Breaking News

କେଶପୁର ସ୍ନାତକ ମହାବିଦ୍ୟାଳୟ ଠାରେ ଏକ ଦିବସୀୟ ପାଠ ଚକ୍ର ଅନୁଷ୍ଠିତ |    (30-Apr-2026)       ||      ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଅବସର କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |   (30-Apr-2026)       ||      ଖଲ୍ଲିକୋଟ ର ବିଭିନ୍ନ ସ୍ଥାନରେ 4ଗୋଟି ପ୍କକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣିଚନ୍ଦ୍ର ସେଠୀ ||   (30-Apr-2026)       ||      ଖଲ୍ଲିକୋଟ ଡି ଆଇ ଇ ଟି ରେ ନିମନ୍ତେ ଉତ୍କର୍ଷ କେନ୍ଦ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଓ ଜିଲ୍ଲପାଳ |    (30-Apr-2026)       ||      ଖଲ୍ଲିକୋଟ କୋର୍ଟ ପରିଷର ରେ ଆଇନ ଜୀବି ଙ୍କୁ ଆକ୍ରମଣ |    (30-Apr-2026)       ||      କୋଦଳା ସ୍ନାତକ ମହା ବିଦ୍ୟାଳୟ ରେ ଶିକ୍ଷା ବିଭାଗୀୟ ପାଠଚକ୍ର ଓବିଦାୟ କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ଆକାଶ ଜେନା ହତ୍ୟା ଘଟଣା ରେ ଆଉ ପାଞ୍ଚ ଜଣ ଗିରଫ ସହ ବାଇକ ଓଖଣ୍ଡା ଜବତ କଲା ପୋଲିସ |    (29-Apr-2026)       ||      କନ୍ଧମାଳ ଜିଲ୍ଳାରେ ସାମ୍ୱାଦିକ ସୁରକ୍ଷା ଓ ସହାୟତା ଦାବିରେ ତାତିଲେ ସାମ୍ବାଦିକମାନେ |    (29-Apr-2026)       ||      ପର୍ଯ୍ୟଟନ ସଚିବ ବଳବନ୍ତ ସିଂ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଦର୍ଶନ କଲେ |    (29-Apr-2026)       ||      ବାଲିଘାଇ ଆକାଶ ଜେନା ମୃତ୍ୟୁ ଘଟଣା ରେ ଆଉଜଣେ ଗିରଫ |   (28-Apr-2026)       ||      ମାଲତେନ୍ତୁଳିଆ ଗ୍ରାମର ରାଜଦୀପ ହତ୍ୟା ଘଟଣାରେ ଆଉଜଣେ ଗିରଫ |   (28-Apr-2026)       ||      ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ |   (28-Apr-2026)       ||      ବିଦ୍ୟୁତ ଆଘାତ ରେ ମୃତ ପରିବାର କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ |    (28-Apr-2026)       ||      ବ୍ରାହ୍ମଣୀ ଗାଁ ବନାଞ୍ଚଳ ରେ ହାତୀପଲ, ବନ ବିଭାଗ ପକ୍ଷରୁ ଏଥିପାଇଁ ସଚେତନତା ଜାରି |   (28-Apr-2026)       ||      ଖାଜିପଲି ଗ୍ରାମରେ ସମସ୍ତଙ୍କ ସହଯୋଗ ରେ ସ୍ୱଚ୍ଛ ସେବାକାର୍ଯ୍ୟ ଆରମ୍ଭ    (28-Apr-2026)       ||      ପୋଲସରା ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ସ୍ୱାଭିମାନ ଦିବସ ପାଳିତ |   (28-Apr-2026)       ||      ବାଲିଗୁଡା ରେ ନେଟୱାର୍କ ଅସୁବିଧା ଯୋଗୁଁ, ଇଣ୍ଟେର ନେଟ ସେବା ବ୍ୟାହତ କାରଣରୁ ଲୋକେ ହନ୍ତସନ୍ତ |    (28-Apr-2026)       ||      କୋଦଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ |    (27-Apr-2026)       ||      ପୋଲସରା ବାଲିଘାଇ ରେ ବଡ଼ ଭାଇର ବାହାଘର ପ୍ରୋସେସନ ରେ ସାନଭାଇକି କିଛି ବଚଷା କୁନେଇ ସଙ୍ଘବଦ୍ଧ ଆକ୍ରମଣ ରେ ମୃତ୍ୟୁ ପରେ ରାସ୍ତା ରୋକ |    (26-Apr-2026)       ||     

ଏମ .ଭି. ଏନ ହାଇସ୍କୁଲ ମନ୍ଦାର ରେ ମଣ୍ଡଳ ସ୍ତରୀୟ ସାମୁହିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ |

19-Sep-2025

ଏମ୍.ଭି.ଏନ୍. ହାଇସ୍କୁଲ ମନ୍ଦାରରେ ମଣ୍ଡଳ ସ୍ତରୀୟ ସାମୁହିକ କ୍ରୀଡା ପ୍ରତିଯୋଗିତା।

ଓଡ଼ିଶା ଜନମତ, ପୋଲସରା,ସନ୍ତୋଷ କୁମାର ପଣ୍ଡା
ପୋଲସରା ତା.୧୯/୦୯/୨୦୨୫:- ପୋଲସରା ବ୍ଲକ୍ ମନ୍ଦାର ଗ୍ରାମ ପଞ୍ଚାୟତ ସ୍ଥିତ ମା" ଭରାଣ୍ଡି ନୋଡାଲ ହାଇସ୍କୁଲରେ ପୋଲସରା ମଣ୍ଡଳସ୍ତରୀୟ ସାମୁହିକ କ୍ରୀଡା ପ୍ରତିଯୋଗିତା ଗୋପବନ୍ଧୁ ହାଇସ୍କୁଲ କ୍ରୀଡା ଶିକ୍ଷକ ତଥା ବ୍ଲକ୍ କ୍ରୀଡା ସମ୍ପାଦକ ଭାବେ ଦାୟିତ୍ଵ ତୁଲାଇଥିବା ଜ୍ଞାନ ରଂଜନ ଜାଲିଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ଲକ୍ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ପୋଲସରା ଏନ୍ଏସି ଏବଂ ୨୬ ଗୋଟି ପଞ୍ଚାୟତ ସ୍ଥିତ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରୁ ମୋଟ୍ ୨୫୦ ଜଣ ପ୍ରତିଯୋଗୀ ଛାତ୍ରଛାତ୍ରୀ ଅ°ଶ ଗ୍ରହଣ କରିଥିଲେ। ଏଥିରେ ୧୪ ବର୍ଷରୁ କମ୍ ଏଵଂ ୧୭ ବର୍ଷରୁ କମ୍ ବର୍ଗର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ଉଦଘାଟନୀ ସଭାରେ ମୁଖ୍ୟ ଅତିଥିଭାବେ ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଅଣୁକ୍ଷୁଦ୍ର,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ କ୍ରୀଡା ସ°ଗଠନ ସଭାପତି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ହର୍ଷବାବୁ ଖାଡଙ୍ଗା ଓ ଉପସଭାପତି ଭାବେ ଆୟୋଜନ ସ୍ଥଳ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିରାମ ବେହେରା ଏଵଂ ଉକ୍ତ ମା" ଭରାଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ରାଉତ, ପଞ୍ଚାୟତ ସରପଞ୍ଚ ସୁନୀତା ଜେନା,ସମାଜସେବୀ ରଘୁନାଥ ପଣ୍ଡା ଓ କାର୍ତ୍ତିକ ଜେନା ଏବଂ ସମିତି ସଭ୍ୟା ପ୍ରତିନିଧି ସପନ ନାୟକ, ଉକ୍ତ ବିଦ୍ୟାଳୟର ଏସଏମ୍ ସି ସଭାପତି ଧରଣୀଧର ନାୟକ, ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପୋଲସରାର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଷଡ଼ଙ୍ଗୀ,ଗୋପୀନାଥ ଉଚ୍ଚ ବିଦ୍ୟାଳୟ ବର୍ତ୍ତିନୀର ପ୍ରଧାନ ଶିକ୍ଷକ ରଂଜନ କୁମାର ସାହୁ, ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାଶଙ୍କର ଦାସ,ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ସାନ ବରଗାଁର ପ୍ରଧାନ ଶିକ୍ଷକ ଡକ୍ଟର ସାହୁ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେ. ନେଳିଆବନ୍ଧ, ଖଣ୍ଡୁରୁର ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ସାହୁ ଏଵଂ କନକଦୂର୍ଗା ବିଦ୍ୟାପୀଠ ମଧୁସୂଦନପୂର ବେଲଗାଁର ଭାରପ୍ରାପ୍ତ 
ପ୍ରଧାନ ଶିକ୍ଷୟତ୍ରୀ ଗୀତା ବିଷୋୟୀ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ସମ୍ମାନୀତ ଅତିଥିଭାବେ ଯୋଗଦେଇ ସହଯୋଗ କରିଥିଲେ। ଏହି ଅବସରରେ ଉଦଘାଟକ ମନ୍ତ୍ରୀ ମହୋଦୟ ନିଜର ଅଭିଭାଷଣ ଜରିଆରେ କ୍ରୀଡାର ଉନ୍ନତି ଏବଂ ବିକାଶ ଏଵଂ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଉପରେ ବକ୍ତବ୍ୟ ପ୍ରଦାନ କରିବାସହ କ୍ରୀଡ଼ାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କ ସଫଳତା କାମନା କରିଥିଲେ। ପରେ ଖୋ-ଖୋ,କବାଡି,ଦୌଡ଼, ଯୋଗାସନ, ଉଚ୍ଚଡିଆଁ,ଲମ୍ବଡିଆଁ,କ୍ରିକେଟ୍, ଫୁଟବଲ୍, ସଟଫୁଟ୍, ବର୍ଚ୍ଛାଫିଙ୍ଗା ପରି ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଭାଗନେଇ ନିଜନିଜର ଶାରୀରିକ ଦକ୍ଷତା ପ୍ରଦର୍ଶନ କରିଥିଲେ। ପରେ ବିଚାରକ ମଣ୍ଡଳୀଙ୍କ ଦ୍ଵାରା ୧୧୯ ଜଣ କୃତିତ୍ୱ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଅକ୍ଟୋବର ମାସ ୧୦ ତାରିଖ ଠାରୁ ୧୬ ତାରିଖ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଜିଲ୍ଲାର ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ବିଦ୍ୟାପୀଠ ଏବଂ ଗଂଜାମ ବ୍ଲକର ଭାରତୀ ବିଦ୍ୟାପୀଠ ଗଂଜାମ ଏବଂ କନିଶି ସ୍ଥିତ ବାଲାଜୀ ବିଦ୍ୟାପୀଠରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରତିଯୋଗିତାଟିକୁ ବ୍ଲକର ବିଭିନ୍ନ ବିଦ୍ୟାଳୟ ଗୁଡିକରୁ ଗାଇଡ୍ ଶିକ୍ଷକ/ଶିକ୍ଷୟତ୍ରୀ ଭାବେ ଖେଳ ଶିକ୍ଷକ ଗଙ୍ଗାଧର ଦଳାଇ, ଦେବାଶିଷ ଜେନା, କବିରାଜ ସାହୁ,ରାଜେନ୍ଦ୍ର ରଣା,ଲକ୍ଷ୍ମୀ ଜେନା,ଅମ୍ବିକା ସ୍ୱାଇଁ, ସଞ୍ଜୟ ନାୟକ,ବଳରାମ ମହାରଣା, ରତ୍ନାକର ମିଠା, ସୁରସେନ୍ ବେହେରା,ସମୀର ଦଳାଇ,ପ୍ରିୟ ରଂଜନ ଜାଲି, ରାଜଦୀପ ଡାଳୁଆ,ହରିହର ସାହୁ,କବିତା ପାତ୍ରଙ୍କ ସମେତ ଆହୁରି ଅନେକ ଯୋଗଦେଇ ପରିଚାଳନା କରିଥିଲେ। ଏହି ସମୟରେ ଆୟୋଜକ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅତିଥିବୃନ୍ଦଙ୍କ ସମେତ କ୍ରୀଡା ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ କ୍ରୀଡା ଲୋଗୋଥିବା ଟୋପି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମ୍ବର୍ଦ୍ଧିତ ସଭାକାର୍ଯ୍ୟକୁ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଦେବାଶିଷ ସ୍ୱାଇଁ ଖୁବ୍ ସୁନ୍ଦରଭାବେ ଉପସ୍ଥାପକ ଭାବେ ଦାୟିତ୍ଵ ତୁଲାଇଥିବାବେଳେ ଜୁନିୟର ରେଡ଼କ୍ରସ୍ ଏବଂ ସ୍କାଉଟ୍ ଗାଇଡର ଛାତ୍ରଛାତ୍ରୀମାନେ ସ୍ବାଗତ ଏଵଂ ସେବାକାର୍ଯ୍ୟ କରି ସମସ୍ତଙ୍କ ଠାରୁ ପ୍ରଶ°ସା ସ୍କାଉଟି ଥିଲେ। ପରିଶେଷରେ ସଂସ୍କୃତ ଶିକ୍ଷକ ନବୀନ କିଶୋର ସାହୁ ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ସହିତ କୃତଜ୍ଞତା ଜଣାଇଥିଲେ।

News Comment

You Might Also Like

BACK TO TOP