Breaking
News
Breaking
News
11-Sep-2026
ବାଲେଶ୍ବରରୁ ଉଦ୍ଧାର ହୋଇଥିବା ୫ ବିରଳ ପ୍ରାଣୀଙ୍କ ବାବଦରେ ଅଜଣା କଥା, ମଣିଷ DNA ସହ 97% ମିଶିଯାଏ ଓରାଙ୍ଗ ଉଟାନ DNA,,
ଓଡିଶା ଜନ ମତବ୍ୟୁରୋ,
ଓରାଙ୍ଗଉଟାନକୁ ନେଇ ଆସନ୍ତୁ ଜାଣିବା ବିଶେଷ କଥା। ସେମାନେ କେଉଁଠି ରୁହନ୍ତି, କ`ଣ ଖାଆନ୍ତି ଏବଂ ତାଙ୍କ ସ୍ଵଭାବ କେମିତି? କାହିଁକି ଏତେ ସେମାନେ ବିଶେଷ ଅଟନ୍ତି ? ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନଙ୍କୁ ଉଦ୍ଧାର କରାଯାଇଛି। ଉଦୟପୁର ବନବିଭାଗର ଏକ ଟିମ୍ ବଡ଼ପାହି ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏହି ଓରାଙ୍ଗଉଟାନଗୁଡ଼ିକୁ ଦେଖିଥିଲେ। ଘଟଣା ଜଣାପଡ଼ିବା ପରେ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସେମାନଙ୍କୁ ଉଦ୍ଧାର କରାଯାଇଛି।
ଓଡ଼ିଶାକୁ କେଉଁଠୁ ଆସିଲେ: ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ୫ଟି ଓରାଙ୍ଗଉଟାନ ଓଡ଼ିଶାର ରଣକୋଠା ଜଙ୍ଗଲକୁ କେଉଁଠୁ ଏବଂ କିପରି ଆସିଲେ? ବାସ୍ତବରେ ଓରାଙ୍ଗଉଟାନ ଦକ୍ଷିଣ-ପୂର୍ବ ଏସିଆର ବୋର୍ନିଓ ଓ ସୁମାତ୍ରା ଅଞ୍ଚଳରେ ପ୍ରାକୃତିକ ଭାବେ ଦେଖାଯାଆନ୍ତି। ତେଣୁ ବାଲେଶ୍ୱର ଜଙ୍ଗଲରେ ଏକାଥରକେ ୫ଟି ଓରାଙ୍ଗଉଟାନ ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେମାନେ କୌଣସି ଚିଡ଼ିଆଖାନା, ବ୍ୟକ୍ତିଗତ ଅବୈଧ ରଖଣାବେକ୍ଷଣ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଏଠାକୁ ଆସିଛନ୍ତି କି ନାହିଁ, ସେନେଇ ତଦନ୍ତ ଆରମ୍ଭ ହୋଇଛି |
ଓରାଙ୍ଗଉଟାନ କାହିଁକି ଏତେ ବିଶେଷ: ଓରାଙ୍ଗଉଟାନ ମଣିଷଙ୍କର ଅତ୍ୟନ୍ତ ନିକଟ ସମ୍ପର୍କୀୟ ପ୍ରାଇମେଟ୍ମାନଙ୍କ ମଧ୍ୟରୁ ଅନ୍ୟତମ। ସେମାନଙ୍କର ଉଚ୍ଚ ବୁଦ୍ଧିମତ୍ତା, ଶିଖିବାର କ୍ଷମତା ଓ ଜଟିଳ ସାମାଜିକ ବ୍ୟବହାର ବୈଜ୍ଞାନିକମାନଙ୍କୁ ଦୀର୍ଘଦିନ ଧରି ଆକର୍ଷିତ କରିଆସିଛି।
ଓରାଙ୍ଗଉଟାନ କାହିଁକି ଏତେ ବିଶେଷ: ଓରାଙ୍ଗଉଟାନ ମଣିଷଙ୍କର ଅତ୍ୟନ୍ତ ନିକଟ ସମ୍ପର୍କୀୟ ପ୍ରାଇମେଟ୍ମାନଙ୍କ ମଧ୍ୟରୁ ଅନ୍ୟତମ। ସେମାନଙ୍କର ଉଚ୍ଚ ବୁଦ୍ଧିମତ୍ତା, ଶିଖିବାର କ୍ଷମତା ଓ ଜଟିଳ ସାମାଜିକ ବ୍ୟବହାର ବୈଜ୍ଞାନିକମାନଙ୍କୁ ଦୀର୍ଘଦିନ ଧରି ଆକର୍ଷିତ କରିଆସିଛି।
ବର୍ତ୍ତମାନ ବିଶ୍ୱରେ ଓରାଙ୍ଗଉଟାନର ୩ଟି ପ୍ରଜାତି ଜଣାଶୁଣା । ବୋର୍ନିଆନ୍ ଓରାଙ୍ଗଉଟାନ, ସୁମାତ୍ରାନ୍ ଓରାଙ୍ଗଉଟାନ ଏବଂ ତାପାନୁଲି ଓରାଙ୍ଗଉଟାନ। ଏହି ସମସ୍ତ ପ୍ରଜାତି ବିଲୁପ୍ତିର ଅତ୍ୟଧିକ ବିପଦରେ ଥିବା ପ୍ରାଣୀମାନଙ୍କ ମଧ୍ୟରେ ରହିଛନ୍ତି।
ଓରାଙ୍ଗଉଟାନଙ୍କ ପାଇଁ ସବୁଠାରୁ ବଡ଼ ବିପଦ ହେଉଛି ଜଙ୍ଗଲ ଓ ପ୍ରାକୃତିକ ଆବାସ ନଷ୍ଟ ହେବା। ବିଶେଷକରି ପାମ୍ ଅଏଲ୍ ପାଇଁ ବ୍ୟାପକ ଭାବେ ଜଙ୍ଗଲ ଅଞ୍ଚଳରେ ଚାଷ କରାଯିବା ଯୋଗୁଁ ଓରାଙ୍ଗଉଟାନଙ୍କ ପ୍ରାକୃତିକ ଆବାସ କ୍ରମେ ସଙ୍କୁଚିତ ହୋଇଛି। ଏହା ବ୍ୟତୀତ ଶିକାର, ବନ୍ୟଜନ୍ତୁ ଚୋରାଚାଲାଣ ଏବଂ ଅବୈଧ ପୋଷା ପ୍ରାଣୀ ବ୍ୟବସାୟ ମଧ୍ୟ ସେମାନଙ୍କ ପାଇଁ ବଡ଼ ବିପଦ।
ଗଛ ଉପରେ ଅଧିକ ସମୟ କାଟନ୍ତି: ଓରାଙ୍ଗଉଟାନ ଅଧିକାଂଶ ସମୟ ଗଛ ଉପରେ କାଟନ୍ତି। ସେମାନଙ୍କର ଲମ୍ବା ବାହୁ ଗଛର ଡାଳ ଧରି ଚଳାଚଳ କରିବାରେ ବେଶ୍ ସହାୟକ ହୁଏ। ସାଧାରଣତଃ ସେମାନେ ଫଳ ଖାଇବାକୁ ପସନ୍ଦ କରନ୍ତି। ଏହା ସହ ପତ୍ର, ଫୁଲ, ଗଛର ଛାଲ, କୀଟପତଙ୍ଗ ଏବଂ କେତେକ ସମୟରେ ଛୋଟ ମେରୁଦଣ୍ଡୀ ପ୍ରାଣୀ ମଧ୍ୟ ଖାଇଥାନ୍ତି।
ସେମାନଙ୍କର ଆଉ ଏକ ବିଶେଷତା ହେଉଛି ଉପକରଣ ବ୍ୟବହାର କରିବାର କ୍ଷମତା। ଖାଦ୍ୟ ଖୋଜିବା କିମ୍ବା ଅନ୍ୟ କାମରେ ସେମାନେ ଡାଳ, ପତ୍ର ଭଳି ପ୍ରାକୃତିକ ଜିନିଷକୁ ଉପକରଣ ଭାବେ ବ୍ୟବହାର କରୁଥିବା ଦେଖାଯାଇଛି।
ବିଜ୍ଞାନ ଏବଂ ଗବେଷଣା ଅନୁଯାୟୀ, ମଣିଷର ପୂର୍ବପୁରୁଷ ମାଙ୍କଡ ଥିଲେ ଏବଂ ସମୟ କ୍ରମେ ପରିବର୍ତ୍ତନ ସହ ଖାପ୍ ଖୁଆଇ ମଣିଷ ଏକ ସଭ୍ୟ ସମାଜ ଗଢ଼ି ତୋଳିଲା। କିନ୍ତୁ ଯେଉଁମାନେ ପରିବର୍ତ୍ତନ ସହ ନିଜକୁ ବଦଳାଇ ପାରିଲେ ନାହିଁ, ସେମାନେ ଜଙ୍ଗଲରେ ରହିଗଲେ।
ଓରାଙ୍ଗଉଟାନମାନେ ମୂଳତଃ ବୋର୍ନିଓ ଦ୍ୱୀପର ନିମ୍ନ ଅଞ୍ଚଳର ଜଙ୍ଗଲରେ ବାସ କରନ୍ତି। ବୈଜ୍ଞାନିକଙ୍କ ମତରେ, ପ୍ରାୟ ୧ କୋଟି ୨୦ ଲକ୍ଷ ବର୍ଷ ପୂର୍ବେ ମଣିଷ ଏବଂ ଏହି ଜୀବମାନଙ୍କର ପୂର୍ବପୁରୁଷ ଏକା ଥିଲେ। କିନ୍ତୁ ସମୟ ସ୍ରୋତରେ ମଣିଷ ଦୁଇ ପାଦରେ ଚାଲିବା ଏବଂ ମସ୍ତିଷ୍କର ବିକାଶ କରିବା ଆରମ୍ଭ କଲା ବେଳେ, ଓରାଙ୍ଗଉଟାନମାନେ ଗଛରେ ରହିବାକୁ ବାଛି ନେଲେ।
ଆଶ୍ଚର୍ଯ୍ୟର କଥା ହେଉଛି, ମଣିଷ ସହିତ ଏମାନଙ୍କର ପ୍ରାୟ ୯୭ ପ୍ରତିଶତ ଡିଏନ୍ଏ ମେଳଖାଏ। ବୁଦ୍ଧି ଏବଂ କାର୍ଯ୍ୟଶୈଳୀ ଏହି ପ୍ରାଣୀଗୁଡ଼ିକ ସାଧାରଣତଃ ଶାନ୍ତ ସ୍ୱଭାବର ହୋଇଥାନ୍ତି, କିନ୍ତୁ କାହାର ବ୍ୟବହାର ପସନ୍ଦ ନ ଆସିଲେ ଏମାନେ ଆକ୍ରମଣାତ୍ମକ ମଧ୍ୟ ହୋଇପାରନ୍ତି। ଏମାନେ ମଣିଷଠାରୁ ଅଧିକ ଶକ୍ତିଶାଳୀ ହେବା ସହିତ ଅତି ଚତୁର ମଧ୍ୟ ହୋଇଥାନ୍ତି। ଏମାନେ ପତ୍ରରୁ ଛତା ଏବଂ ଡାଳରୁ ମାଛ ଧରିବାର କୌଶଳ ଜାଣିଥାନ୍ତି।
ଫଳ ତୋଳିବା ପାଇଁ ଏମାନେ ହତିଆର ବ୍ୟବହାର କରନ୍ତି। ମଣିଷକୁ ସାବୁନରେ ହାତ ଧୋଉଥିବାର ଦେଖି, ଏମାନେ ମଧ୍ୟ ନଦୀର ପଥରକୁ ସାବୁନ ଭାବେ ବ୍ୟବହାର କରି ହାତ ଘସିବାର ଦେଖାଯାଏ।ଏମାନେ ଠିକ୍ ମଣିଷ ଭଳି ଯୋଜନା କରିବା, ପୁରୁଣା କଥା ମନେ ରଖିବା ଏବଂ ନିଜ ପିଲାମାନଙ୍କୁ ବିଭିନ୍ନ କୌଶଳ ଶିଖାଇବାରେ ପାରଙ୍ଗମ ଅଟନ୍ତି।
BACK TO TOP