ହୋଇପାରୁନି ଯାହାଫଳରେ ଅସୁବିଧା ସୃଷ୍ଟି ହେଉଛି। ଏପରିକି ଏହି ବିଦ୍ୟାଳୟର ସ୍ୱତନ୍ତ୍ର ପାଚେରୀ ମଧ୍ୟ ନାହିଁ। ଗତ 30/08/2025 ରେ ତତ୍କାଳୀନ ଅଧକ୍ଷଙ୍କ ତରଫରୁ ଉଚ୍ଚ ଶିକ୍ଷାବିଭାଗ ଯୁଗ୍ମ ନିର୍ଦେଶକଙ୍କ ନିକଟକୁ କୋଠରୀ ନିର୍ମାଣ ଓ ଲାଇବ୍ରେରୀ, ଲାବୋରେଟରୀ ନିର୍ମାଣ ପାଇଁ ଦୁଇଟି ଅନୁରୋଧ ପତ୍ର ପଠାଯାଇଥିବା ବେଳେ ଏଯାବତ କୌଣସି ସମାଧାନ ହୋଇପାରି ନାହିଁ। ବେଗୁନିଆପଡା ବ୍ଲକରେ ବେଗୁନିଆପଡା ଓ କୋଦଳାରେ ଦୁଇଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥିବା ବେଳେ କୋଦଳା ଠାରେ କଳା ସହିତ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ରହିଛି l କିନ୍ତୁ ବେଗୁନିଆପଡା ଠାରେ ଥିବା ଜନତା ବିଜ୍ଞାନ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କେବଳ କଳା ବିଭାଗ ରହିଛି ଓ ବିଜ୍ଞାନ ବିଭାଗ ବହୁତ ଦିନ ଆଗରୁ ଉଠି ଯାଇଛି ଯାହା ଫଳରେ ପିଲାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ସେପଟେ ପିଲାଙ୍କ ପାଇଁ ମାଗଣା ଶିକ୍ଷା ସରକାର ଘୋଷଣା କରିବା ପରେ କଲେଜ ଗୁଡିକ କିପରି ପରିଚାଳିତ ହେବ ତାହାର ଏସଓପି (standard operative processor) ନବାହାରିବା ଯାଏଁ କଲେଜ ପରିଚାଳନା କିପରି ହେବ ସେ ଦିଗରେ ଚିନ୍ତା ପ୍ରକାଶ ପାଇଛି। କୋଦଳା ଉପରେ ସାରା ବ୍ଲକର ପିଲା ବିଜ୍ଞାନ ଓ ବାଣିଜ୍ୟ ପାଇଁ ନିର୍ଭର କରୁଥିବା ବେଳେ ଉପଯୁକ୍ତ ଭିତ୍ତିଭୂମି ନଥିବା ଯୋଗୁଁ ପିଲା ଖଲ୍ଲିକୋଟ ଓ ଅନ୍ୟାନ୍ୟ ଘରୋଇ ବିଦ୍ୟାଳୟକୁ ଖର୍ଚ୍ଚାନ୍ତ ହୋଇ ଯିବାକୁ ବାଧ୍ୟ ହେଉଛନ୍ତି। ଏହାର ସମାଧାନ କେବେ ହେବ ତାକୁ ନେଇ ସମସ୍ତେ ସନ୍ଦିହାନ ଅଛନ୍ତି।

News Comment

You Might Also Like

BACK TO TOP